ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଟିମ୍ ଇଣ୍ଡିଆର ଓ୍ଵେଷ୍ଟଇଣ୍ଡିଜ ଗସ୍ତର କାର୍ଯ୍ୟସୂଚୀ ଘୋଷିତ, ଆମେରିକାରେ ବି ଖେଳାଯିବ ମ୍ୟାଚ୍

1/06/2022 at 11:35 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓ୍ଵେଷ୍ଟଇଣ୍ଡିଜ ଗସ୍ତ ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଦଳ ୨୦୨୨  ଜୁଲାଇ- ଅଗଷ୍ଟରେ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିବ। ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ୩ ଦିନିକିଆ ଏବଂ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍ ପୂର୍ବରୁ ଏହି ଶୃଙ୍ଖଳା ଆୟୋଜନ ହେଉଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଦଳକୁ ଏହି ସିରିଜ୍‌ରୁ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି କରିବାର ସୁଯୋଗ ମିଳିବ। ଆଇପିଏଲ ସଂପନ୍ନ ପରେ ଜୁନ ୯ରୁ ଭାରତୀୟ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ। ଏଥିରୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

ଦିନିକିଆ ସିରିଜରୁ ଭାରତୀୟ ଦଳର ଓ୍ଵେଷ୍ଟଇଣ୍ଡିଜ ଗସ୍ତ ଆରମ୍ଭ  ହେବ। ପ୍ରଥମ ମ୍ୟାଚ୍ ଜୁଲାଇ ୨୨ରେ ତ୍ରିନିଦାଦରେ ଖେଳାଯିବ। ଶେଷ ମ୍ୟାଚ୍ ଅଗଷ୍ଟ ୭ରେ ଫ୍ଲୋରିଡାରେ ଖେଳାଯିବ। ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ୍ ଆମେରିକାର ଫ୍ଲୋରିଡା ସହରରେ ଖେଳାଯିବ। ଟି-୨୦ ବିଶ୍ଵ କପ୍ ୨୦୨୪ର ଆୟୋଜନ ଭାର ଆମେରିକା ଏବଂ ଓ୍ଵେଷ୍ଟଇଣ୍ଡିଜକୁ ମିଳିତ ଭାବେ ମିଳିଛି। ଏହାକୁ ଦୃଷ୍ଟିରେ ରଖି ସିରିଜ୍‌ ସେଠାରେ ଖେଳାଯାଉଛି। ଏହା ପୂର୍ବରୁ ମଧ୍ୟ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ଆମେରିକାରେ ପରସ୍ପରର ମୁକାବିଲା କରି ସାରିଛନ୍ତି।

ଭାରତୀୟ ଦଳର କାର୍ଯ୍ୟକ୍ରମ

ପ୍ରଥମ ଦିନିକିଆ- ଜୁଲାଇ ୨୨, ତ୍ରିନିଦାଦ

ଦ୍ଵିତୀୟ ଦିନିକିଆ, ଜୁଲାଇ ୨୪, ତ୍ରିନିଦାଦ

ତୃତୀୟ ଦିନିକିଆ- ଜୁଲାଇ ୨୭, ତ୍ରିନିଦାଦ

ପ୍ରଥମ ଟି ୨୦- ଜୁଲାଇ ୨୯, ତ୍ରିନିଦାଦ

ଦ୍ଵିତୀୟ ଟି ୨୦- ଅଗଷ୍ଟ ୧, ସେଣ୍ଟ କିଟ୍ସ

ତୃତୀୟ ଟି ୨୦- ଅଗଷ୍ଟ ୩, ସେଣ୍ଟ କିଟ୍ସ

ଚତୁର୍ଥ ଟି ୨୦- ଅଗଷ୍ଟ ୬, ଫ୍ଲୋରିଡା

ପଞ୍ଚମ ଟି ୨୦- ଅଗଷ୍ଟ ୭, ଫ୍ଲୋରିଡା

   Related Posts