Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଅଷ୍ଟ୍ରେଲିଆରେ ପ୍ରଥମ ଓ୍ଵାର୍ମ ଅପ୍‌ ମ୍ୟାଚ୍ ଜିତିଲା ଭାରତ, ଚମକିଲେ ସୂର୍ଯ୍ୟକୁମାର ଯାଦବ ଏବଂ ବୋଲର

10/10/2022 at 5:29 PM

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ପାଇଁ ଅଷ୍ଟ୍ରେଲିଆ ପହଞ୍ଚିଥିବା ଭାରତୀୟ ଦଳ ବିଜୟ ସହିତ ନିଜର ଗସ୍ତ ଆରମ୍ଭ କରିଛି। ଭାରତୀୟ ଦଳ ମୁଖ୍ୟ ମୁକାବିଲା ପୂର୍ବରୁ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳୁଛି। ଦଳ ଅଷ୍ଟ୍ରେଲିଆରେ ଗତ ପ୍ରଦର୍ଶନକୁ ଜାରି ରଖି ସୋମବାର ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକାଦଶକୁ ଓ୍ଵାର୍ମ ଅପ ମ୍ୟାଚ୍‌ରେ ୧୩ ରନରେ ହରାଇଛି। ପର୍ଥର ଓ୍ଵାକା ମଇଦାନରେ ଖେଳାଯାଇଥିବା ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ  ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଏହି ବିଜୟ ହାସଲ କରିଛି।  ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ୍ ହରାଇ ଦଳ ୧୫୮ ରନ କରିଥିଲା। ଜବାବରେ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକାଦଶ  ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୫ ରନ କରି ପାରିଥିଲା।

ଭୁବନେଶ୍ଵର-ଅର୍ଶଦୀପଙ୍କ ସାମ୍ନାରେ ଆଣ୍ଠେଇଲା ବିପକ୍ଷ ଦଳ

ଭାରତ ଦ୍ଵାରା ଧାର୍ଯ୍ୟ ୧୫୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକାଦଶ ପ୍ରଥମ ୬ ଓଭରରେ ୨୯ ରନରେ ୪ ଓ୍ଵିକେଟ୍ ହରାଇଥିଲା। ଏଥିରୁ ଭୁବନେଶ୍ଵର ଏବଂ ଅର୍ଶଦୀପ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଏହା ପରେ ଭାରତୀୟ ବୋଲର ଚମତ୍କାର ବୋଲିଂ କରି କଙ୍ଗାରୁ ଦଳକୁ ବିଜୟ ଲକ୍ଷ୍ୟ ଯାଏଁ ପହଞ୍ଚିବାକୁ ଦେଇନଥିଲେ। ଅର୍ଶଦୀପ ୩ ଓଭରରେ ମାତ୍ର ୬ ରନ ଦେଇ ତିନୋଟି ଓ୍ଵିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଏବଂ ଭୁବନେଶ୍ଵର କୁମାର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଚମକିଲେ ସୂର୍ଯ୍ୟ

ସୂର୍ଯ୍ୟକୁମାର ଯାଦବ ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଇଲେଭେନ ବିପକ୍ଷ ପ୍ରଥମ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତ୍ତିକଙ୍କ ସହ ଛୋଟ ଛୋଟ, ମାତ୍ର ବିସ୍ଫୋରକ ଭାଗିଦାରୀ ଯୋଡିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୮ ରନ କରିଥିଲା। ଭାରତ ପକ୍ଷରୁ ଏକ ମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ ସୂର୍ଯ୍ୟକୁମାର ଯାଦବ। ତାଙ୍କ ଇନିଂସ ଦମରେ ଭାରତ ଏହି ସ୍କୋର ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ସୂର୍ଯ୍ୟ ୩୫ ବଲ୍‌ରୁ ୩ ଚୌକା ଏବଂ ୩ ଛକା ସହ ୫୨ ରନର ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୦ଟି ବଲ୍‌ରୁ ୨୯ ରନ କରିଥିଲେ। ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ରୋହିତ ଶର୍ମା ମାତ୍ର ୩ ରନ କରିଥିବା ବେଳେ ଋଷଭ ପନ୍ତ ୯ ଏବଂ ଦୀପକ ହୁଡ୍ଡା ୨୨ ରନ କରି ଆଉଟ୍  ହୋଇଥିଲେ।

ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଭାରତର ଚୂଡାନ୍ତ ଏକାଦଶ

ଭାରତ– ରୋହିତ ଶର୍ମା, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ୍, ହର୍ଷଲ ପଟେଲ୍, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ୟୁଜବେନ୍ଦ୍ର ଚହଲ।

ଟି-୨୦ ବିଶ୍ଵ କପ୍ ପୂର୍ବରୁ ଭାରତର ଓ୍ଵାର୍ମ ଅପ୍ ମ୍ୟାଚ୍

ଭାରତ ବନାମ ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ- ଅକ୍ଟୋବର ୧୦

ଭାରତ ବନାମ ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ- ଅକ୍ଟୋବର ୧୨

ଭାରତ ବନାମ ଅଷ୍ଟ୍ରେଲିଆ- ଅକ୍ଟୋବର ୧୭

ଭାରତ ବନାମ ନ୍ୟୁଜିଲାଣ୍ଡ- ଅକ୍ଟୋବର ୧୯

   Related Posts