ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପିସିବିକୁ BCCI ଦେଲା ବଡ ଝଟକା, ଏସିଆ କପ୍ ପାଇଁ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ !

4/02/2023 at 10:07 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏବଂ ପାକିସ୍ତାନ କ୍ରିକେଟ୍  ବୋର୍ଡ ମଧ୍ୟରେ ଚାଲିଥିବା ବାଦ ବିବାଦ ଏବେ ଆହୁରି ବଢିପାରେ। ବିସିସିଆଇ ସଂପାଦକ ଜୟ ଶାହ ସୂଚନା ଦେଇଛନ୍ତି ଯେ, ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ତେଣୁ ଏସିଆ କପ୍ ପାଇଁ ନିରପେକ୍ଷ ସ୍ଥାନ ସ୍ଥିର କରାଯାଉ। ବିସିସିଆଇର ଏହି ନିଷ୍ପତ୍ତିରେ ପାକିସ୍ତାକୁ ବଡ ଝଟକା ଲାଗିଛି। ଏହା ପୂର୍ବରୁ ରମିଜ ରାଜା ବିସିସିଆଇର ନିଷ୍ପତ୍ତିକୁ ନେଇ ଅନେକ ଟିପ୍ପଣୀ କରିବା ସହ ଧମକ ବି ଦେଇଥିଲେ।

ବିସିସିଆଇ ସଂପାଦକ ଜୟ ଶାହ ଏସିଆ କ୍ରିକେଟ୍ ପରିଷଦ(ଏସିସି)ର ବୈଠକ ପାଇଁ ବାହାରିନ ଯାଇଛନ୍ତି। ଦୈନିକ ଜାଗରଣରେ ପ୍ରକାଶିତ ଖବର ଅନୁଯାୟୀ, ଜୟ ଶାହ ଏସିଆ କପ୍‌ ଆୟୋଜନକୁ ନେଇ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି ଯେ ଭାରତୀୟ ଦଳ ଏସିଆ କପ୍ ପାଇଁ ପାକିସ୍ତାନ ଯିବ ନାହିଁ। ତେଣୁ ଏସିଆ କପ୍ ୨୦୨୩ ପାଇଁ ଏକ ନିରପେକ୍ଷ ସ୍ଥାନ ସ୍ଥିର କରାଯାଉ। ତେବେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଖବର ସାମ୍ନାକୁ ଆସିନାହିଁ। ବିସିସିଆଇ ଏ ସଂପର୍କରେ କୌଣସି ପ୍ରକାରର ବୟାନ ବି ଦେଇ ନାହିଁ।

ସୂଚନା ଅନୁଯାୟୀ, ପିସିବି ଅଧ୍ୟକ୍ଷ ନଜମ ସେଠୀ  ଜରୁରୀକାଳୀନ ବୈଠକ ଦାବି କରିଥିଲେ। ଏସିଆ କ୍ରିକେଟ୍ କାଉନସିଲ ତାଙ୍କର ଏହି ଦାବିକୁ ମାନି ନେଇଥିଲା। ଏଥିପାଇଁ ଶାହ ବାହାରିନରେ ପହଞ୍ଚିଛନ୍ତି। ବୈଠକରେ ଏସିଆ କପ୍‌ ଆୟୋଜନ ନେଇ ନିଷ୍ପତ୍ତି ନିଆଯିବାର ଅଛି। ଏହାକୁ ନେଇ ରମିଜ ରାଜା କହିଥିଲେ ଯେ, ଯଦି ଭାରତୀୟ ଦଳ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଆସିବ ନାହିଁ ତେବେ ପାକିସ୍ତାନ କ୍ରିକେଟ୍ ଦଳ ମଧ୍ୟ ଦିନିକିଆ ବିଶ୍ଵ କପ୍ ପାଇଁ ଭାରତ ଯିବ ନାହିଁ।

   Related Posts