Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଦେବଗଡ ଗଲା ଏପିଡୋମିଲୋଜି ଟିମ୍, ପ୍ରଥମ ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ହେବ ଯାଞ୍ଚ

26/06/2021 at 11:17 AM

ଭୁବନେଶ୍ବର ୨୬।୬: ରାଜ୍ୟରେ କରୋନାର ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ ଗଲା ଏପିଡୋମିଓଲୋଜି ଟିମ୍ । ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶି ଥିଲେ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ, ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ମାର୍ଚ୍ଚ ୩୦ ତାରିଖରେ ଟିକା ନେଇଥିଲେ । ପରବର୍ତ୍ତୀ ସମୟରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ । ତାଙ୍କର କିଛି ଲକ୍ଷଣ ରହି ନଥିଲା । ମେ’ ମାସରେ ତାଙ୍କର ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନ୍ସି ପାଇଁ ପଠାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଟିକା ନେଇଥିବାରୁ ତାଙ୍କର କିଛି ଲକ୍ଷଣ ଦେଖା ଯାଉନଥିଲା । ତେଣୁ ଟିକାର ପ୍ରଭାବ ରହିଛି ।

   Related Posts