Champions Trophy ପାଇଁ କେତେ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ ? ମେଗା ଇଭେଣ୍ଟ ପୂର୍ବରୁ ଖେଳିବ ମାତ୍ର ୩ଟି ମ୍ୟାଚ୍‌

Published By : Prameya-News7 Bureau | August 10, 2024 IST

ମୁମ୍ବାଇ ୧୦।୦୮ : ୨୦୨୪ରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଲା ଟିମ୍‌ ଇଣ୍ଡିଆ । ଦୀର୍ଘ ୧୧ ବର୍ଷ ପରେ କୌଣସି ଆଇସିସି ଇଭେଣ୍ଟ ଜିତିଛି ଟିମ୍‌ ଇଣ୍ଡିଆ । ଆଉ ଆଗକୁ ଚମ୍ପିଆନ୍ସ ଟ୍ରଫି ଏବଂ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଟ୍ରଫି ଜିତିବାକୁ ଟାର୍ଗେଟ ରଖିଛି ଭାରତୀୟ ଟିମ୍‌ । ଏଥିପାଇଁ ଉଭୟ ବୋର୍ଡ ଏବଂ ଖେଳାଳି ମଧ୍ୟ ପ୍ରସ୍ତୁତି କରୁଛନ୍ତି । ହେଲେ ଟିମ୍‌ ଇଣ୍ଡିଆର ପ୍ରସ୍ତୁତିକୁ ନେଇ ଏବେ ଉଠିଛି ପ୍ରଶ୍ନ । ଯଦି ଟିମ୍‌ର ଆଗାମୀ ଟାର୍ଗେଟ ୨୦୨୫ ଚମ୍ପିଆନ୍‌ସିପ୍‌ ଟ୍ରଫି ଜିତିବା । ତେବେ ଏହି ମେଗା ଇଭେଣ୍ଟ ପୂର୍ବରୁ କିପରି ଏକ ଟିମ୍‌ ଏତେ କମ୍‌ ପରିମାଣର ଦିନିକିଆ ମ୍ୟାଚ୍‌ ଖେଳିବ।

୨୦୨୫ରେ ପାକିସ୍ତାନରେ ଚମ୍ପିଆନ୍‌ସିପ୍‌ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିପାଇଁ ସବୁ ଟିମ୍‌ ପ୍ରସ୍ତୁତି ମଧ୍ୟ କରୁଛନ୍ତି । ଟିମ୍‌ ଇଣ୍ଡିଆ ମଧ୍ୟ ଏହାଠାରୁ ପଛରେ ନାହିଁ । ହେଲେ ଏତେ ବଡ଼ ଇଭେଣ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ମାତ୍ର ୬ଟି ଦିନିକିଆ ମ୍ୟାଚ୍‌ ଖେଳିବ । ସବୁ ଟିମ୍‌ ୧୦ରୁ ୧୫ ଦିନିକିଆ ଖେଳିବାକୁ ଟାର୍ଗେଟ ରଖିଥିବା ବେଳେ ଟିମ୍‌ ଇଣ୍ଡିଆ ମାତ୍ର ୬ଟି ଦିନିକିଆ ଖେଳିବ । ସେଥିମଧ୍ୟରୁ ତିନୋଟି ଦିନିକିଆ ମ୍ୟାଚ୍‌ ଖେଳିସାରିଛି । ବାକି ଆଉ ତିନୋଟି ମ୍ୟାଚ୍‌ ୨୦୨୫ରେ ଖେଳିବ । ତାହା ପୁଣି ଇଂଲଣ୍ଡ ବିପକ୍ଷରେ ଖେଳିବ। ଚମ୍ପିଆନ୍‌ସିପ୍‌ ଟ୍ରଫି ପୂର୍ବରୁ ୬ଟି ଦିନିକିଆ ମ୍ୟାଚ୍‌ ମଧ୍ୟରୁ ଅଗଷ୍ଟ ମାସରେ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୨-୦ରେ ପରାସ୍ତ ହୋଇଥିଲା । ଆଉ ବାକି ଦିନିକିଆ ମ୍ୟାଚ୍‌ ଆସନ୍ତା ଫେବୃଆରୀ ମାସରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବ । ବାକି ଚମ୍ପିଆନ୍‌ସିପ୍‌ ଟ୍ରଫି ପୂର୍ବରୁ ଆଉ କୌଣସି ଦିନିକିଆ ମ୍ୟାଚ୍‌ ଖେଳିବନାହିଁ ଟିମ୍‌ ଇଣ୍ଡିଆ । 

ସୂଚନାଯୋଗ୍ୟ ଯେ, ଭାରତୀୟ ଟିମ୍‌ ୨୦୧୩ ମସିହାରେ ଶେଷ ଥର ପାଇଁ ଚମ୍ପିଆନ୍‌ସିପ୍‌ ଟ୍ରଫି ଜିତିଥିଲା । ଫାଇନାଲରେ ଇଂଲଣ୍ଡକୁ ହରାଇ ଚମ୍ପିଆନ୍ ହୋଇଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ । ଏହାପୂର୍ବରୁ ୨୦୦୨ରେ ଭାରତ ଏବଂ ଶ୍ରୀଲଙ୍କା ଯୌଥ ଭାବେ ବିଜୟୀ ଘୋଷଣା ହୋଇଥିଲା । ଆଉ ଏବେ ୨୦୨୫ ମସିହା ଫେବୃଆରୀ ୧୯ ତାରିଖୁ ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍‌ସିପ୍‌ ଟ୍ରଫି । ଯାହା ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ । ମୋଟ ୮ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାବ ନେବେ । ଆଉ ୧୫ଟି ମ୍ୟାଚ୍‌ ଖେଳାଯିବ । ସମସ୍ତ ମ୍ୟାଚ୍‌ ନକ୍‌ଆଉଟ୍‌ ମଡେଲ୍‌ରେ ଖେଳାଯିବ। ୨୦୨୫ ଚମ୍ପିଆନ୍‌ସିପ୍‌ ଟ୍ରଫି ପାକିସ୍ତାନରେ ଆୟୋଜନ ହେଉଥିବାରୁ ଭାରତୀୟ ଟିମ୍‌   ଯିବାକୁ ରାଜି ହେଉନାହିଁ । ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନକୁ ନିଜ ଖେଳାଳିଙ୍କୁ ପଠାଇବା ଲାଗି ଭାରତୀୟ ଟିମ୍‌ ମନା କରିଦେଇଛି । ଦେଖାଯାଉ ଭାରତୀୟ ଟିମ୍‌ ପାକିସ୍ତାନ ଯାଉଛି ନା ଭାରତୀୟ ଟିମ୍‌ ନ୍ୟୁଟ୍ରାଲ୍‌ ଭେନ୍ୟୁରେ ଖେଳିବ। 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.