ସ୍ବାମୀଙ୍କ ଶବ ପାଖରେ ବସି ବହୁତ ଗଢ଼ାଇଲେ ଲୁହ, ହେଲେ ଗୋଟିଏ ଫୋନ କଲ ଖୋଲିଦେଲା ଧୋକ୍କାବାଜ୍ ପତ୍ନୀର ମୁଖା…

Published By : Prameya-News7 Bureau | September 13, 2019 IST

ନୂଆଦିଲ୍ଲୀ୧୩|୯: ସ୍ବାମୀଙ୍କୁ ହତ୍ୟା କରିବା ପରେ ସ୍ତ୍ରୀ ଚମତ୍କାର ଅଭିନୟ କରିଥିଲା।ମୃତ ସ୍ବାମୀଙ୍କ ଶବ ପାଖରେ ବାଡ଼େଇ ପିଟି ହୋଇ ପତ୍ନୀ ଜୋରରେ କାନ୍ଦିଥିଲା।ସ୍ଥାନୀୟ ଲୋକେ ଓ ସଂପର୍କୀୟ ବୁଝାସୁଝାକରି ମୃତ ସ୍ବାମୀଙ୍କ ଶବ ପାଖରୁ ତାଙ୍କୁ ନେଇଯାଇଥିଲେ। ହେଲେ ଅଭିଯୁକ୍ତ ସ୍ତ୍ରୀର ମିଛ ଅଭିନୟ ବେଶିଦିନ ପର୍ଯ୍ୟନ୍ତ ରହିନଥିଲା ହତ୍ୟାକାରୀ ସ୍ତ୍ରୀର ଅବୈଧ ସଂପର୍କ ଥିବା କଥା ପୋଲିସ ଜାଣିପାରିଥିଲା।

ସାଗର ନାମକ ଯୁବକଙ୍କ ସହ ସେ ସଂପର୍କ ରଖୁଥିଲା।ଏହି ହତ୍ୟାକାଣ୍ଡରେ ସଂପର୍କରେ ପୋଲିସ ହାତରେ ଠୋସ୍ ପ୍ରମାଣ ଲାଗିଥିଲା।ସ୍ବାମୀଙ୍କୁ ହତ୍ୟା କରିବା ପରେ ପ୍ରେମିକ ସାଗର ସହ ଅଭିଯୁକ୍ତ ପତ୍ନୀ ଦୁଇ ଚାରି ପଦ କଥା ଫୋନରେ କଥା ହୋଇଥିଲା।ସ୍ବାମୀଙ୍କ ଅନ୍ତିମ ସଂସ୍କାର ପରେ ଅଭିଯୁକ୍ତ ପତ୍ନୀ ଓ ତାଙ୍କ ପ୍ରେମିକ ବାହାନା କରି ଦିଲ୍ଲୀ ଚାଲିଯାଇଥିଲା। ଦେଢ଼ବର୍ଷର ଛୋଟ ଝିଅଙ୍କୁ ପରିବାର ଲୋକଙ୍କ ପାଖରେ ଛାଡ଼ି ଦେଇ ପ୍ରେମିକ ସହ ହତ୍ୟାକାରୀ ପତ୍ନୀ ବୁଲୁଥିଲା।

ପୋଲିସ ଅଧିକାରୀ ଗୌରବ ଶର୍ମାଙ୍କ କହିବା ମୁତାବକ, ସକାଳ ୭.୯ ମିନିଟରେ ଜଣେ ଯୁବକ ପିସିଆର କୁ କଲେ କରିଥିଲେ।ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଥିଲେ।ହଠାତ୍ ପିସିଆର ଗାଡ଼ି ନେଇ ପୋଲିସ ଘଟଣାରେ ସ୍ଥଳରେ ପହଞ୍ଚି ମୃତ ଶରୀର ଓ ବ୍ୟବହାର ହୋଇଥିବା ରଶି ଜବତ କରିଥିଲା।ଏଥିସହ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ  ହସ୍ପିଟାଲକୁ ପଠାଯାଇଥିଲା।ସୂଚନାଯୋଗ୍ୟ, ମୃତକଙ୍କ ନାଁ ସୋନୁ ସଂଜୟ ଗାନ୍ଧୀ ସେ ଟ୍ରାନ୍ସପୋର୍ଟରେ ଡ୍ରାଇଭର ଭାବେ କାମ କରୁଥିଲେ ।

ଏହି ଘଟଣାପରେ ହତ୍ୟାକାରୀ କିଏ ତାହା ଜାଣିବା ପୋଲିସ ପାଇଁ ମୁସ୍କିଲ ଥିଲା । ସ୍ବାମୀର ଶବ ପାଖରେ ବସି ବିକଳ ହୋଇ କାନ୍ଦୁଥିବା ସ୍ତ୍ରୀ ପାଖରେ ହିଁ ହତ୍ୟାର ରହସ୍ୟ ଲୁଚି ରହିଛି ବୋଲି ପୋଲିସର ସନ୍ଧାନୀ ଆଖି ବେଶ ଅନୁମାନ କରିପାରିଥିଲା । ମୃତ ସଂଜୟଙ୍କ ପତ୍ନୀର ମୋବାଇଲ ପୋଲିସ ଯାଂଚ କରିବା ସହ ନମ୍ବରକୁ ଟ୍ରାକ କରିବା ପରେ ସବୁ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।ହତ୍ୟା କରିବା ପରେ ଅଭିଯୁକ୍ତ ପତ୍ନୀ ରାତିରେ ପ୍ରେମିକ ସହ ଯେଉଁ ଦୁଇଚାରି ପଦ କଥା ହୋଇଥିଲେ ତାହା ପୋଲିସ ପାଇଁ ଥିଲା ବଳିଷ୍ଠ ପ୍ରମାଣ।

ସେଥିରେ ସ୍ପ​‌ଷ୍ଟ କୁହାଯାଇଥିଲା ଯେ, ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବାରେ ସେମାନେ ସଫଳ ହୋଇଛନ୍ତି। ତାପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା। ହତ୍ୟାକାରୀ ପତ୍ନୀଙ୍କୁ ପୋଲିସ ପଚରାଉଚାରା ବେଳେ ପ୍ରକୃତ ଘଟଣା ପର୍ଦ୍ଦାଫାଶ ହୋଇଥିଲା।ବିବାହ ପୂର୍ବରୁ ସୋନୁ ନାମକ ଯୁବକଙ୍କୁ ସେ ଭଲ ପାଉଥିଲେ। ପୁରୁଣା ପ୍ରେମିକଙ୍କୁ ବିବାହ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲା।ହେଲେ ଏମାନଙ୍କ ପ୍ରେମରେ ବାଧକ ସାଜିଥିଲେ ତାଙ୍କ ସ୍ବାମୀ ସଂଜୟ।ରାତିରେ ସଂଜୟ ଶୋଇଥିବା ଅବସ୍ଥାରେ ସାଗର ଓ ତାଙ୍କ ପତ୍ନୀ ଗଳା ଚିପି ସଂଜୟଙ୍କୁ ହତ୍ୟା କରିଥିଲେ।ହତ୍ୟା କରିବା ପରେ ରଶି ମାଧ୍ୟମରେ ସଂଜୟଙ୍କ ମୃତ ଶରୀରକୁ ଫ୍ୟାନ୍‌ରେ ଟାଙ୍ଗି ଦିଆଯାଇଥିଲା । ବର୍ତ୍ତମାନ ପୋଲିସ ସେମାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.