ଅଭିଯୋଗ ପରେ ଛାନ୍‌ଭିନ୍‌ : ୬ ଜଣିଆ ତଦନ୍ତ କମିଟି ଆଗରେ ହାଜର ହେଲେ ନିଲମ୍ବିତ ଉପ ଜିଲ୍ଲାପାଳ ଓ ପୀଡିତା

Published By : Prameya-News7 Bureau | September 09, 2020 IST

ବଲାଙ୍ଗୀର ୦୯।୦୯:  ବଲାଙ୍ଗୀର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ନାଁରେ ମହିଳା କର୍ମଚାରୀ ଅସଦାଚରଣ ଅଭିଯୋଗ ଘଟଣା । ଅଭିଯୋଗ ପରେ ଆକ୍ସନ ମୋଡ଼ରେ ଆସିଛି ପ୍ରଶାସନ । ରାଜ୍ୟ ସରକାର ପକ୍ଷରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

{"id":327150,"sizeSlug":"large"}

ବର୍ତ୍ତମାନ ଘଟଣାକୁ ନେଇ ତଦନ୍ତ କରୁଥିବା କମିଟି ଛାନ୍‌ଭିନ୍‌ ଆରମ୍ଭ କରିଛି । ତଦନ୍ତ କରୁଥିବା ୬ଜଣିଆ କମିଟିଙ୍କ ନୋଟିସ ଅନୁସାରେ ଆଜି ହାଜର ହୋଇଛନ୍ତି ନିଲମ୍ବିତ ଉପ ଜିଲ୍ଲାପାଳ ଓ ପୀଡିତା । ଏଲସିସି ତଦନ୍ତ କମିଟି ମୁଖ୍ୟ ଶାନ୍ତିଲତା ବହିଦାର, ଉପ ଜିଲ୍ଲାପାଳ ସୁଚିତା ପୁଷ୍ପା, DSWO ବିନୋଦିନି ପଧାନ, ବିଦ୍ୟୁତଲତା ଖମାରୀ, ଭକ୍ତ ନାଏକ, ଭଗବତୀ ଗୁରୁ ଘଟଣା ନେଇ ଅଭିଯୋଗକାରୀ ଜୟଶ୍ରୀ ଖୁଣ୍ଟିଆ ଓ ନିଲମ୍ବିତ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ସାମ୍ନାସାମ୍ନି ପଚରାଉଚରା କରୁଛନ୍ତି । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତଦନ୍ତ ଜାରି ରହିଛି ।

{"id":327151,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.