LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅନ୍ତିମ ଦିନିକିଆରେ ଡବଲ ଝଟକା; ଶୀର୍ଷରୁ ତଳକୁ ଖସିଲା ଭାରତ, ଘରୋଇ ମାଟିରେ ୪ବର୍ଷ ପରେ ପରାଜୟ

23/03/2023 at 10:06 AM

ମୁମ୍ବାଇ: ଅନ୍ତିମ ଓ୍ବାନଡେ’ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୨୧ ରନରେ ପରାସ୍ତ ହୋଇଛି । ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ନିର୍ଣ୍ଣାୟକ ଦିନିକିଆରେ ଟିମ୍ ଇଣ୍ଡିଆ ୨୭୦ ରନର ଲକ୍ଷ୍ୟକୁ ପିଛା କରି ୪୯ ଓଭର ଗୋଟିଏ ବଲରେ ୨୪୮ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ପରାଜୟ ସହିତ ଟିମ୍ ଇଣ୍ଡିଆକୁ ଡବଲ ଝଟକା ଲାଗିଛି । ଦିନିକିଆରେ ଦ୍ବିତୀୟ ସ୍ଥାନକୁ ଟିମ୍ ଇଣ୍ଡିଆ ଖସିଆସିଥିବା ବେଳେ ୪ବର୍ଷ ପରେ ଘରୋଇ ମାଟିରେ ଓ୍ବାନଡେ’ ସିରିଜ୍ ହାରିଛି ।

ଭାରତୀୟ ଦଳ ୨୦୧୯ରେ ଅଷ୍ଟ୍ରେଲିଆ ବିରୋଧରେ ୫ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ପରାସ୍ତ ହୋଇଥିଲା ଭାରତ । ଏବେ ପୁଣି ଥରେ ସେହି ଅଷ୍ଟ୍ରେଲିଆ ଠାରୁ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୨ରେ ପରାଜୟ ହୋଇଛି । ଫଳରେ ୪ବର୍ଷ ପରେ ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପାଇଁ ସିରିଜ୍ ବିଜୟର ଧାରା ଭାଙ୍ଗିଛି ।

ଟିମ୍ ଇଣ୍ଡିଆ ହାରିବାର ଅନେକ କାରଣ ରହିଛି । ପ୍ରଥମ କରି ସିରିଜରେ ଟପ୍ ଅର୍ଡର ବ୍ୟାଟରଙ୍କର ଫ୍ଲପ୍ ଶୋ’ ମୁଖ୍ୟ କାରଣ । ଦ୍ବିତୀୟ ମ୍ୟାଚରେ ମିଚେଲ ଷ୍ଟାକଙ୍କ ସାମ୍ନାରେ ମିଡିଲ ଏବଂ ଲୋ’ ଅର୍ଡର ବ୍ୟାଟର ହାତ ଟେକି ଦେଇଥିଲେ । ପ୍ରଥମ ମ୍ୟାଚରେ ମଧ୍ୟ ସ୍ଥିତି ଦେଖିବାକୁ ମିଳିଥିଲା, ହେଲେ କେ ଏଲ ରାହୁଲ ଓ ରବିନ୍ଦ୍ର ଜାଡେଜାଙ୍କ ପାଇଁ ଦଳ ବିଜୟ ସ୍ବାଦ ଚାଖିଥିଲା । ସେହିପରି ତୃତୀୟ ଦିନିକିଆରେ ପ୍ରଥମରୁ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟରେ ଲଗାତାର ଓ୍ବିକେଟ୍ ପଡ଼ିବାକୁ ଧରାଶାୟୀ ହୋଇଥିଲା ଦଳ । ଶ୍ରେୟସଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କ ଫ୍ଲପ୍ ଶୋ’ ସିରିଜ୍ ହାରିବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।

   Related Posts