ନୂଆଦିଲ୍ଲୀ ୫।୨ : ଏକ ବଡ ସ୍କୋରକୁ ଚେଜ୍ କରି ଜିତିଲା ନ୍ୟୁଜିଲାଣ୍ଡ । ପ୍ରଥମ ଦିନିକିଆରେ କଲା ରେକର୍ଡ । କିନ୍ତୁ ହାରି ବି ହୃଦୟ ଜିତିଲେ ଭାରତୀୟ ଦଳ । ହାମିଲଟନ୍ ସେଡାନ ପାର୍କ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ୩ ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ଟି ଥିଲା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ବିଶାଳ ସ୍କୋର ସାଙ୍ଗକୁ ବିଜୟ ଲାଗି ଉଭୟ ଘରୋଇ ଓ ଭ୍ରମଣକାରୀ ଦଳଙ୍କ ସଂଘର୍ଷ କ୍ରିକେଟ୍ ପ୍ରେମୀଙ୍କୁ ବେଶ୍ ରୋମାଞ୍ଚିତ କରିଛି। ଯଦିଓ ଘରୋଇ ଦଳ ଟିମ୍ ଇଣ୍ଡିଆର ସ୍କୋରକୁ ଚେଜ୍ କରିବାରେ ସଫଳ ହୋଇଛି ତେବେ ମ୍ୟାଚ୍ରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଓ ବ୍ୟାଟସ୍ ମ୍ୟାନ୍ ଶ୍ରେୟସ ଆୟାର ଅଗଣତିକ ଫ୍ୟାନଙ୍କ ହୃଦୟ ଜିଣିଛନ୍ତି।
{"id":220509,"sizeSlug":"large"}ଶ୍ରେୟସଙ୍କ ପ୍ରଥମ ଶତକ ଏବଂ ଅଧିନାୟକ କୋହଲିହ୍କ ଦମଦାର ଫିଲ୍ଡିଂ । ନିକୋଲ୍ସଙ୍କୁ ରନ୍ ଆଉଟ୍ କରିଥିବା ବିରାଟଙ୍କ ଫିଲ୍ଡିଂ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜଣ୍ଟି ରଡସ୍ଙ୍କୁ ମନେ ପକାଇ ଦେଇଛି। ବିରାଟ ପବନରେ ଉଛୁଳି ନିକୋଲ୍ସଙ୍କୁ ରନ୍ ଆଉଟ୍ କରିଥିଲେ। କ୍ୱିଇ ଓପନିଂ ଯୋଡି ଭାଙ୍ଗିବା ଟିମ୍ ଇଣ୍ଡିଆ ଲାଗି ମୁଖ୍ୟ ଚାଲେଞ୍ଜ ହୋଇପଡିଥିବା ବେଳେ ୪୧ଟି ବଲରୁ ୩୨ ରନ କରି ଖେଳୁଥିବା ଗୁପ୍ଟିଲ କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ନିକୋଲ୍ସ କ୍ରିଜ୍ରେ ମଜବୁତ ହେବା ଭାରତ ପାଇଁ ଚିନ୍ତାର କାରଣ ହୋଇଥିଲା। ହେଲେ ୮୨ଟି ବଲରୁ ୭୮ ରନ କରି ଖେଳୁଥିବା ନିକୋଲ୍ସଙ୍କୁ ରନ୍ ଆଉଟ୍ କରି ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ଏକ ସମୟରେ ଦଳର ବିଜୟ ଆଶା ବଢାଇଦେଇଥିଲେ ।
{"id":220510,"sizeSlug":"large"}ସେହିପରି ବ୍ୟାଟିଂରେ ବିରାଟ ତୃତୀୟ ଡାଉନରେ ଷ୍ଟାଡିୟମକୁ ଓହ୍ଲାଇ ଅର୍ଦ୍ଧ ଶତକ ହାସଲ କରିବା ଟିମ୍ ଲାଗି ବେଶ୍ ଉତ୍ସାହ ବର୍ଦ୍ଧକ ଥିଲା। ସେ ୬୩ ବଲରୁ ୫୧ ରନ୍ କରିଥିଲେ। ତେବେ ବ୍ୟାଟିଂ ଚୟନରେ ଶ୍ରେୟସ ଚତୁର୍ଥ ଲେଗ୍ରେ ଷ୍ଟାଡିୟମକୁ ଯାଇଥିଲେ ହେଁ ପ୍ରଥମ ମ୍ୟାଚ୍ରେ ୧୦୭ ବଲରୁ ବିସ୍ଫୋରକ ୧୦୩ ରନ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଛନ୍ତି।
{"id":220512,"sizeSlug":"large"}ତେବେ ବୁଧବାର ମ୍ୟାଚ୍ରେ ପୃଥ୍ୱୀ ଶ, ମୟଙ୍କ ଅଗ୍ରୱାଲ, କେ.ଏଲ.ରାହୁଲ ଏବଂ ଯାଦବ ବି ନିକମା ଖେଳିନାହାନ୍ତି। ଓପ୍ନିଂ ଯୋଡି ପୃଥ୍ୱୀ ଏବଂ ମୟଙ୍କ ଯଥାକ୍ରମେ ୨୦ ଓ ୩୨ ରନ୍ କରିଥିଲେ ବି ଏଥିଲାଗି ବଲ ଅପଚୟ କରିନଥିଲେ। ପୃଥ୍ୱୀ ୨୧ଟି ବଲରୁ ୨୦ ରନ କରିଥିବା ବେଳେ ମୟଙ୍କ ୩୧ଟି ବଲରୁ ୩୨ ରନ କରି ପ୍ୟାଭଲିୟନକୁ ଫେରିଥିଲେ। ତେବେ ରାହୁଲ ୬୪ଟି ବଲରୁ ୮୮ ରନ କରିଥିବା ବେଳେ ଯାଦବ ୧୫ଟି ବଲରୁ ୨୬ ରନ କରି ଖେଳୁଥିବା ବେଳେ ଓଭର ଶେଷ ହୋଇଥିଲା। ଟିମ୍ ଇଣ୍ଡିଆ ୪ ୱିକେଟ୍ରେ ୩୪୭ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଯଦିଓ ଚେଜ୍ କରି ବିଜୟ ଛଡାଇନେଲା ଘରୋଇ ଟିମ୍ ।