ଟିମ୍ ଇଣ୍ଡିଆର କୋଚ୍ ହେବେ ରାହୁଲ ଦ୍ରାବିଡ, ଖବର ଶୁଣିବା ମାତ୍ରେ ଦୁନିଆର ସବୁ ଦଳକୁ ସାବଧାନ କରାଇଲେ ଏହି ଦିଗଜ୍ ଖେଳାଳି

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର  ୨୦୨୧ ସିଜିନକୁ ଚାମ୍ପିଅନ ମିଳିବା ସହିତ ଭାରତୀୟ ଦଳକୁ ମିଳି ଯାଇଛି ନୂତନ କୋଚ୍। ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍) ହେବାକୁ ରାଜି ହୋଇଛନ୍ତି। ସେ ଟି-୨୦ ବିଶ୍ଵ କପ୍‌ ପରେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ଯେମିତି ଏହ ଖବର ସାମ୍ନାକୁ ଆସିଛି, ସାମାଜିକ ଗଣମାଧ୍ୟମରେ ଖୁବ୍ ସକ୍ରିୟ ରହୁଥିବା ଇଂଲଣ୍ଡର ଅଧିନାୟକ ମାଇକେଲ୍ ଭନଙ୍କ ପ୍ରତିକ୍ରିୟା ତୁରନ୍ତ ଆସି ଯାଇଛି।

ସାବଧାନ ଦୁନିଆର ଅନ୍ୟ ଟିମ୍

ଦ ଓ୍ଵାଲ୍ ଭାବେ ପରିଚିତ ରାହୁଲ ଦ୍ରାବିଡ ଭାରତୀୟ ଦଳ କୋଚ୍ ହେବା ସମଗ୍ର ଦୁନିଆର ଟିମ୍ ପାଇଁ ବିପଦର ଘଣ୍ଟି  ବୋଲି କହିଛନ୍ତି ଭନ୍। ସେ ଟ୍ଵିଟ୍ କରି ଲେଖିଛନ୍ତି, ଯଦି ଏହି ଖବର ସତ ଅଟେ ଏବଂ ରାହୁଲ ଦ୍ରାବିଡ ଭାରତୀୟ ଦଳର କୋଚ୍ ହୁଅନ୍ତି ତେବେ ମୋ ହିସାବରେ ଦୁନିଆର ସବୁ ଦଳକୁ ସାବଧାନ ରହିବାର ଆବଶ୍ୟକତା ରହିଛି। ରାହୁଲ ଦ୍ରାବିଡ ଯେଉଁ ସ୍ତରର ବ୍ୟାଟସମ୍ୟାନ ଅଟନ୍ତି, ତାଙ୍କର କୋଚିଂ ମଧ୍ୟ ସେହି ସ୍ତରର ଅଟେ।

wp:html /wp:html

ଅନ୍ୟପଟେ ଓ୍ଵାସିମ  ଜାଫର ଟ୍ଵିଟ୍ କରିଛନ୍ତି ଯେ, ଗତକାଲି ଖବର ଆସିଥିଲା ଯେ, ରାହୁଲ ଏନସିଏର ନିର୍ଦ୍ଦେଶକ ପଦରେ ରହିବେ। ହେଲେ ସକାଳ ହେବା ପରେ ରାହୁଲ ଭାରତୀୟ ଦଳର କୋଚ୍  ହେବା ଖବର ସାମ୍ନାକୁ ଆସିଥିଲା। ଅଧା ରାତିରେ ଏମିତି କଣ ଘଟିଲା ବୋଲି ଜାଫର କହିଛନ୍ତି। ଦ୍ରାବିଡ କୋଚ୍ ହେବା ଭାରତୀୟ କ୍ରିକେଟ୍ ପାଇଁ ଏକ ଭଲ ଖବର ବୋଲି ସେ କହିଛନ୍ତି।

ଟି-୨୦  ବିଶ୍ଵ କପ୍ ପରେ ଦ୍ରାବିଡ ରବି ଶାସ୍ତ୍ରୀଙ୍କ ଜାଗା ନେଉଥିବା ବେଲଳେ ପାରସ ଭରତ ଅରୁଣଙ୍କ ସ୍ଥାନ ନେବେ। ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ଉପରେ ଏ ଯାଏଁ କୌଣସି ନିଷ୍ପତ୍ତି ହୋଇ ନାହିଁ। ଦ୍ରାବିଡଙ୍କ ନେତୃତ୍ଵରେ ଭାରତୀୟ ଦଳ ସମ୍ଭବତଃ ୪  ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବ। ଆସନ୍ତା ବର୍ଷ ଟି-୨୦ ବିଶ୍ଵ କପ୍, ୨୦୨୩ରେ ଦିନିକିଆ  ବିଶ୍ଵ କପ୍ ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ମଧ୍ୟ ଖେଳାଯିବ। ବିସିସିଆଇ ଆଶା ରଖିଛି ଯେ, ଦ୍ରାବିଡ୍‌ଙ୍କ କୋଚିଂରେ ଭାରତ ଆଇସିସି ଟ୍ରଫି ଜିତିବାର ମରୁଡିର ଅନ୍ତ ଘଟୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.