୧୫ ଟେଷ୍ଟ, ୧୮ଟି T-20, ୩ଟି ଦିନିକିଆ… ଜାଣନ୍ତୁ ଭାରତୀୟ କ୍ରିକେଟ୍‌ ଟିମ୍‌ର ୨୦୨୪ ଖେଳସୂଚୀ

Published By : Prameya-News7 Bureau | January 01, 2024 IST

ମୁମ୍ବାଇ ୦୧।୦୧ : ଶେଷ ହେଲା ୨୦୨୩ । ଆରମ୍ଭ ହୋଇଛି ନୂତନ ବର୍ଷ ୨୦୨୪ । ସମସ୍ତେ ଖାସ୍ ଅନ୍ଦାଜରେ କରିଛନ୍ତି ସ୍ୱାଗତ । ତେବେ ଆସନ୍ତୁ ଜାଣିବା ଏହି ବର୍ଷରେ ଭାରତୀୟ କ୍ରିକେଟ୍‌ ଟିମ୍‌ର କିପରି ରହିଛି ଖେଳସୂଚୀ ।

ଗତ ବର୍ଷ ଟିମ୍‌ ଇଣ୍ଡିଆ ପାଇଁ ଖାସ୍‌ ଥିଲା । ୨୦୨୩ ବିଜୟ ସହିତ ଆରମ୍ଭ କରିଥିଲା । କିନ୍ତୁ ବର୍ଷର ଅନ୍ତ ପରାଜୟ ସହ ଶେଷ କରିଛି । ୨୦୨୩ରେ ଆରମ୍ଭ ଶ୍ରୀଲଙ୍କା ସିରିଜ୍‌ ଠାରୁ ଆରମ୍ଭ ହୋଇଥିଲା । ସେତେବେଳେ ଉଭୟ ଟିମ୍‌ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ବିଜୟ ହୋଇଥିବା ବେଳେ ୨ୟ ମୁକାବିଲାରେ ପରାସ୍ତ ହୋଇଥିଲା । ଆଉ ତୃତୀୟ ମ୍ୟାଚ୍‌ ଜିତି ସିରିଜ୍‌କୁ ନିଜ ନାମରେ କରିଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ୨୦୨୩ର ଶେଷ ପରାଜୟ ସହ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି ।

wp:embed {"url":"https://www.prameyanews7.com/david-warner-announces-odi-retirement-ahead-of-swansong-test-at-scg-tspo/","type":"wp-embed","providerNameSlug":"prameya-news-7"}
https://www.prameyanews7.com/david-warner-announces-odi-retirement-ahead-of-swansong-test-at-scg-tspo/
/wp:embed

ତେବେ ୨୦୨୪ରେ ଟିମ୍‌ ଇଣ୍ଡିଆ ପାଇଁ ଖାସ୍‌ ରହିଛି । ଏହି ବର୍ଷ ଟିମ୍‌ ଇଣ୍ଡିଆ ମୋଟ ୧୫ଟି ଟେଷ୍ଟ ମ୍ୟାଚ୍‌, ୧୮ଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ୨୦୨୪ରେ ମାତ୍ର ୩ଟି ଦିନିକିଆ ମୁକାବିଲା ଖେଳିବ ଟିମ୍‌ ଇଣ୍ଡିଆ ।

ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ରୀଡାସୂଚୀ-

ଜାନୁଆରୀ-: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ (ଦକ୍ଷିଣ ଆଫ୍ରିକା)

ଜାନୁଆରୀ -: ଆଫଗାନିସ୍ତାନରେ ବିରୋଧରେ ୩ଟି ଟି-୨୦ ମ୍ୟାଚ୍‌ (ଭାରତ)

ଜାନୁଆରୀରୁ ମାର୍ଚ୍ଚ -: ଇଂଲଣ୍ଡ ବିରୋଧରେ ୫ଟି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ (ଭାରତରେ ଖେଳାଯିବ)

ମାର୍ଚ୍ଚରୁ ମଇ -: ଆଇପିଏଲ୍‌ ୨୦୨୪ (ଭାରତ)

ଜୁନ୍‌ -: ୨୦୨୪ ଟି-୨୦ ବିଶ୍ୱକପ୍‌ ( ଓ୍ୱେଷ୍ଟଇଣ୍ଡିଜ୍‌-ଆମେରିକା)

ଜୁଲାଇ -: ଶ୍ରୀଲଙ୍କା ଗସ୍ତରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍‌

ଅଗଷ୍ଟ -: ବାଂଲାଦେଶ ବିରୋଧରେ ୨ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍‌

ଅକ୍ଟୋବରରୁ ନଭେମ୍ବର -: ନ୍ୟୁଜିଲାଣ୍ଡ ବିରୋଧରେ ୩ଟି ଟେଷ୍ଟ ମ୍ୟାଚ୍‌ (ଭାରତରେ ଖେଳାଯିବ)

ଡିସେମ୍ବର -: ଅଷ୍ଟ୍ରେଲିଆ ଗସ୍ତରେ ୪ଟି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ ଖେଳିବ ଟିମ୍‌ ଇଣ୍ଡିଆ

wp:embed {"url":"https://www.prameyanews7.com/laxmi-narayan-rajyog-lucky-for-4-zodiac-signs/","type":"wp-embed","providerNameSlug":"prameya-news-7"}
https://www.prameyanews7.com/laxmi-narayan-rajyog-lucky-for-4-zodiac-signs/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.