ବାଂଲାଦେଶ ବିପକ୍ଷ ସିରିଜ୍‌ରେ କାହାକୁ ମିଳିବ ସୁଯୋଗ ? ରେସ୍‌ରେ ଅନେକ ଯୁବ ଏବଂ ସିନିୟର ଖେଳାଳି

Published By : Prameya-News7 Bureau | September 04, 2024 IST

ମୁମ୍ବାଇ ୦୪।୦୯ : ସେପ୍ଟେମ୍ବର ୧୯ ତାରିଖରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆରମ୍ଭ ଟେଷ୍ଟ ସିରିଜ୍‌ । ଏଥିପାଇଁ ଖୁବଶୀଘ୍ର ଟିମ୍‌ର ମଧ୍ୟ ଘୋଷଣା ହେବାକୁ ଅଛି । ପ୍ରଦର୍ଶନ ଭିତ୍ତିରେ ଖେଳାଳିଙ୍କୁ ଆଗାମୀ ସିରିଜ୍‌ ଲାଗି ଚୟନ କରାଯିବ । ରୋହିତ ଶର୍ମାଙ୍କୁ ଅଧିନାୟକ ରହିଥିବା ବେଳେ ବିରାଟ କୋହିଲ ଏବଂ ଯଶ୍ୱସୀ ଜୈସଓ୍ୱାଲ୍‌ ଜାଗା ଏକପ୍ରକାର ସ୍ପଷ୍ଟ ହେଲାଭଳ ଲାଗୁଛି । ହେଲେ କିଛି ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ଚୟନ କମିଟି । 

ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିଲ୍ଲୀପ ଟ୍ରଫି । ଏଥିରେ ଶ୍ରେୟସ ଆୟର, ଇଶାନ୍‌ କିଷାନ୍‌, କେଏସ୍‌ ଭରତ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶ୍ୱସୀ ଜୈସ୍ୱାଲ୍‌, ସରଫରାଜ ଖାନ୍‌ ସମେତ  ଅନେକ ଖେଳାଳି ଭାଗ ନେଉଛନ୍ତି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡର ଚୟନ କମିଟି ପକ୍ଷରୁ ଚୟନ ହୋଇଥିବା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଇଛି । ଦିଲ୍ଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ ।ସେମାନଙ୍କ ଆଗାମୀ ବାଂଲାଦେଶ ସିରିଜ୍‌ରେ ସୁଯୋଗ ଦିଆଯାଇପାରେ ବୋଲି ସୂଚନା ରହିଛି । 

ତେବେ ଯଦି ଆମେ ସରଫରାଜ ଖାନ୍‌ଙ୍କ ପ୍ରଦର୍ଶନ ଉପରେ ନଜର ରଖିବା । ସେ ଏବେ ଯାଏଁ ତିନୋଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ସେ ତିନୋଟି ଅର୍ଦ୍ଧଶତକ ବଳରେ ୨୦୦ ରନ୍‌ କରିଛନ୍ତି । ତେଣୁ ସରଫରାଜଙ୍କୁ ବାଂଲାଦେଶ ସିରିଜ୍‌ରେ ସୁଯୋଗ ମିଳିବାର ସମ୍ଭାବନା ରହିଛି । ସେହିପରି ଓ୍ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ କେଏସ୍‌ ଭରତ ମଧ୍ୟଙ୍କ ମୁକାବିଲ ରିଷଭ ପନ୍ଥଙ୍କ ସହିତ ଥିବା ବୋଲି ଅନୁମାନ କରାଯାଉଛି । ହେଲେ ମିଳିଥିବା ସୂଚନା ଅନୁସାରେ ପନ୍ଥ ଚୟନ କମିଟିର ପ୍ରଥମ ପସନ୍ଦ ହୋଇପାରନ୍ତି । 

ସେହିପରି ଶୁଭମନ୍‌ ଗିଲ୍‌, ତିଲକ ବର୍ମା, ରିୟାନ ପରାଗ, ଧ୍ରୁବ ଜୁରେଲ, କେଏଲ୍‌ ରାହୁଲ୍‌, କୁଳଦୀପ ଯାଦବ, ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦିଲ୍ଲୀପ ଟ୍ରଫିରେ ଖେଳୁଛନ୍ତି । ଗିଲ୍ ଏବଂ କୁଲଦୀପଙ୍କ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିବାର ବହୁତ୍‌ ଚାନ୍ସ ରହିଛି । ବାକି ଦେଖାଯାଉ ଆଗାମୀ ଦିନରେ କିପରି ବଛା ଯାଉଛି ଟିମ୍‌ ଇଣ୍ଡିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.