ବିଶ୍ବକପରେ ୨୫ଶହରୁ ଅଧିକ ରନ୍, ୮୫ ଓ୍ବିକେଟ୍; ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିବେ ଟପ୍-ଟେନ୍

Published By : Prameya-News7 Bureau | November 17, 2023 IST

ମୁମ୍ବାଇ: ସୁପର ସନଡେ’ରେ ହେବ ସୁପର ଫାଇଟ୍ । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ବିଶ୍ବକପ ଫାଇନାଲ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ଅପରାଜେୟ ରୋହିତ୍ ସେନାକୁ ସାମ୍ନା କରିବ କମିନ୍ସ ବାହିନୀ ।  ଫାଇନାଲ୍ ଫାଇଟରେ କଙ୍ଗାରୁଙ୍କୁ ମାତ୍ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ୨୦୦୩ ବିଶ୍ବକପ୍ ଫାଇନାଲ୍ ମ୍ୟାଚର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଭାରତ ।

{"id":870780,"sizeSlug":"full","linkDestination":"none"}

ଟିମ୍ ଇଣ୍ଡିଆ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଲିଗ୍ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚରେ କଙ୍ଗାରୁ ଟିମକୁ ପରାସ୍ତ କରିଥିଲା ରୋହିତ୍ ବାହିନୀ । ଏହା ପରେ ବିଶ୍ବକପରେ ଲଗାତାର ଭାରତ ୧୦ଟି ମ୍ୟାଚରେ ବିପକ୍ଷ ଟିମ୍ ମାତ୍ ଦେଇ ବିଜୟ ହାସଲ କରିଛି ।  ତେବେ ୧୯ ତାରିଖରେ ଫାଇନାଲରେ ୫ଥର ବିଶ୍ବ ବିଜେତାକୁ ଭେଟିବ ଟିମ୍ ଇଣ଼୍ଡିଆ ।  

{"id":870781,"sizeSlug":"full","linkDestination":"none"}

ମହାମୁକାବିଲାରେ  ଭାରତ ପାଇଁ ସଂକଟମୋଚକ ସାଜିବେ ଟପ୍ ୫ ବ୍ୟାଟର ଓ ୫ ବୋଲର । ବିଶ୍ବକପରେ ଟପ୍ ଫର୍ମରେ ରହିଛନ୍ତି ଏମାନେ । ଏହି ଖେଳାଳିଙ୍କ ରେକର୍ଡସରେ ଘାଇଲା ବିପକ୍ଷ ଦଳ । ବିଶ୍ବକପରେ ଏପର୍ଯ୍ୟନ୍ତ ୫ ବ୍ୟାଟର ୨୫୨୩ରନ୍ ସଂଗ୍ରହ କରିଛନ୍ତି । ସେହିପରି ୫ ବୋଲର ୮୫ ଓ୍ବିକେଟ୍ ନେଇଛନ୍ତି । ତେଣୁ ଏହି ଖେଳାଳି ଏବେ ଅଷ୍ଟ୍ରେଲିଆ ପାଇଁ ମୁଣ୍ଡ ବିନ୍ଧାର କରାଣ ସାଜିବେ । ଏମାନଙ୍କ ପାଇଁ ସ୍ତ୍ରତନ୍ତ୍ର ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇବ କମିନ୍ସ ବାହିନୀ ।

{"id":870782,"sizeSlug":"full","linkDestination":"none"}

ଅନ୍ୟପଟେ ବିଶ୍ବକପରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ବିରାଟ କୋହଲି । ୧୦ଟି ମ୍ୟାଚରୁ ୭୧୧ ରନ୍ ସଂଗ୍ରହ କରି ଟେବୁଲ୍ ଟପ୍‌ରେ ରହିଛନ୍ତି । ବିରାଟ, ସଚିନ ତେନ୍ଦୁଲକରଙ୍କ ଗୋଟିଏ ବିଶ୍ବକପରେ ସର୍ବାଧିକ ସ୍କୋର ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ସଚିନ ୨୦୦୩ ବିଶ୍ବକପରେ ୬୭୩ ରନ କରିଥିଲେ । ବିରାଟ ଚଳିତ ବିଶ୍ବକପରେ ୭ଶହରୁ ଅଧିନ ରନ ସଂଗ୍ରହ କରିଛନ୍ତି ।

{"id":870784,"sizeSlug":"full","linkDestination":"none"}

ସେହିପରି ବୋଲିଂରେ ବିପକ୍ଷ ଟିମଙ୍କ ନିଦ ହଜାଇ ଦେଇଛନ୍ତି ମହମ୍ମଦ ଶାମି । କୌଣସି ବିଶ୍ବକପରେ ସେ ସର୍ବାଧିକ ୨୩ଟି ଓ୍ବିକେଟ ନେଇ ଶୀର୍ଷ ସ୍ଥାନରେ ରହିଛନ୍ତି। ସେହିପରି ବିଶ୍ବକପରେ ସର୍ବଧିକ ୫୪ ଓ୍ବିକେଟ୍ ନେଇ ରେକର୍ଡ କରିଛନ୍ତି ।     

{"id":870785,"sizeSlug":"full","linkDestination":"none"}

ବିରାଟ୍ କୋହଲି, ଅଧିନାୟକ ରୋହିତ୍ ଶର୍ମା, ଶ୍ରେୟସ ଆୟର, କେଏଲ ରାହୁଲ ଏବଂ ଶୁଭମନ ଗିଲ୍ ଏପର୍ଯ୍ୟନ୍ତ ବିଶ୍ବକପରେ ୨,୫୨୩ ରନ୍ ସଂଗ୍ରହ କିରଛନ୍ତି । ସେହିପରି ବୋଲିଂ ବିଭାଗରେ ମହମ୍ମଦ ସାମି, ଯଶପ୍ରିତ୍ ବୁମରା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ୍ ୮୫ଟି ଓ୍ବିକେଟ୍ ଅକ୍ତିଆର୍ କରିଛନ୍ତି ।

wp:embed {"url":"https://www.prameyanews7.com/after-shamis-record-hasin-jahans-heart-changed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/after-shamis-record-hasin-jahans-heart-changed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.