ଅହମ୍ମଦାବାଦ୍‌ରେ ଟିମ୍‌ ଇଣ୍ଡିଆକୁ ହରାଇବା ମୁସ୍କିଲ୍‌... ୭୫୪୭ ଦିନ ପରେ ଅଷ୍ଟ୍ରେଲିଆଠୁ ନେବ ପୁରୁଣା ବଦ୍‌ଲା

Published By : Prameya-News7 Bureau | November 18, 2023 IST

ଅହମ୍ମଦାବାଦ୍‌ ୧୮।୧୧ :  ୨୩ ମାର୍ଚ୍ଚ ୨୦୦୩, ଯେଉଁଦିନ ଭାଙ୍ଗିଥିଲା କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ । ଜୋହାନସବର୍ଗରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା ଫାଇନାଲ ଫାଇଟ୍‌ । ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଉଭୟ ଟିମ୍‌ । ଅଧିନାୟକ ରିକି ପଣ୍ଟିଂଙ୍କ ୧୪୦ ରନ୍‌ର ଧୁଆଁଧାର ଇନିଂସ ବଳରେ ଅଷ୍ଟ୍ରେଲିଆ ୩୫୯ ସ୍କୋର ବିଶାଳ ସ୍କୋର କରିଥିଲା । ଯାହାକୁ ପିଛା କରି ପରାସ୍ତ କରିବା ସେତେବେଳେ ଥିଲା ଅସମ୍ଭବ ।

wp:embed {"url":"https://www.prameyanews7.com/player-of-the-tournament-contenders/","type":"wp-embed","providerNameSlug":"prameya-news-7"}
https://www.prameyanews7.com/player-of-the-tournament-contenders/
/wp:embed

ଟିମ୍‌ ଇଣ୍ଡିଆ ଆରମ୍ଭ କରିଥିଲା ରନ୍‌ ଚେଜ୍‌ । ସଚ୍ଚିନ ତେନ୍ଦୁଲକର ପ୍ରଥମ ହିଁ ଓଭରରେ ଗ୍ଲେନ୍‌ ମ୍ୟାକ୍‌ଗ୍ରାଥ୍‌ଙ୍କ ଶିକାର ହୋଇଥିଲେ । ଆଉ ଫେରିଥିଲେ ପ୍ୟାଭିଲିୟନ ।ଏହାପରେ ବିରେନ୍ଦ୍ର ସେହଓ୍ୱାଗ (୮୧ ରନ୍‌) ଏବଂ ରାହୁଲ୍‌ ଦ୍ରାବିଡ୍‌ (୪୭ ରନ୍‌) ଙ୍କ ଛାଡି ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ତିଷ୍ଠି ପାରିନଥିଲେ । ଗୋଟିଏ ପରେ ଗୋଟିଏ ଓ୍ୱିକେଟ୍‌ ପଡିଚାଲିଲା । ଶେଷରେ ୧୨୫ ରନ୍‌ ଫାଇନାଲ ମ୍ୟାଚ୍‌ ହାରିଲା ଟିମ୍‌ ଇଣ୍ଡିଆ ।

wp:embed {"url":"https://www.prameyanews7.com/astrology-predictions-about-the-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/astrology-predictions-about-the-world-cup/
/wp:embed

ଆଉ ଏବେ ୧୯ ନଭେମ୍ବର ୨୦୨୩ । ମୋଟ ୭୫୪୭ ଦିନ ପରେ ପୁଣି ଥରେ ଫାଇନାଲରେ ମୁହାଁମୁହାଁ ହେବେ ଭାରତ-ଅଷ୍ଟ୍ରେଲିଆ । ତେଣୁ ୨୦ ବର୍ଷର ତଳ ପ୍ରତିଶୋଧ ନେବା ଲକ୍ଷ୍ୟ ରହିଛି ଟିମ୍‌ ଇଣ୍ଡିଆ । ଫାଇନାଲରେ କଙ୍ଗାରୁ ବାହିନୀକୁ ହରାଇ ନେବ ପରାଜୟର ପ୍ରତିଶୋଧ । ରାହୁଲ ଦ୍ରାବିଡ ସେତେବେଳେ ଖେଳାଳି ଥିଲେ, କିନ୍ତୁ ଏବେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ ଅଛନ୍ତି । ୨୦୦୩ ଦଳର ସଦସ୍ୟ ବି ଥିଲେ ଅଜିତ ଅଗରକର । ଆଜି ଅଜିତ ଅଗରକର ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ।

wp:embed {"url":"https://www.prameyanews7.com/sourav-ganguly-reaction-on-final-match/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-reaction-on-final-match/
/wp:embed

ସେପଟେ ଅହମ୍ମଦାବାଦର ରେକର୍ଡ ଭାରତ ସପକ୍ଷରେ ରହିଛି । ଏଠାରେ ଭାରତୀୟ ଟିମ୍‌ ଗୋଟିଏ ବି ହେଲେ ବିଶ୍ୱକପ୍ ମ୍ୟାଚ୍‌ ହାରିନାହିଁ । ଟିମ୍‌ ଇଣ୍ଡିଆ ଏଠାରେ ମୋଟ ୩ ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରେ ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଛି । ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ୨୬ ଅକ୍ଟୋବର ୧୯୮୭ରେ ଜିମ୍ବାଓ୍ୱେ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ୍‌କୁ ଭାରତ ୭ ଓ୍ୱିକେଟ୍‌ରେ ବିଜୟୀ ହୋଇଥିଲା ।

wp:embed {"url":"https://www.prameyanews7.com/richard-kettleborough-amongst-match-officials-for-ind-v-aus-world-cup-final/","type":"wp-embed","providerNameSlug":"prameya-news-7"}
https://www.prameyanews7.com/richard-kettleborough-amongst-match-officials-for-ind-v-aus-world-cup-final/
/wp:embed

ସେହିପରି ୨୦୧୧ରେ ଏହି ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଅଷ୍ଟ୍ରେଲିଆ । ଏହି ନକ୍‌ଆଉଟ୍‌ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରି ୨୬୦ /୬ କରିଥିଲା । ଜବାବରେ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌କୁ ୫ ଓ୍ୱିକେଟ୍‌ ହରାଇ ବିଜୟୀ ହୋଇଥିଲା । ଶେଷରେ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ମୁକାବିଲା ହୋଇଥିଲା । ଏଥିରେ ଭାରତୀୟ ଟିମ୍‌ ପାକିସ୍ତାନକୁ ୭ ଓ୍ୱିକେଟ୍‌ରେ ପରାସ୍ତ କରିଥିଲା ।

wp:embed {"url":"https://www.prameyanews7.com/ind-vs-aus-final-world-cup-2023-equations-are-becoming-in-favor-of-team-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ind-vs-aus-final-world-cup-2023-equations-are-becoming-in-favor-of-team-india/
/wp:embed

ତେବେ ଭାରତ ସପକ୍ଷରେ ରହୁଛି ସମସ୍ତ ରେକର୍ଡ । ଦେଖାଯାଉ ରବିବାର ମହାମୁକାବିଲାରେ କାହାର ପଲ୍ଲା ହେବ ଭାରୀ ? ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ କଙ୍ଗାରୁ ବାହିନୀ ଉପରେ ଭାରି ପଡୁଛି ନା ଅଷ୍ଟ୍ରେଲିଆ ଟିମ୍‌ ରୋହିତ ବାହିନୀ ଉପରେ ଦବ୍‌ଦବା ଜାହିର କରୁଛନ୍ତି ।

wp:embed {"url":"https://www.prameyanews7.com/alia-bhatt-talk-about-marriage-issue-with-ranbir-kapoor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/alia-bhatt-talk-about-marriage-issue-with-ranbir-kapoor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.