LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଛାଇଥିବା ନିଜ ଜାଲରେ ଫସିଲା ଟିମ୍ ଇଣ୍ଡିଆ, ୧୧ ବର୍ଷ ପୂର୍ବେ ଓ୍ଵାଙ୍ଖେଡେରେ ଭୋଗିଥିଲା ଏମିତି ପରାଜୟ

3/03/2023 at 4:02 PM

ନୂଆଦିଲ୍ଲୀ: ଇନ୍ଦୋର ଟେଷ୍ଟରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆ ହାତରୁ ଶୋଚନୀୟ ପରାଜୟ ଭୋଗିଛି। ଦଳର ଅବସ୍ଥା ଏମିତି ଥିଲା ଯେ, ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ପୂର୍ବରୁ ଖେଳ ସମାପ୍ତ ହୋଇ ଯାଇଥିଲା।ଏହି ପରାଜୟ ଭାରତୀୟ ଦଳକୁ ଶକ୍ତ ଝଟକା ଦେଇଛି। ଫଳରେ ଭାରତର ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ରେ ପହଞ୍ଚିବାରେ ବିଳମ୍ବ ଘଟିଛି।

ଭାରତୀୟ ଦଳର ପରାଜୟର ପ୍ରମୁଖ କାରଣ ହେଉଛି ଟର୍ଣ୍ଣିଂ ଟ୍ରାକ୍। ଭାରତ ଏହି ମୁକାବିଲା ପାଇଁ ପୂର୍ବର ଦୁଇ ମ୍ୟାଚ୍ ପରି ଟର୍ଣ୍ଣିଂ ଟ୍ରାକ୍ ପ୍ରସ୍ତୁତ କରିଥିଲା। ଉଦ୍ଦେଶ୍ୟ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ସ୍ପିନ ଜାଲରେ ଫଶା ଯାଇ ପାରିବ। ହେଲେ ଭାରତର ଏହି ରଣନୀତି ବୁମେରା ପାଲଟିଛି। ନିଜ ଜାଲରେ ଭାରତ ନିଜେ ଫଶି ଯାଇଛି। ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିୟନ ଭାରତୀୟ ଦଳର ବ୍ୟାଟିଂକ୍ରମକୁ ଧ୍ଵସ୍ତ ବିଧ୍ଵସ୍ତ କରି ଦେଇଛନ୍ତି।

୧୧ ବର୍ଷ ପୁରୁଣା କଥାକୁ ମନେ ପକାଇ ଦେଲା ଏହି ପରାଜୟ

ଭାରତୀୟ ଦଳର ଏହି ପରାଜୟ ୨୦୧୨ରେ ଓ୍ଵାଙ୍ଖେଡେ ମୁକାବିଲାକୁ ମନେ ପକାଇ ଦେଇଛି। ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ୧୦ ଓ୍ଵିକେଟ୍‌ରେ ପରାଜୟ ଭୋଗିଥିଲା। ମ୍ୟାଚ୍‌ର ଚତୁର୍ଥ ଦିନରେ ମଣ୍ଟି ପାନେସର ଘାତକ ବୋଲିଂ କରି ଭାରତୀୟ ଦଳକୁ ୧୪୨ ରନରେ ଅଲଆଉଟ୍ କରିଥିଲେ। ଆଉ ଇଂଲଣ୍ଡ ଦଳକୁ ୫୭ ରନର ସହଜ ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଇଂଲଣ୍ଡ ବିନା ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଉକ୍ତ ମୁକାବିଲା ପାଇଁ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ୍ଵାଙ୍ଖେଡାରେ ଟର୍ଣ୍ଣିଂ ପିଚ୍ ପ୍ରସ୍ତୁତ କରିଥିଲେ। ହେଲେ ଏହି ଚାଲ୍ ଭାରତକୁ ଓଲଟା ପଡିଥିଲା। ଦ୍ଵିତୀୟ ପାଳିରେ ଭାରତୀୟ ବ୍ୟାଟିଂକ୍ରମ ତାସ ପତା ପରି ଭୁଶୁଡି ପଡିଥିଲା। ଗୌତମ ଗମ୍ଭୀର ଏକାକୀ ୬୫ ରନର ଇନିଂସ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ସ୍ପିନ ବୋଲର ମଣ୍ଟି ପାନେସର ମୋଟ୍ ୧୧ ଓ୍ଵିକେଟ୍ ଦଖଲ କରିଥିଲେ।

ଇଂଲଣ୍ଡ ବିପକ୍ଷ ଏହି ମୁକାବିଲାରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଚେତେଶ୍ଵର ପୂଜାରାଙ୍କ ଦମଦାର ୧୩୫ ରନ ଦମରେ ପ୍ରଥମ ଇନିଂସରେ ୩୨୭ ରନ କରିଥିଲା। ଜବାବରେ ଇଂଲଣ୍ଡ ୪୧୩ ରନ କରି ୮୬ ରନର ଅଗ୍ରଣୀ ହାସଲ କରିଥିଲା। ଇଂଲଣ୍ଡ ପକ୍ଷରୁ କେଭିନ ପିଟରସନ ୧୮୬ ଏବଂ ଆଲିଷ୍ଟର କୁକ୍‌ ୧୨୨ ରନର ଦମଦାର ଇନିଂସ ଖେଳିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋର ଟେଷ୍ଟ

ଭାରତ ପ୍ରଥମ ଇନିଂସ- ୧୦୯ ରନ

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୯୭ ରନ

ଭାରତ ଦ୍ଵିତୀୟ ଇନିଂସ- ୧୬୩ ରନ

ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସ- ୭୮/୧*

୨୦୧୨ ଓ୍ଵାଙ୍ଖେଡା ଟେଷ୍ଟ

ଭାରତ ପ୍ରଥମ ଇନିଂସ- ୩୨୭ ରନ

ଇଂଲଣ୍ଡ ପ୍ରଥମ ଇନିଂସ- ୪୧୩ ରନ

ଭାରତ ଦ୍ଵିତୀୟ ଇନିଂସ- ୧୪୨ ରନ

ଇଂଲଣ୍ଡ ଦ୍ଵିତୀୟ ଇନିଂସ- ୫୮/୦

   Related Posts