World Cup 2023 : ବିଶ୍ୱକପ୍‌କୁ ଆଉ ୫୭ ଦିନ ବାକି, ଏବେ ଯାଏଁ ଭାରତକୁ ମିଳିଲାନି ପରଫେକ୍ଟ ପ୍ଲେଇଙ୍ଗ ଇଲେଭେନ୍‌

Published By : Prameya-News7 Bureau | August 09, 2023 IST

ମୁମ୍ବାଇ ୦୯।୦୮ : ବିଶ୍ୱକପ୍‌ ୨୦୨୩ । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ହିଁ ଖେଳାଯିବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଯାହାର ଅପେକ୍ଷା ବହୁ ଦିନ ଧରି କ୍ରୀଡାପ୍ରେମୀ କରିଆସୁଥିଲେ । ୧୨ ବର୍ଷ ପରେ ଦିନିକିଆ ବିଶ୍ୱକପ ଭାରତକୁ ଫେରୁଛି । ମାନେ ପୁରା ବିଶ୍ୱକପ୍‌ର ଆୟୋଜନ ଭାରତକୁ ମିଳିଛି । କ୍ରିକେଟ୍‌ ଇତିହାସରେ ଏପରି ପ୍ରଥମ ଘଟଣା , ଯାହା ଭାରତକୁ ପୁରା ଟୁର୍ଣ୍ଣାମେଣ୍ଟର ଆୟୋଜନ ମିଳିଛି ।

ଦିନିକିଆ ବିଶ୍ୱକପ୍‌କୁ ଆଉ ୫୭ ଦିନ ବାକି ରହିଛି । ଅଗଷ୍ଟ ୯ରେ ଖେଳାଯିବ ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ ।କିନ୍ତୁ ଏବେ ଯାଏଁ ଭାରତୀୟ ଟିମ୍‌ ନିଜର ପ୍ଲେଇଙ୍ଗ ଇଲେଭନ୍‌ ସେଟ୍‌ କରିପାରିନାହିଁ ।  ରୋହିତ ଶର୍ମାଙ୍କ ଅଧିନାୟକ ଏବଂ ରାହୁଲ ଦ୍ରାବିଡଙ୍କ କୋଚିଂ ସମୟରେ ଟିମ୍‌ ଇଣ୍ଡିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଭାରତୀୟ ଟିମ୍‌ ନିକଟରେ ଓ୍ୱେଷ୍ଟଇଣ୍ଡିଜ୍‌ ବିରୋଧରେ ତିନୋଟି ଦିନିକିଆ ମ୍ୟାଚ୍‌ ସିରିଜ୍‌ ଖେଳିଥିଲେ । ଯେଉଁଥିରେ ଭାରତ ୨-୧ରେ ବିଜୟୀ ହୋଇଛି ।କିନ୍ତୁ ଭାରତ ପାଇଁ ସବୁଠୁ ଟେନ୍‌ସନ ଥିଲା ବ୍ୟାଟିଂ ଲାଇନ୍‌ଅପ୍‌ । ଦିନିକିଆ ସିରିଜ୍‌ରେ ରୋହିତ ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା । ଯାହାଫଳରେ  ଶୁଭମନ୍‌ ଗିଲ ଏବଂ ଇଷାନ୍‌ କିଷାନ୍‌ ଓପନିଂ କରିଥିଲେ । ଯଦି ଆଗାମୀ ଏସିଆ କପ୍‌ରେ ଶୁଭମନ୍‌ ଆଉ ଇଷାନ୍‌ ଓପନିଂ କରନ୍ତି । ତେବେ ରୋହିତଙ୍କୁ ମିଡିଲ୍‌ ଅର୍ଡରରେ ଖେଳିବାକୁ ପଡିବ । କିନ୍ତୁ ଟିମ୍‌ର ନିୟମିତ ଓପନର ଥିଲେ ଶୁଭମନ୍‌ ଗିଲ୍‌ ଏବଂ ରୋହିତ ଶର୍ମା ।

ସେହିପରି ଟିମ୍‌ ଇଣ୍ଡିଆ ଚିନ୍ତାର ବିଷୟ ମିିଡିଲ ଅର୍ଡର । କିଏ ସମ୍ଭାଳିବ ମିଡିଲ ଅର୍ଡର ଦାୟିତ୍ୱ । ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଧିକ ପାଣ୍ଡ୍ୟା, ଇଷାନ କିଶାନ, ସଞ୍ଜୁ ସାମ୍‌ସମ୍‌ ରହିଛନ୍ତି । କିନ୍ତୁ କିଏ ଟିମ୍‌ ପାଇଁ ସାଜିବେ ସଙ୍କଟମୋଚକ । ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଟିମ୍‌ ଏକାଧିକ ବ୍ୟାଟସମ୍ୟାନ୍‌ଙ୍କୁ ପ୍ରୟୋଗ କରିସାରିଲାଣି । କିନ୍ତୁ ଶ୍ରେୟସ ଆୟରଙ୍କ ବ୍ୟତୀତ ଆଉ କୌଣସି ଏହି ବ୍ୟାଟସମ୍ୟାନ୍‌ ଏହି ସ୍ଥାନରେ ଫିଟ୍‌ ହୋଇପାରୁନାହାନ୍ତି । ଶ୍ରେୟସ ଆହତ ପରଠାରୁ ୪ ଜଣ ବ୍ୟାଟସମ୍ୟାନ୍‌ ପ୍ରୟୋଗ ପରେ ବି ଫେଲ୍‌ ମାରିଛନ୍ତି ।

ସେହିପରି ବୋଲିଂ ବିଭାଗ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେ ଯଶପ୍ରୀତ୍‌ ବୁମ୍‌ରାହ ଫିଟ୍‌ ହୋଇସାରିଛନ୍ତି । ଆୟରଲ୍ୟାଣ୍ଡ ଗସ୍ତରେ ଟିମ୍‌କୁ ଫେରିବେ ବୁମ୍‌ରାହ । ଯଦି ସବୁକିଛି ଠିକ୍‌ ରୁହେ, ତେବେ ବୁମ୍‌ରାହଙ୍କ ସହିତ ମହମ୍ମଦ ସାମି, ମହମ୍ମଦ ସିରାଜ ବୋଲିଂ ବିଭାଗ ସମ୍ଭାଳିପାରନ୍ତି । ଏହାବ୍ୟତୀତ ଚତୁର୍ଥ ବୋଲର ଭାବେ ଶର୍ଦୁଲ ଠାକୁର କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକାଦଶରେ ସାମିଲ କରାଯାଇପାରିବ । ଏହାବ୍ୟତୀତ ଦୁଇଟି ସ୍ପିନର ଭାବେ ରବିନ୍ଦ୍ର ଜାଡେଜାଙ୍କ ସହିତ ୟୁଜବେନ୍ଦ୍ର ଚହଲ କିମ୍ବା କୁଲଦୀପ୍‌ ଯାଦବଙ୍କୁ ପ୍ଲେଇଂ ଇଲେଭେନ୍‌ରେ ଦେଖିବାକୁ ମିଳିପାରେ ।

ବିଶ୍ୱକପ୍‌ ପାଇଁ ସମ୍ଭାବିତ ଏକାଦଶ

ଓପନର : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌

ମିଡିଲ ଅର୍ଡର : ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ/କେଏଲ୍‌ ରାହୁଲ

ଓ୍ୱିକେଟ୍‌ କିପର : ଇଷାନ୍‌ କିଷାନ୍‌/ସଞ୍ଜୁ ସାମସନ୍‌

ଅଲରାଉଣ୍ଡର : ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା

ଦ୍ରୁତ ବୋଲର : ମହମ୍ମଦ ସାମି, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରାହ, ଶର୍ଦ୍ଦୁଲ ଠାକୁର

ସ୍ପିନର୍ସ : କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ

wp:embed {"url":"https://www.prameyanews7.com/odi-world-cup-2023-schedule/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odi-world-cup-2023-schedule/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.