ଏସୀୟ କ୍ରୀଡ଼ାରେ ସିଧାସଳଖ କ୍ଵାର୍ଟର ଫାଇନାଲ୍ ଖେଳିବ ଟିମ୍ ଇଣ୍ଡିଆ, ଏମିତି ରହିଛି କ୍ରୀଡ଼ାସୂଚୀ
19/09/2023 at 3:37 PM

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୩ ମଙ୍ଗଳବାର ଆରମ୍ଭ ହେଉଛି। ଏଥିରେ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ। ଭାରତ ସିଧାସଳଖ କ୍ଵାର୍ଟର ଫାଇନାଲ୍ ଖେଳିବ। ଏହା ପୂର୍ବରୁ ୯ଟି ମ୍ୟାଚ୍ ଖେଳାଯିବ। ଗ୍ରୁପ ମ୍ୟାଚ୍ର ବିଜେତା ଦଳଗୁଡ଼ିକ ପଏଣ୍ଟ ହିସାବରେ କ୍ଵାର୍ଟର ଫାଇନାଲ୍କୁ ଉନ୍ନୀତ ହେବେ। ଭାରତୀୟ ଦଳ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୩ ତାରିଖରେ ଖେଳିବ। ଆଉ ସେହି ଦିନ ପାକିସ୍ତାନ ମ୍ୟାଚ୍ ମଧ୍ୟ ରହିଛି। ଭାରତୀୟ ମହିଳା ଦଳ ମଧ୍ୟ ସେପ୍ଟେମ୍ବର ୨୧ରେ ସିଧାସଳଖ କ୍ଵାର୍ଟର ଫାଇନାଲ୍ ମୁକାବିଲା ଖେଳିବ।
Also read- ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ ସିଂହ, ଗୋଟିଏ ଓଭରରେ ମାରିଥିଲେ ୬ ଛକା
ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟ୍ରେ ପ୍ରଥମ ମୁକାବିଲା ଇଣ୍ଡୋନେସିଆ ଓ ମଙ୍ଗୋଲିଆ ମଧ୍ୟରେ ରହିଛି। କେବଳ ଭାରତ ନୁହେଁ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଦଳ ମଧ୍ୟ ସିଧାସଳଖ କ୍ଵାର୍ଟର ଫାଇନାଲ୍ ଖେଳିବେ। ଭାରତୀୟ ମହିଳା ଦଳ ଏବଂ ପାକିସ୍ତାନ ମହିଳା ଦଳ ସେପ୍ଟେମ୍ବର ୨୧ ତାରିଖରେ ନିଜ ନିଜର ମ୍ୟାଚ୍ ଖେଳିବେ। ଯଦି ଭାରତୀୟ ମହିଳା ଦଳ ବିଜୟୀ ହୁଏ ତେବେ ସେପ୍ଟେମ୍ବର ୨୪ ତାରିଖରେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ। ଏହା ପରେ ସେପ୍ଟେମ୍ବର ୨୫ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ପୁରୁଷ କ୍ରିକେଟ୍ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯିବ। ଅକ୍ଟୋବର ୩ରେ ଭାରତ କ୍ଵାର୍ଟର ଫାଇନାଲ୍ ମୁକାବିଲା ଖେଳିବ। ସେମି ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୬ ଏବଂ ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୭ରେ ଖେଳାଯିବ। ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ନେତୃତ୍ଵ ନେବେ ଋତୁରାଜ ଗାଏକଓ୍ଵାଡ଼।
ଭାରତୀୟ ପୁରୁଷ କ୍ରିକେଟ୍ ଦଳ
ଋତୁରାଜ ଗାଏକଓ୍ଵାଡ଼, ଯଶସ୍ଵୀ ଜୟସଓ୍ଵାଲ୍, ରାହୁଲ ତ୍ରିପାଠୀ, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ଓ୍ଵାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ଅଭେଶ ଖାନ, ଅର୍ଶଦୀପ ସିଂ, ମୁକେଶ କୁମାର, ଶିବମ ଦୁବେ, ପ୍ରଭସିମରନ ସିଂ, ଆକାଶ ଦୀପ।
ଷ୍ଟାଣ୍ଡବାଇ- ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ସାଇ ସୁଦର୍ଶନ।
ଭାରତୀୟ ମହିଳା କ୍ରିକେଟ୍ ଦଳ
ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ଋଚା ଘୋଷ, ଅମନଜୋତ କୌର, ଦେବିକା ବୈଦ୍ୟ, ପୂଜା ବସ୍ତ୍ରାକର, ତିତାସ ସାଧୁ, ରାଜେଶ୍ଵରୀ, ଗାଏକଓ୍ଵାଡ଼, ମିନ୍ନୁ ମଣି, କନିକା ଆହୁଜା, ଉମା ଛେତ୍ରୀ, ଅନୁଷା ବାରେଡ୍ଡୀ।
ଷ୍ଟାଣ୍ଡବାଇ- ହରଲୀନ ଦେଓଲ, କାଶଭି ଗୌତମ, ସ୍ନେହ ରାଣା, ସୈକା ଇଶାକା।