ଟିମ୍‌ ଇଣ୍ଡିଆର ଫେମସ୍‌ କ୍ରିକେଟର, ଜାଣନ୍ତୁ ଏମାନଙ୍କ ମନ ପସନ୍ଦର ଖାଦ୍ୟ ବିଷୟରେ...

Published By : Prameya-News7 Bureau | August 30, 2024 IST

ନୂଆଦିଲ୍ଲୀ ୩୦।୦୮: ଟିମ୍‌ ଇଣ୍ଡିଆ କ୍ରିକେଟର । ସବୁବେଳେ କିଛି ନା କିଛି କାରଣରୁ ରହିଥାନ୍ତି ଚର୍ଚ୍ଚାରେ । ଖାସ୍‌ କରି ସେମାନଙ୍କ ଲାଇଫଷ୍ଟାଇଲ୍କୁ ନେଇ । ଜାଣନ୍ତି କି ଟିମ୍‌ ଇଣ୍ଡିଆର ୧୦ ଫେମସ୍‌ କ୍ରିକେଟରଙ୍କ ପସନ୍ଦର ଖାଦ୍ୟ ବିଷୟରେ । ଆସନ୍ତୁ ଜାଣିବା...

ଲିଷ୍ଟର ପ୍ରଥମରେ ଅଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ସେ ବହୁତ ଖାଇବା ସୌକୀନ ଅଟନ୍ତି । କ୍ୟାପଟେନ କୁଲଙ୍କୁ ଚିକେନ ବଟର ମସଲା ବହୁତ ପସନ୍ଦ । ଏହାପଛକୁ ଅଛନ୍ତି ବିଶ୍ବର ୧ନଂ କ୍ରିକେଟର   ବିରାଟ କୋହଲି । କିଙ୍ଗ କୋହଲିଙ୍କୁ ସୁଶି, ଆଳୁ ପରଠା, ଛୋଲେ ଭଟୁରେ ଏବଂ ଚିକେନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବହୁତ ପସନ୍ଦ । 

ଟିମ୍ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା । ହିଟମ୍ୟାନ୍‌ଙ୍କ ପସନ୍ଦର ଖାଦ୍ୟ ହେଉଛି ବଡାପାଓ ଏବଂ ପାଓ ଭାଜି । ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ଶାମୀ । ତାଙ୍କୁ ବିରିୟାନୀ ଖାଇବା ବହୁତ ପସନ୍ଦ । 

ଟିମ୍‌ ଇଣ୍ଡିଆର ଯୁବ ଓ୍ବିକେଟକିପର ବ୍ୟାଟର ଋଷଭ ପନ୍ତ । ତାଙ୍କର ଫେବରେଟ୍‌ ଫୁଟ୍‌ ହେଉଛି ଛୋଲେ ଭଟୁରେ, ଆଳୁ ପରଟା । ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କୁ ଖେଚାଡି, କାବୁଲି ପୁଲାଓ ଏବଂ ଆଫାଗାନୀ ବୋଲାନୀ କଚାଲୁ ବହୁତ ପସନ୍ଦ । 

ଜସପ୍ରୀତ ବୁମରାଙ୍କୁ ଗୁଜୁରାଟୀ ଡିସ୍‌ ଢୋକଲା ବହୁତ ପସନ୍ଦ । ସେତେବେଳେ ବି ମୌକା ମିଳେ ସେ ଢୋକଲା ହିଁ ଖାଇଥାନ୍ତି । ଲେଗ ସ୍ପିନର ୟଜୁବେନ୍ଦ୍ର ଚହଲ । ତାଙ୍କୁ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ । ପ୍ଲେୟରଙ୍କ ଫେବରେଟ୍‌ ଫୁଡ ହେଉଛି ଗୁପଚୁପ, ଚାଟ, ଛୋଲେ-କୁଲଚେ  । 

ଟିମ୍‌ ଇଣ୍ଡିଆର ମିଷ୍ଟର ୩୬୦ ସୂର୍ଯ୍ୟକୁମାର ଯାଦବ । ତାଙ୍କର ଅଲ୍‌ ଟାଇମ୍‌ ଫେବେରେଟ୍‌ ଫୁଡ୍‌ ହେଉଛି ବିରିୟାନୀ । ଏହାପଛକୁ ରହିଛନ୍ତି ଶିଖର ଧଓ୍ବାନ । ତାଙ୍କୁ ଆଳୁ ପରଟା ଖାଇବା ବହୁତ ପସନ୍ଦ । କିନ୍ତୁ ସେ ଓ୍ବିକେଣ୍ଡରେ ଭାତ-ଡାଲି ଖାଇବାକୁ କେବେବି ଭୁଲନ୍ତିନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.