ମହଙ୍ଗା ପଡିବ କି ହାର୍ଦ୍ଦିକଙ୍କ ଏକ୍ସପେରିମେଣ୍ଟ? ସୂର୍ଯ୍ୟ ନା କୋହଲି, ୩ ନମ୍ୱର ପୋଜିସନକୁ ନେଇ ଦ୍ୱନ୍ଦ୍ୱ

Published By : Prameya-News7 Bureau | November 21, 2022 IST

ନୂଆଦିଲ୍ଲୀ ୨୧/୧୧: ଟି-୨୦ ବିଶ୍ୱକପ ୨୦୨୨ରେ ପରାଜୟ ପରେ ଦୋହଲିଯାଇଛି ଭାରତୀୟ କ୍ରିକେଟର ମୂଳଦୁଆ । ଟୁର୍ଣ୍ଣାମେଣ୍ଟରେ ବିଫଳତା ପରେ ଟି-୨୦ ଫର୍ମାଟରେ ଆମୂଳ ଚୂଳ ପରିବର୍ତ୍ତନ ପାଇଁ ଦାବି ଜୋର ଧରିଛି । କ୍ୟାପଟେନଠାରୁ ଆରମ୍ଭ କରି ଓପନର, ଏପରିକି ଖେଳିବାର ତରିକାରେ ପରିବର୍ତ୍ତନ ଲାଗି ଦାବି ହେଉଛି । ଏଭଳି ପରିସ୍ଥିତିରେ ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିଛି, ସେତେବେଳେ ଏହାକୁ ପରୀକ୍ଷଣ କରିବାର ଏକ ସୁଯୋଗ ଭାବେ ଚର୍ଚ୍ଚା ହେଉଛି ।

ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୬୫ ରନ୍‌ରେ ମାତ୍ ଦେଇଛି । ଏଠାରେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ଷ୍ଟେପ୍ ଯାହାକି ସକସେସ୍ ବୋଲି କୁହାଯାଉଛି । ୨୦୨୨ରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ କରିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ନମ୍ୱର-୩ ରେ ବ୍ୟାଟିଂ ପାଇଁ ପଠାଯାଇଥିଲା । ସୂର୍ଯ୍ୟ ବି ଏହାର ଭରପୁର ଫାଇଦା ଉଠାଇଥିଲେ । ଧୂଆଁଧାର ବ୍ୟାଟିଂ କରି ୫୧ ବଲ୍‌ରୁ ୧୧୧ ରନ୍ କରିଥିଲେ ସୂର୍ଯ୍ୟ ।

ହାର୍ଦ୍ଦିକଙ୍କ ଏହି ଡିସିସନ ଏବେ ଟିମ୍ ଉପରେ ପଡିବାକୁ ଯାଉଛି ଭାରି । କାରଣ ନିୟମିତ ଭାବେ ବିରାଟ କୋହଲି ନମ୍ୱର-୩ରେ ଆସିଥାନ୍ତି । ଯଦି ଟିମ୍‌ରେ ବିରାଟ ପରିବର୍ତ୍ତନ କରନ୍ତି ତେବେ ୩ ନମ୍ୱରରେ କିଏ ଖେଳିବେ ସୂର୍ଯ୍ୟ ନା କୋହଲି ସେନେଇ ଉପୁଜିଛି ଦ୍ୱନ୍ଦ୍ୱ ।
ନଂ-୩ରେ ସୂର୍ଯ୍ୟକୁମାର କାହିଁକି ଉତ୍ତମ ବିକଳ୍ପ?
ବିଗତ ଦିନମାନଙ୍କରେ ଦେଖିବାକୁ ମିଳିଛି ଯେ ବିରାଟ କୋହଲି ନମ୍ବର-୩ରେ ଆସି ଲିଡ୍ ନେଇଛନ୍ତି । ଏହା ଟିମ୍ ଇଣ୍ଡିଆକୁ ଅସୁବିଧାରେ ପକାଉଛି, କାରଣ ଆରମ୍ଭରୁ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ଯୋଡି ମନ୍ଥର ରହିଛି । ଏହା ପରେ ବିରାଟ କୋହଲି ଲିଡ୍ ଭୂମିକା ନେଇ ମୈଦାନକୁ ଓହ୍ଲାଇଥାନ୍ତି । ଯାହାକି ଟିମ୍ ଇଣ୍ଡିଆ ପାଇଁ ସମସ୍ୟା ବଢାଉଛି । ଯଦି ସୂର୍ଯ୍ୟକୁମାର ଯାଦବ ଆସନ୍ତି, ତେବେ ପାୱାର ପ୍ଲେ ଅନୁଯାୟୀ କିମ୍ବା ତା’ପରେ ରନ୍ ର ଗତି ବଢାଇପାରିବେ ।
୨୦୨୧ରେ ଟି-୨୦ ଫର୍ମାଟରେ ଡେବ୍ୟୁ କରିବା ପରଠାରୁ ସୂର୍ଯ୍ୟକୁମାର ଯାଦବ ହାରାହାରି ୪୫ରେ ରନ୍ ସ୍କୋର କରିଥିଲେ । ୨୦୨୨ମସିହାରେ, ସେ ୧୦୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ବିଶେଷ କଥା ହେଉଛି ନମ୍ବର ୪ ବ୍ୟାଟିଂ ଅର୍ଡରରେ ଆସି ସୂର୍ଯ୍ୟ ଅଧିକ ରନ୍ କରିଛନ୍ତି ।
କ’ଣ ହେବ ବିରାଟ କୋହଲିଙ୍କ ଭୂମିକା ?
ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ଟି-୨୦ ଫର୍ମାଟରେ ଓପନିଂ ଯୋଡିକୁ ପରିବର୍ତ୍ତନ କରିବାର ଦାବି ହୋଇଆସୁଛି । କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମା ଯୋଡି ଗତ କିଛି ଥର ପାଇଁ, ସେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାଁନ୍ତି ଯାହା ଆଶା କରାଯାଉଥିଲା । ଏଭଳି ପରିସ୍ଥିତିରେ ଯଦି ବିରାଟ କୋହଲି ଓପନିଂ କରନ୍ତି ତେବେ ଭଲ ଖେଳିବେ ଏହା ନିସନ୍ଦେହ ବୋଲି କୁହାଯାଉଛି ।

ଏହା ବ୍ୟତୀତ ବିରାଟ କୋହଲିଙ୍କୁ ନମ୍ବର-୪ରେ ବ୍ୟାଟିଂ କରିବାର ସୁଯୋଗ ରହିଛି । କିନ୍ତୁ, ଟି-୨୦ରେ ବିରାଟ କୋହଲିଙ୍କ ପାଇଁ ଓପନିଂ ସର୍ବୋତ୍ତମ ବିକଳ୍ପ, ଯେଉଁଥିପାଇଁ ସେ ବିନା କୌଣସି ପ୍ରେସରରେ ଖେଳି ପାରିବେ । ବିରାଟ କୋହଲି ତାଙ୍କ ଟି-୨୦କ୍ୟାରିୟରର ଓପନିଂ ବେଳେ ଥରେ ମାତ୍ର ଶତକ ହାସଲ କରି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.