୨୦୧୯ର ବଦ୍‌ଲା, ୨୦୨୩ରେ ହେଲା ପୁରା... ୪ ବର୍ଷ ପରେ କିଓ୍ୱି ଦଳଠୁ ରୋହିତ ବାହିନୀ ନେଲା ପ୍ରତିଶୋଧ

Published By : Prameya-News7 Bureau | November 16, 2023 IST

ମୁମ୍ବାଇ ୧୬।୧୧ : ୨୦୧୯ର ବଦ୍‌ଲା, ୨୦୨୩ରେ ହେଲା ପୁରା । ୨୦୧୯ ବିଶ୍ୱକପ୍‌ରେ ମାର୍ଟିନ ଗୁପ୍‌ଟିଲ୍‌ଙ୍କ ଥ୍ରୋ, ଆଉ ମହେନ୍ଦ୍ର ସିଂହ ଧୋନିଙ୍କ ରନ୍‌ଆଉଟ୍‌ । ସମସ୍ତ ଭାରତୀୟ କ୍ରିକେଟ୍‌ ଫ୍ୟାନ୍ସଙ୍କ ଆଖିରେ ଆସିଯାଇଥିଲା ଲୁହ୍‌ । ଆଉ ଭାଙ୍ଗି ଚୁରମାର ହୋଇଯାଇଥିଲା କୋଟି କୋଟି ଲୋକଙ୍କ ସ୍ୱପ୍ନ । ଶେଷରେ ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଦମ୍‌ଦାର ଫର୍ମରେ ଥିବା ଟିମ୍‌ ସେମିରେ ପରାସ୍ତ ହୋଇ ବିଦା ହୋଇଥିଲା ।

wp:embed {"url":"https://www.prameyanews7.com/virat-kohli-creating-history-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-creating-history-today/
/wp:embed

ଖବର ଅନୁଯାୟ, ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଦମ୍‌ଦାର ଫର୍ମରେ ଥିଲା ଟିମ୍‌ ଇଣ୍ଡିଆ । ୨୦୧୯ ବିଶ୍ୱକପ୍‌ରେ ଭାରତ ମୋଟ ୯ଟି ମୁକାବିଲାରୁ ଗୋଟିଏରେ ପରାସ୍ତ ହୋଇଥିଲା । ଆଉ ଗୋଟିଏ ମ୍ୟାଚ୍‌ ବର୍ଷା ପାଇଁ ରଦ୍ଦ ହୋଇଥିଲା । ବାକି ଅନ୍ୟ ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇ ସେମି ଏଣ୍ଟ୍ରି କରିଥିଲା । କିନ୍ତୁ ସେମିରେ କଣ୍ଟା ସାଜିଥିଲା କିଓ୍ୱି ଟିମ୍‌ । ସେମି ମୁକାବିଲାରେ ଭାରତୀୟ ଟିମ୍‌କୁ ପରାସ୍ତ କରି ଫାଇନାଲରେ କରିଥିଲା ଏଣ୍ଟ୍ରି । ତେବେ ଏହି ସେମିରେ ସବୁଠୁ କଷ୍ଟଦାୟକ ଘଟଣା ଥିଲା ଧୋନିଙ୍କ ରନ୍‌ଆାଉଟ୍‌ । ଫାଇନ୍‌ଲେଗ୍‌ରୁ ମାର୍ଟିନ୍‌ ଗୁପ୍ଟିଲ୍‌ଙ୍କ ଡାଇରେକ୍ଟ ଥ୍ରୋରେ ଧୋନି ରନ୍‌ ଆଉଟ୍‌ ହୋଇଥିଲେ । ଧୋନି ଆଉଟ୍‌ ହେବା ସହ ଭାଙ୍ଗି ଚୁରମାର ହୋଇଯାଇଥିଲା ଟିମ୍‌ ଇଣ୍ଡିଆର ସ୍ୱପ୍ନ ।

wp:embed {"url":"https://www.prameyanews7.com/mohammed-shami-life-story-very-difficult/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mohammed-shami-life-story-very-difficult/
/wp:embed

ଶେଷରେ ୨୦୧୯ ବିଶ୍ୱକପ୍‌ରୁ ବିଦା ହୋଇଥିଲା ଟିମ୍‌ ଇଣ୍ଡିଆ । ଶେଷରେ ୪ ବର୍ଷ ପରେ ସେମିର ବଦ୍‌ଲା ନେଇଛି ଟିମ୍‌ ଇଣ୍ଡିଆ । ୨୦୨୩ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଟିମ୍‌କୁ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ଯାହାଫଳରେ ଭାରତ ନାଁ ସହିତ ଜଡିତ ଥିବା ସେମି କଣ୍ଟା, ଏବେ ହଟିଛି । ଭାରତୀୟ ଟିମ୍‌ ସେମି ମୁକାବିଲାରେ ବିଜୟୀ ହୋଇ ଫାଇନାଲରେ କରିଛି ଏଣ୍ଟ୍ରି ।

wp:embed {"url":"https://www.prameyanews7.com/world-cup-2023-ind-vs-nz-celebrate-spotted-in-wankhede-stadium/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-2023-ind-vs-nz-celebrate-spotted-in-wankhede-stadium/
/wp:embed

ସୂଚନାଯୋଗ୍ୟ ଯେ, ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ସେମି ଫାଇନାଲ ବୁଧବାର ଦିନ ଖେଳାଯାଇଥିଲା । ଏଥିରେ ଭାରତୀୟ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଉ ଟିମ୍‌ ପାଇଁ ବେଶ୍‌ ଲକି ସାବ୍ୟସ୍ତ ହୋଇଥିଲା । ୫୦ ଓଭର ବ୍ୟାଟିଂ କରି ଭାରତ ବିଶାଳ ୩୯୭ ରନ୍‌ କରିଥିଲା । ବିରାଟ କୋହଲି, ଶ୍ରେୟସ ଆୟରଙ୍କ ଶତକ ବଳରେ ଭାରତୀୟ ଟିମ୍‌ ଏତେ ବଡ଼ ସ୍କୋର କରିଥିଲା । ତେବେ ୩୯୮ରନ୍‌ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଟିମ୍‌ । ପ୍ରାଥମିକ ଝଟ୍‌କା ପରେ ଟିମ୍‌ ମଧ୍ୟକ୍ରମରେ ଭଲ ଖେଳିଥିଲା । କିନ୍ତୁ ସାମିଙ୍କ ବୋଲିଂ ଆଗରେ ଧରାଶୟୀ ହୋଇଥିଲା ଓ୍ୱିଲିୟମସନ ବାହିନୀ । ଶେଷରେ ୭୦ ରନ୍‌ରେ ବିଜୟୀ ହୋଇଥିଲା ଟିମ୍‌ ଇଣ୍ଡିଆ । ଆଉ ଫାଇନାଲରେ କରିଥିଲା ଏଣ୍ଟ୍ରି ।

wp:embed {"url":"https://www.prameyanews7.com/prabhas-salar-will-be-a-superhero-the-makers-have-a-special-plan/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prabhas-salar-will-be-a-superhero-the-makers-have-a-special-plan/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.