ଘରୋଇ ମାଟିରେ ଭାରତର ଲଗାତାର ୧୭ମ ଟେଷ୍ଟ ସିରିଜ୍ ବିଜୟ, ଆଖପାଖରେ ନାହାନ୍ତି ଇଂଲଣ୍ଡ- ଅଷ୍ଟ୍ରେଲିଆ

Published By : Prameya-News7 Bureau | February 26, 2024 IST

ରାଞ୍ଚି: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ରାଞ୍ଚିରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟକୁ ୫ ଓ୍ଵିକେଟରେ ଜିତି ନେଇଛି। ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୩-୧ରେ ଅଗ୍ରଣୀ ହାସଲ କରିଛି। ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ। ଘରୋଇ ମାଟିରେ ଏହା ଭାରତର ଲଗାତାର ୧୭ତମ ଟେଷ୍ଟ ସିରିଜ୍ ବିଜୟ। ଦଳ ଶେଷ ଥର ଘରୋଇ  ମାଟିରେ ଟେଷ୍ଟ ସିରିଜ୍ ୨୦୧୨ ନଭେମ୍ବରରେ ଇଂଲଣ୍ଡରେ ବିପକ୍ଷରେ ହାରିଥିଲା। ଏହା ପରଠୁ ଦଳ ଗୋଟିଏ ବି ଟେଷ୍ଟ ସିରିଜ୍ ହାରି ନାହିଁ।

wp:heading {"level":4}

Also read- ଲଗାତର ୨ ୱିକେଟ୍ ନେବା ପରେ ରେକର୍ଡ କଲେ ଅଶ୍ୱିନ: ଭାଙ୍ଗିଲା କୁମ୍ବଲେଙ୍କ ଦୀର୍ଘ ଦିନର ରେକର୍ଡ

/wp:heading

ରାଞ୍ଚି ଟେଷ୍ଟରେ ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଧ୍ରୁବ ଜୁରେଲ। ପଦାର୍ପଣ ମ୍ୟାଚ୍‌ରେ ଏହି ଉଦୀୟମାନ ବ୍ୟାଟର ପ୍ରଥମ ଇନିଂସରେ ୯୦ ରନ ଓ ଦ୍ଵିତୀୟ ଇନିଂସରେ ଅପରାଜିତ ୩୯ ରନର ଇନିଂସ ଖେଳି ଭାରତକୁ ମ୍ୟାଚ୍ ଜିତାଇଛନ୍ତି।  ଭାରତୀୟ ଦଳ ନିଜ ଘରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ବିଜୟରେ ହ୍ୟାଟ୍ରିକ ଲଗାଇଛି। ଏହା ପୂର୍ବରୁ ଭାରତ ଇଂଲଣ୍ଡକୁ ଲଗାତାର ଦୁଇଟି ଟେଷ୍ଟ ସିରିଜ ହରାଇଥିଲା।

ଭାରତୀୟ ଦଳ ନିଜ ମାଟିରେ ଲଗାତାର ୧୭ତମ ସିରିଜ୍ ଜିତିଛି।  ଦ୍ଵିତୀୟରେ ରହିଛି ଅଷ୍ଟ୍ରେଲିଆ ଦ, ଯିଏ ନିଜ ଘରୋଇ ମାଟିରେ ଲଗାତାର ୧୦ଟି ଟେଷ୍ଟ ସିରିଜ୍ ଜିତିଥିଲା। କିନ୍ତୁ କଙ୍ଗାରୁ ଦଳ ଘରୋଇ ମାଟିରେ ଦୁଇ ଥର ଲଗାତାର ୧୦ ଟେଷ୍ଟ ସିରିଜ୍ ଜିତିବାରେ ପ୍ରଥମ ଦଳ।

wp:heading

ଲଗାତାର ଘରୋଇ ସିରିଜ୍ ବିଜୟ

/wp:heading

ଭାରତ- ୧୭ ବିଜୟ, ୨୦୧୩ ଫେବୃଆରୀରୁ ଅଭିଯାନ ଜାରି

ଅଷ୍ଟ୍ରେଲିଆ- ୧୦ ବିଜୟ, ୨୯୯୪ ନଭେମ୍ବରରୁ ୨୦୦୦ ନଭେମ୍ବର

ଅଷ୍ଟ୍ରେଲିଆ- ୧୦ ବିଜୟ, ୨୦୦୪ ଜୁଲାଇରୁ ୨୦୦୮ ନଭେମ୍ବର

ଓ୍ଵେଷ୍ଟଇଣ୍ଡିଜ – ୮ ବିଜୟ, ୧୯୭୬ ମାର୍ଚ୍ଚରୁ ୧୯୮୬ ଫେବୃଆରୀ

ଓ୍ଵେଷ୍ଟଇଣ୍ଡିଜ – ୭ ବିଜୟ, ୧୯୯୮ ମାର୍ଚ୍ଚରୁ ୨୦୦୧ ନଭେମ୍ବର

ଦକ୍ଷିଣ ଆଫ୍ରିକା- ୭ ବିଜୟ, ୨୦୦୮ ମେରୁ ୨୦୧୨ ମେ

ଉଲ୍ଲେଖନୀୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ ୧୩୫ଟି ଟେଷ୍ଟ ସିରିଜ୍ ଖେଳା ଯାଇଛି। ଏଥିରୁ ଭାରତ  ୩୪ଟି ଜିତିଥିବା ବେଳେ ଇଂଲଣ୍ଡ ୫୧ଟି ଜିତିଛି ଏବଂ ୫୦ଟି ଟେଷ୍ଟ ଡ୍ର ରହିଛି। ଭାରତ ମାଟିରେ ଦୁଇ ଦଳ ମଧ୍ୟରେ ମୋଟ୍ ୬୮ ଟେଷ୍ଟ ମ୍ୟାଚ୍ ଖେଳା ଯାଇଛି। ଏଥିରୁ ଇଂଲଣ୍ଡ ୧୫ ଓ ଭାରତ ୨୫ଟି ଟେଷ୍ଟ ମ୍ୟାଚ୍ ଜିତିଥିବା ବେଳେ ୨୮ଟି ମୁକାବିଲା ଡ୍ର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.