ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଅଣ୍ଡର-୧୯ କ୍ରିକେଟ World cup: ସେମିରେ ମଙ୍ଗଳବାର ପାକ୍‌କୁ ଭେଟିବ ଭାରତ

3/02/2020 at 10:21 PM

ନୂଆଦିଲ୍ଲୀ, ୩।୨: ଅଣ୍ଡର-୧୯ କ୍ରିକେଟ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ପାକ୍‌କୁ ଭେଟିବ ଜୁନିୟର ଟିମ୍ ଇଣ୍ଡିଆ।  ଉଭୟ ଟିମ୍ ଦ୍ୱିତୀୟ ଥର ସେମି ଫାଇନାଲରେ ମୁହାଁମୁହିଁ ହେବେ। ପ୍ରଥମ ଥର ୨୦୧୮ରେ ଉଭୟ ଟିମ ମୁହାଁ ମୁହିଁ ହୋଇଥିବା ବେଳେ ପାକିସ୍ତାନକୁ ୨୦୩ ରନରେ ପରାସ୍ତ କରିଥିଲା ଭାରତ। ଏପର୍ଯ୍ୟନ୍ତ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ  ୮ଟି ମୁକାବିଲା ହୋଇଥିବା ବେଳେ ଉଭୟ ୪ଟି କରି ମ୍ୟାଚ ଜିତିଛନ୍ତି।

ଗତ ୧୦ ବର୍ଷ ହେଲା ଭାରତ ପାକିସ୍ତାନଠୁ ହାରି ନାହିଁ। ଦଳ ଶେଷ ଥର ୨୦୨୦ରେ ପରାଜିତ ହୋଇଥିଲା। ସେତେବେଳେ ପାକିସ୍ତାନ କ୍ୱାର୍ଟରଫାଇନାଲରେ ୨ ଓ୍ୱିକେଟରେ ବିଜୟୀ ହୋଇଥିଲା। ଯଦି ଭାରତ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରେ ତେବେ ଦଳ ସପ୍ତମ ଥର ଫାଇନାଲରେ ପ୍ରବେଶ କରିବ।

ପ୍ରଥମ ଥର ୨୦୦୦ ମସିହାରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ପରେ ୨୦୦୬, ୨୦୧୬ରେ ରନର୍ସ ଅପ ହେବା ସହ ୨୦୦୮, ୨୦୧୨ ଓ ୨୦୧୮ରେ ବିଜେତା ହୋଇଥିଲା। ପାକିସ୍ତାନ ମଧ୍ୟ ୫ ଥର ଫାଇନାଲରେ ପ୍ରବେଶ କରିଛି।

ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବପ୍ରଥମେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଏହାପରେ ଜାପାନ ଓ ନ୍ୟଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିଥିଲା। କ୍ୱାର୍ଟରଫାଇନାଲରେ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପ୍ରଥମ ମ୍ୟାଚରେ ସ୍କଟଲାଣ୍ଡକୁ ପରାସ୍ତ କରିଥିଲା। ଏହାପରେ ଜିମ୍ବାଓ୍ୱେ ଓ ଆଫଗାନିସ୍ତାନକୁ କ୍ୱାର୍ଟର ଫାଇନାଲରେ ପରାସ୍ତ କରିଥିଲା।

   Related Posts