scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏମାନଙ୍କ ପାଇଁ ଜହ୍ନରେ ଭାରତ ଲେଖିଲା ନାଁ; ଏସ୍ ସୋମନାଥଙ୍କଠାରୁ କଳ୍ପନାଙ୍କ ଯାଏଁ, ଏମାନଙ୍କ ବିନା ଅସମ୍ଭବ ଥିଲା ଏହି ମିଶନ୍

27/08/2023 at 7:09 PM

ନୂଆଦିଲ୍ଲୀ 27/08 : ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-3। ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍।

ଭାରତର ମିଶନ ମୁନ୍ ସଫଳତା ପଛରେ ରହିଛି ଇସ୍ରୋର ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା । ସେମାନଙ୍କ ଉପରେ ନିର୍ଭର କରୁଥିଲା ଦେଶର ଗର୍ବ ଓ ଗୌରବର ମିଶନ, ଚନ୍ଦ୍ରୟାନ-୩ର ସଫଳତା ।  ଏହି ମିଶନରେ ପ୍ରଥମ ନାଁ ଆସିବ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କର । ଚନ୍ଦ୍ରୟାନ-୨ର ବିଫଳତା ପରେ ଚନ୍ଦ୍ରୟାନ-୩ କିଭଳି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବ, ତାର ପୂରା ଦାୟିତ୍ୱ ନ୍ୟସ୍ତ ଥିଲା ସୋମନାଥଙ୍କ ଉପରେ । ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟର ଏବଂ ଲିକ୍ବିଡ୍ ପ୍ରପଲସନ୍ ସିଷ୍ଟମସ ସେଣ୍ଟରର ନିର୍ଦ୍ଦେଶକ ରହିବା ପରେ ଇସ୍ରୋର ଅଧ୍ୟକ୍ଷ ସାଜିଥିବା ସୋମନାଥ, ହେଉଛନ୍ତି ଦ ବ୍ରେନ୍ ବିହାଇଣ୍ଡ ଚନ୍ଦ୍ରୟାନ-୩ । 

ମିଶନର ଆଉ ଜଣେ ସାରଥୀ ସାଜିଥିଲେ ଚନ୍ଦ୍ରୟାନ-୩ର ପ୍ରୋଜେକ୍ଟ ଡିରେକ୍ଟର ପି, ଭିରାମୁଥୁଭେଲ୍ । ଜଣେ ରେଲୱେ କର୍ମଚାରୀଙ୍କ ପୁଅ । ୨୦୧୯ରେ ମିଶନ ଚନ୍ଦ୍ରୟାନର ମଙ୍ଗ ସମ୍ଭାଳିଥିଲେ ।

ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟର ନିର୍ଦ୍ଦେଶକ ଏସ୍. ଉନ୍ନିକିଷ୍ଣନ୍ ନାୟର ଭାରତର ଏହି ଜଟିଳ ମିଶନର ପରିଚାଳନା ଭାର ସମ୍ଭାଳିଥିଲେ। ବିଶେଷ କରି ଚନ୍ଦ୍ରୟାନକୁ ମହାକାଶକୁ ନେଇଥିବା ଜିଏସଏଲଭି ରକେଟ୍ ପ୍ରସ୍ତୁତ କରିଥିଲେ ଉନ୍ନିକ୍ରିଷ୍ଣନ ଏବଂ ତାଙ୍କ ଟିମ୍ । ଏହି ଚାରି ଜଣଙ୍କ ସହ ଚନ୍ଦ୍ରୟାନ-୩ର ଡେପୁଟି ପ୍ରୋଜେକ୍ଟ ଡିରେକ୍ଟର କେ. କଳ୍ପନା, ଏମ୍ .ଶଙ୍କରନ୍ ଏବଂ ଏ. ରାଜରାଜନ୍‌ଙ୍କ ମଧ୍ୟ ମିଶନ ଚନ୍ଦ୍ରୟାନର ସଫଳତାରେ ପ୍ରମୁଖ ଭୂମିକା ରହିଛି ।

ଏମ୍ ଶଙ୍କରନ, ୟୁଆର୍ ରାଓ ସାଟେଲାଇଟ୍ କେନ୍ଦ୍ରର ନିର୍ଦ୍ଦେଶକ- ୨୦୨୧ରୁ ୟୁରୋ ସାଟେଲାଇଟ୍‌ସ କେନ୍ଦ୍ର (ୟୁଆର୍‌ଏସ୍‌ସି)ର ନିର୍ଦ୍ଦେଶକ ଥିବା ଏମ୍ ଶଙ୍କରନ ଓ ତାଙ୍କ ଦଳ ଇସ୍ରୋ ପାଇଁ ଭାରତର ସାଟେଲାଇଟ୍‌ଗୁଡ଼ିକର ଡିଜାଇନ ଓ ନିର୍ମାଣ କରିଥାନ୍ତି।

ମୋହନ୍ନା କୁମାର, ମିସନ ନିର୍ଦ୍ଦେଶକ- ଏଲ୍‌ଭିଏମ୍‌୩-ଏମ୍୪/ଚନ୍ଦ୍ରଯାନ-୩ର ମିସନ ନିର୍ଦ୍ଦେଶକ ହେଉଛନ୍ତି ମୋହନ୍ନା କୁମର। ପୂର୍ବରୁ ସେ ୱାନ୍ ୱେବ୍ ଇଣ୍ଡିଆ ୨ ସାଟେଲଇଟ୍‌ର ବାଣିଜ୍ୟିକ ଉତ୍‌କ୍ଷେପଣରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଚନ୍ଦ୍ରୟାନ-୩ର ମିଶନ ଡିରେକ୍ଟର ମୋହନ କୁମାରଙ୍କ ବିନା ଯେମିତି ଏହି ଅଭିଯାନ ଅସଂପୂର୍ଣ୍ଣ ଥିଲା  ସାଟେଲାଇଟ୍ ଲଂଚ୍ ପାଇଁ ବ୍ୟବହାର ହୋଇଥିବା ହେଭି ରକେଟ୍‌ର ଦାୟିତ୍ୱ ଥିଲା ତାଙ୍କ ଉପରେ।

କଳ୍ପନା କେ, ଡେପୁଟି ପ୍ରୋଜେକ୍ଟ ନିର୍ଦ୍ଦେଶକ, ଚନ୍ଦ୍ରୟାନ -3: କଳ୍ପନା କେ ଜଣେ ଏରୋସ୍ପେସ୍ ଇଞ୍ଜିନିୟର ଏବଂ ବର୍ତ୍ତମାନ ଚନ୍ଦ୍ରାୟଣ -3 ମିଶନର ଡେପୁଟି ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଭାରତର ବିଭିନ୍ନ ଉପଗ୍ରହ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଚନ୍ଦ୍ରାୟଣ-୨ ଏବଂ ମଙ୍ଗଲ୍ୟା ମିଶନରେ ଜଡିତ ଥିଲେ।

ନିଲେଶ ଏମ୍ ଦେଶାଇ, ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (SAC) ର ମୁଖ୍ୟ ଭାବରେ ଦେଶାଇଙ୍କୁ ମହାକାଶଯାନର ଗୁରୁତ୍ୱପୂର୍ଣ୍ଣ ଉପାଦାନ ତିଆରି କରିବାର କାର୍ଯ୍ୟ ଦିଆଯାଇଥିଲା ।  

ଏ ରାଜରାଜନ, ଲଞ୍ଚ ଅଥରାଇଜେସନ ବୋର୍ଡର ମୁଖ୍ୟ- ଏ ରାଜରାଜନ ହେଉଛନ୍ତି ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର, ଶାର୍‌ର ନିର୍ଦ୍ଦେଶକ। ଲଞ୍ଚ ପରିସରର ସଲିଡ ମଟର ପ୍ରଡକ୍ସନ ଓ ଭିତ୍ତିଭୂମିର ସଫଳତା ପାଇଁ ରହିଛି ତାଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା।

ଚନ୍ଦ୍ରଯାନ-୩ ମିଶନରେ କେବଳ ପୁରୁଷ ନୁହଁନ୍ତି ୫୪ ଜଣ ମହିଳା ଇଞ୍ଜିନିୟର ବା ବୈଜ୍ଞାନିକଙ୍କ ଅବଦାନ ରହିଛି ।  ISRO ଅଧିକାରୀଙ୍କ ଅନୁଯାୟୀ, ସେମାନେ “ବିଭିନ୍ନ ସିଷ୍ଟମ ପାଇଁ ଆସୋସିଏଟ୍, ଡେପୁଟି ପ୍ରୋଜେକ୍ଟ ନିର୍ଦ୍ଦେଶକ ଏବଂ ପ୍ରୋଜେକ୍ଟ ମ୍ୟାନେଜର” ଭାବେ କାର୍ଯ୍ୟ କରିଛନ୍ତି ।

ଚନ୍ଦ୍ରୟାନ-୩ର ମିଶନ ଡିରେକ୍ଟର ମୋହନ କୁମାରଙ୍କ ବିନା ଯେମିତି ଏହି ଅଭିଯାନ ଅସଂପୂର୍ଣ୍ଣ ଥିଲା  ସାଟେଲାଇଟ୍ ଲଂଚ୍ ପାଇଁ ବ୍ୟବହାର ହୋଇଥିବା ହେଭି ରକେଟ୍‌ର ଦାୟିତ୍ୱ ଥିଲା ତାଙ୍କ ଉପରେ।

Also Read- ଅବସର ବୟସରେ ଆରମ୍ଭ କଲେ ବିଜନେସ୍‌, ୯୦ ବର୍ଷରେ ବି ବ୍ୟବସାୟର ଶୀର୍ଷରେ

   Related Posts