ବିସିସିଆଇ ଗଠନ କଲା ‘ଟିମ୍ ମାସ୍କ ଫୋର୍ସ’: ସଚେତନତା ବାର୍ତ୍ତା ଦେଲେ ସଚିନ, ବିରାଟ ଓ ରୋହିତ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | April 19, 2020 IST

ମୁମ୍ବାଇ, ୧୯|୦୪:  ଭାରତୀୟ କ୍ରିକେଟ ବୋର୍ଡ ବା ବିସିସିଆଇ କରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ଆଗକୁ ଆସିଛି । ବୋର୍ଡ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଏକା ନୂଆ ଭିଡିଓ ତିଆରି କରିଛି । ଏଥିରେ ଅଧିନାୟକ ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ଭଳି କ୍ରିକେଟର ନଜର ଆସିଛନ୍ତି । ଟିମ୍ ମାସ୍କ୍ ଫୋର୍ସକୁ ସାର୍ବଜନିକ ସ୍ଥାନରେ ମାସ୍କ ପରିଧାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।

ବୋର୍ଡ ଟ୍ୱିଟ୍ କରି କହିଛି ଯେ, ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ ହୋଇଛି । ଇଣ୍ଡିଆ ଫାଇଟ୍ କରୋନା ସହ ସମସ୍ତେ ସାମିଲ ହୁଅନ୍ତୁ ଓ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ ।

wp:core-embed/twitter {"url":"https://twitter.com/BCCI/status/1251428302692048896?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1251428302692048896\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fbcci-creates-team-mask-force-video-features-messages-from-kohli-tendulkar-tspo-1-1182078.html","type":"rich","providerNameSlug":"twitter","className":""}
https://twitter.com/BCCI/status/1251428302692048896?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1251428302692048896&ref_url=https%3A%2F%2Faajtak.intoday.in%2Fsports%2Fstory%2Fbcci-creates-team-mask-force-video-features-messages-from-kohli-tendulkar-tspo-1-1182078.html
/wp:core-embed/twitter

ଏହି ଭିଡିଓରେ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ଭାରତୀୟ ଦଳର ସଦସ୍ୟ ହେବା ଗର୍ବର ବିଷୟ । କିନ୍ତୁ ଆଜି ସେମାନେ ଏକ ବଡ ଟିମ୍ ମାସ୍କ ଫୋର୍ସରେ ସାମିଲ ହୋଇଛନ୍ତି । ସଚିନ ତେନ୍ଦୁଲକର ମଧ୍ୟ କହିଛନ୍ତି ଯେ, ମାସ୍କ ପ୍ରସ୍ତୁତ କରନ୍ତୁ ଏହି ଫୋର୍ସରେ ସାମିଲ ହୁଅନ୍ତୁ । ୨୦ ସେକେଣ୍ଡ ଯାଏଁ ହାତ ଧୋଇବା ସହ ସାମାଜିକ ଦୂରତା ଜାରି ରଖିବାକୁ ସଚିନ ପରାମର୍ଶ ଦେଇଛନ୍ତି ।

ବିସ୍ଫୋରକ ଓପନର ରୋହିତ ଶର୍ମା କହିଛନ୍ତି ଯେ, ଘରେ ବସି ମାସ୍କ ତିଆରି କରନ୍ତୁ । ସେ ମଧ୍ୟ ନିଜ ପାଇଁ ମାସ୍କ ତିଆରି କରିଛନ୍ତି । ଏହି ଭିଡିଓରେ ବିସିସଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସ୍ମୃତି ମନ୍ଧାନା, ହରଭଜନ ସିଂ, ହରମନପ୍ରିତ କୌର, ବିରେନ୍ଦ୍ର ସେହ୍ୱାଗ, ରାହୁଲ ଦ୍ରାବିଡ ଓ ମିତାଲି ରାଜ ମଧ୍ୟ ସନ୍ଦେଶ ଦେଇଛନ୍ତି । ବୋର୍ଡ ଏହା ପୂର୍ବରୁ ପିଏମ କେୟାର୍ସକୁ ୫୧ କୋଟି ଟଙ୍କା ପ୍ରଦାନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.