ନୂଆଦିଲ୍ଲୀ: ଇଂଲଣ୍ଡର ସଫଳ ଗସ୍ତ ପରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜରେ ପହଞ୍ଚିଛି। ଏହି ଗସ୍ତରେ ଭାରତ ଘରୋଇ ଦଳ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ପାଞ୍ଚ ମ୍ୟାଚର ଟି-୨୦ ସିରିଜ୍ ଖେଳିବ। ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଦିନିକିଆ ଦଳ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ଓ୍ଵେଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି। ବିସିସିଆଇ ପକ୍ଷରୁ ଏକ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦଳ ସୋମବାର ମାଞ୍ଚେଷ୍ଟରରୁ ଇଣ୍ଡିଜ ଅଭିମୁଖେ ଯାତ୍ରା କରିଥଲା। ତେବେ ଦିନିକିଆ ସିରିଜରୁ ବିଶ୍ରାମ ନେଇଥିବା ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନ୍ୟ ଖେଳାଳି ପରେ ଓ୍ଵେଷ୍ଟଇଣ୍ଡିଜରେ ପହଞ୍ଚିବେ।
୧୬ ଜଣିଆ ଦିନିକିଆ ଦଳରେ ସଞ୍ଜୁ ସାମସନ, ଋତୁରାଜ ଗାଏକଓ୍ଵାଡ ଏବଂ ଶୁଭମାନ ଗିଲ୍ ସାମିଲ୍। ତିନି ଜଣ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦଳରେ ନଥିଲେ। ଭାରତୀୟ ଦଳ ମଙ୍ଗଳବାର ପୋର୍ଟ ଅଫ ସ୍ପେନରେ ତ୍ରିନିଦାନ ଏବଂ ଟୋବାଗୋରେ ଏକତ୍ର ହୋଇଛନ୍ତି। ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ସହିତ ସହାୟକ କୋଚିଂ ଷ୍ଟାଫ ମଙ୍ଗଳବାର ମାଞ୍ଚେଷ୍ଟରରୁ ଓ୍ଵେଷ୍ଟଇଣ୍ଡିଜ ଅଭିମୁଖେ ଯାତ୍ରା କରିବେ। ଋଷଭ ପନ୍ତ ଏବଂ ରୋହିତ ଶର୍ମା ଜୁଲାଇ ୨୭ ସୁଦ୍ଧା ଦଳରେ ଯୋଗ ଦେବେ।
wp:html/wp:htmlJourney to the Caribbean islands 🏏🌴🍹 @yuzi_chahal #BCCI #TeamIndia #st54 pic.twitter.com/Ig20ZPnPvh
— Shardul Thakur (@imShard) July 19, 2022
ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ
ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଷନ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅଭେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ।
ଟି-୨୦ ସିରିଜ୍ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, କେଏଲ ରାହୁଲ(ଫିଟନେସ୍ ଟେଷ୍ଟ ଉପରେ ନିର୍ଭର), ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଆର ଅଶ୍ଵିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ(ଫିଟନେସ୍ ଟେଷ୍ଟ ଉପରେ ନିର୍ଭର), ଭୁବନେଶ୍ଵର କୁମାର, ଅଭେଶ ଖାନ, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ।
ଦିନିକିଆ ବନାମ ଓ୍ଵେଷ୍ଟଇଣ୍ଡିଜ- ଦିନିକିଆ ସିରିଜ୍
ପ୍ରଥମ ଦିନିକିଆ- ଜୁଲାଇ ୨୨, ପୋର୍ଟ ଅଫ ସ୍ପେନ
ଦ୍ଵିତୀୟ ଦିନିକିଆ- ଜୁଲାଇ ୨୪, ପୋର୍ଟ ଅଫ ସ୍ପେନ
ତୃତୀୟ ଦିନିକିଆ- ଜୁଲାଇ ୨୭, ପୋର୍ଟ ଅଫ ସ୍ପେନ
ଟି-୨୦ ସିରିଜ୍
ପ୍ରଥମ ଟି ୨୦- ଜୁଲାଇ ୨୯, ତ୍ରିନିଦାଦ
ଦ୍ଵିତୀୟ ଟି ୨୦- ଅଗଷ୍ଟ ୧, ସେଣ୍ଟ କିଟ୍ସ
ତୃତୀୟ ଟି ୨୦- ଅଗଷ୍ଟ ୨, ସେଣ୍ଟ କିଟ୍ସ
ଚତୁର୍ଥ ଟି ୨୦- ଅଗଷ୍ଟ ୬, ଫ୍ଲୋରିଡା(ଆମେରିକା)
ପଞ୍ଚମ ଟି ୨୦- ଅଗଷ୍ଟ ୭, ଫ୍ଲୋରିଡା(ଆମେରିକା)