AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଦ୍‌ଲା ନେଲା ଟିମ୍‌ ଇଣ୍ଡିଆ, ମୀରପୁର ଟେଷ୍ଟ ଜିତି ସିରିଜ୍‌ ହାତେଇଲା ଭାରତୀୟ ଦଳ

25/12/2022 at 10:58 AM

ମୀରପୁର ୨୫।୧୨ : ଦିନିକିଆ ସିରିଜ୍‌ ପରାଜୟର ବଦ୍‌ଲା ନେଲା ଟିମ୍‌ ଇଣ୍ଡିଆ । ବାଂଲାଦେଶ ବିପକ୍ଷ ମୀର୍‌ପୁର ଟେଷ୍ଟ ଜିତିଲା ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ବିଜୟ ସହ ଟେଷ୍ଟ ସିରିଜ୍‌କୁ ୨-୦ରେ ବିଜୟୀ ହୋଇଛି ଭାରତୀୟ ଟିମ୍‌ ।  

ପ୍ରଥମ ଟେଷ୍ଟର ବିଜୟ ପରେ ଟିମ୍‌ ଇଣ୍ଡିଆ ୧-୦ରେ ଅଗ୍ରଣୀ ରହିଥିଲା । ୨ୟ ଟେଷ୍ଟ ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ବହୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ୧୪୫ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ହେଲେ ଟିମ୍‌ ଇଣ୍ଡିଆକୁ ପ୍ରଥମରୁ ଲାଗିଥିଲା ଝଟ୍‌କା ପରେ ଝଟ୍‌କା । ମାତ୍ର ୪୫ରନ୍‌ରେ ଟିମ୍‌ ଇଣ୍ଡିଆ ହରାଇଥିଲା ୪ଟି ଓ୍ୱିକେଟ୍‌ । ପରେ ୪ର୍ଥ ଦିନର ଖେଳ ଆରମ୍ଭ ହେବା ସମୟରେ ଭାରତକୁ ପରାଜୟର ଭୟ ଘାରିଥିଲା । ଗୋଟିଏ ପରେ ଗୋଟିଏ ବ୍ୟାଟସମ୍ୟାନ୍‌ ପ୍ୟାଭିଲିୟନ୍‌ ଫେରିଥିଲେ । ସକାଳୁ ସକାଳୁ ଲଗାତର ୩ଟି ଓ୍ୱିକେଟ୍‌ ହରାଇଥିଲା ଭାରତୀୟ ଟିମ୍‌ ।

ଶେଷରେ ରବିଚନ୍ଦ୍ରନ ଅଶ୍ୱିନୀ-ଶ୍ରେୟସ ଆୟରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତ ମୀରପୁର ଟେଷ୍ଟ ଜିତିବାରେ ସକ୍ଷମ ହୋଇଛି । ଯାହାଫଳରେ ଭାରତ ୨ୟ ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ୍‌କୁ କବ୍‌ଜା କରିଛି । ମୀରପୁର ଟେଷ୍ଟର ୨ୟ ପାରିରେ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୪୨ ରନ୍‌ କରିଥିବା ବେଳେ ଶ୍ରେୟସ ଆୟର ୨୯ ରନ୍‌, ଅକ୍ଷର ପଟେଲ୍‌ ୩୪ ରନ୍‌କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ଛୁଇଁପାରିନଥିଲେ । ଅନ୍ୟପଟେ ବାଂଲାଦେଶ ପକ୍ଷରୁ ମେହେନ୍ଦୀ ହସନ ମିରାଜ ସର୍ବାଧିକ ୫ଟି ଓ୍ୱିକେଟ୍‌ ନେଇଥିବା ବେଳେ ସାକିବ ଅଲ୍‌ ହାସନ୍‌ ୨ଟି ଓ୍ୱିକେଟ୍‌ ନେଇଛନ୍ତି ।

ବାଂଲାଦେଶ ପ୍ରଥମ ଇନିଂସ- ୨୨୭

ବାଂଲାଦେଶ ଦ୍ୱିତୀୟ ଇନିଂସ- ୨୩୧

ଭାରତ ପ୍ରଥମ ଇନିଂସ-୩୧୪

ଭାରତ ଦ୍ୱିତୀୟ ଇନିଂସ-୧୪୫/୭

   Related Posts