Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ମିଶନ ବିଶ୍ଵକପ୍… ସର୍ଜରୀ ପାଇଁ ନ୍ୟୁଜିଲାଣ୍ଡ ପହଞ୍ଚିଲେ ମ୍ୟାଚ୍ ବିଜେତା ଖେଳାଳି, ଚିନ୍ତାରେ ଟିମ୍ ମ୍ୟାନେଜମେଣ୍ଟ

5/03/2023 at 10:49 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅନୁଭବୀ ଦ୍ରୁତ ବୋଲର ଯଶପ୍ରୀତ ବୁମରା ସଂପ୍ରତି ଆହତଜନିତ ସମସ୍ୟା କାରଣରୁ ଦଳରୁ  ବାହାରେ ଅଛନ୍ତି। ବୁମରା ଆଇପିଏଲ୍ ୨୦୨୩ର ୧୬ତମ ସଂସ୍କରଣ ଖେଳି ପାରିବେ ନାହିଁ। ଯଦି ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରେ ତେବେ ତାଙ୍କର ଫାଇନାଲ୍ ଖେଳିବା ନିଶ୍ଚିତ ନୁହେଁ। ତେଣୁ ବୁମରାଙ୍କ ନଜର ଚଳିତ ବର୍ଷ ଶେଷ ଆଡକୁ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ଵକପ୍ ଉପରେ ରହିଛି। ଏହା ମଧ୍ୟରେ ବୁମରା ନିଜ ପିଠିର ସର୍ଜରୀ ପାଇଁ ନ୍ୟୁଜିଲାଣ୍ଡ ପହଞ୍ଚିଛନ୍ତି। କିଛି ଦିନରେ ତାଙ୍କର ସର୍ଜରୀ କରାଯିବ।

ବୁମରାଙ୍କୁ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଅତି କମରେ ତିନିରୁ ପାଞ୍ଚ ମାସ ସମୟ ଲାଗିପାରେ। ଗତ ପାଞ୍ଚ ମାସ ହେବ ବୁମରା ଏହି ଆହତ ସମସ୍ୟା ଯୋଗୁଁ ଦଳରୁ ବାହାରେ ଅଛନ୍ତି। ବିସିସିଆଇର ସୂତ୍ର ଅନୁଯାୟୀ, ବୁମରା ପିଠିର ସର୍ଜରୀ ପାଇଁ ପାଞ୍ଚ ଦିନ ପୂର୍ବେ ନ୍ୟୁଜିଲାଣ୍ଡରେ ପହଞ୍ଚି ସାରିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ବିସିସିଆଇ ତାଙ୍କୁ ନ୍ୟୁଜିଲାଣ୍ଡ ପଠାଇଛି। ଆଉ ଗୋଟିଏ କି ଦୁଇ ଦିନ ପରେ ତାଙ୍କର ସର୍ଜରୀ କରାଯାଇପାରେ।

ବିସିସିଆଇର କହିବା କଥା ଏହା କହିବା ବହୁତ ମୁସ୍କିଲ ଯେ, ବୁମରା କେବେ ପଡିଆକୁ ଫେରିବେ। ସର୍ଜରୀରୁ ସୁସ୍ଥ ହେବା ପରେ ତାଙ୍କୁ ରିହାବକୁ ଯିବାକୁ ପଡିବ। ରିହାବ ପରେ ହିଁ ଜଣା ପଡିବ ଯେ, ବୁମରା କେବେ କ୍ରିକେଟ୍‌କୁ ଫେରିବେ। ୨୦୧୯ରୁ ଲଗାତାର ଆହତ ହେଉଥିବା ଯଶପ୍ରୀତ ବୁମରାଙ୍କୁ ନେଇ ବିସିସିଆଇ ଏବଂ ଦଳ ପ୍ରବନ୍ଧକ ବି ଚିନ୍ତିତ। ବୋର୍ଡ ଆଗାମୀ ଦିନିକିଆ ବିଶ୍ଵକପ୍‌କୁ ଆଖି ଆଗରେ ରଖି ବୁମରାଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନରେ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନି। କୁହାଯାଉଛି ବୁମରାଙ୍କ ସର୍ଜରୀ ଡାକ୍ତର ରୋବନ ଶାଉଟନ କରିବେ, ଯିଏ ପୂର୍ବତନ ଦ୍ରୁତ ବୋଲର ସେନ ବଣ୍ଡ ଏବଂ  ଇଂଲଣ୍ଡର ତାରକା ବୋଲର ଜୋଫ୍ରା ଆର୍ଚରଙ୍କ  ସର୍ଜରୀ କରିଥିଲେ।

   Related Posts