ଅଷ୍ଟ୍ରେଲିଆ ଗସ୍ତରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବ ବିରାଟ ବାହିନୀ

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ, ୦୮|୦୫:କରୋନା ସଙ୍କଟ ମଧ୍ୟରେ ଭାରତୀୟ କ୍ରିକେଟ ଅଷ୍ଟ୍ରେଲିଆ ଗସ୍ତ କରିବା ପରେ ୨ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ରହିବ । ଦଳର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଦ୍ୱିପାକ୍ଷିକ ସିରିଜ୍ ଖେଳିବା ପାଇଁ ଅନେକ ସଚେତନତା ମୂଳକ ପଦକ୍ଷେପ ଅବଲମ୍ବନ କରାଯିବ । ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ସମସ୍ତଙ୍କୁ ଏପରି କରିବା ଆବଶ୍ୟକ । ଏହାପରେ ଖେଳ ଆରମ୍ଭ ହେବ । ତେବେ ୨ ସପ୍ତାହର କ୍ୱାରେଣ୍ଟାଇନ୍ ସେତେଟା ଦୀର୍ଘ ନୂହେଁ ବୋଲି ସେ କହିଛନ୍ତି ।

ଭାରତ ଅଷ୍ଟ୍ରେଲିଆ ଗସ୍ତରେ ୪ଟି ଟେଷ୍ଟ୍ ମ୍ୟାଚର ସିରିଜ୍ ଖେଳିବ ବୋଲି କାର୍ଯ୍ୟସୂଚୀ ରହିଛି । ତେବେ ଏହି ଟେଷ୍ଟ୍ ସିରିଜକୁ ୫ଟିକିଆ ଦିନିକିଆ ସିରିଜ୍ ମଧ୍ୟ ପରିବର୍ତ୍ତନ କରାଯିବା ନେଇ ଆଶଙ୍କା ରହିଛି । ତେବେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ଆଇସିସି ଟେଷ୍ଟ୍ ରାଙ୍କିଂରେ ଅଷ୍ଟ୍ରେଲିଆ ଭାରତକୁ ପଛକୁ ଠେଲି ପ୍ରଥମ ସ୍ଥାନ ହାସଲ କରିଛି । ସେହିପରି ଭାରତୀୟ ଦଳ ଏବେ ତୃତୀୟ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.