ନୂଆଦିଲ୍ଲୀ, ୧୫/୦୭: ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଡିଯାଇଛି । ଦଳର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହି ଖବର ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତୀୟ ଟିମ୍ ଏବେ ବିଶ୍ରାମ ନେଉଛି । ଯେଉଁ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହେବାରେ ଲାଗିଛନ୍ତି ।ଅନ୍ୟଜଣଙ୍କର ପୁଣି ଥରେ ଟେଷ୍ଟ୍ ହେବ ।
wp:html/wp:htmlCOVID-19: Two Indian cricketers tested positive in UK, one still in isolation but asymptomatic
— ANI Digital (@ani_digital) July 15, 2021
Read @ANI Story | https://t.co/R4hL96y4rQ pic.twitter.com/P41Woi029x
ସମାଚାର ଏଜେନ୍ସି ଏଏନଆଇ ମୁତାବକ, ଦୁଇ ଖେଳାଳିଙ୍କୁ ଥଣ୍ଡା ଲାଗିବା ସହ କାଶ ହାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଜଣେ ଖେଳାଳି ପଜିଟିଭ୍ ଆସିବା ପରେ ଏବେ ନେଗେଟିଭ୍ ହୋଇଛନ୍ତି । ଅନ୍ୟଜଣେ ଖେଳାଳିଙ୍କର ଜୁଲାଇ ୧୮ରେ ଆଉଥରେ ଟେଷ୍ଟ୍ ହେବ । ଏହି ଦିନ ଖେଳାଳିଙ୍କର ଆଇସୋଲେସନର ଦଶମ ଦିନ ।
ସୂତ୍ରାନୁସାରେ, ରବିବାର ଦ୍ୱିତୀୟ ଖେଳାଳିଙ୍କର ଟେଷ୍ଟ୍ ହେବ । ନେଗେଟିଭ୍ ଆସିଲା ପରେ ତାଙ୍କୁ ଟିମ୍ରେ ସାମିଲ କରାଯିବ ।