oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

କିଏ ହେବେ ଭାରତୀୟ ଦଳର ପରବର୍ତ୍ତୀ କୋଚ୍ ? ରେସରେ ଏହି ସବୁ ନାଁ, ସବୁଠାରୁ ଆଗରେ…

15/08/2021 at 9:58 AM

ନୂଆଦିଲ୍ଲୀ, ୧୫/୦୮  ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଚଳିତ ବର୍ଷ ୟୁଏଇରେ ହେବାକୁ ଥିବା ବିଶ୍ୱ ଟି୨୦ ଚାମ୍ପିଅନସିପ ପରେ ଶେଷ ହୋଇଯିବ । ଏହାପରେ ବିସିସିଆଇ ନୂଆ କୋଚଙ୍କୁ ନିଯୁକ୍ତ କରିବ ।ଶାସ୍ତ୍ରୀଙ୍କ ପରେ ଦଳର କୋଚ୍ କିଏ ହେବ ତାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଗଲାଣି । ଆସନ୍ତୁ ନଜର ପକାଇବା କେଉଁ ସବୁ ବ୍ୟକ୍ତି ଭାରତୀୟ ଦଳର କୋଚ୍ ହେବା ପାଇଁ ଦାବିଦାର ରହିଛନ୍ତି ।

ଟମ୍ ମୁଢି- ପୂର୍ବତନ କ୍ରିକେଟର ଟମ୍ ମୁଡି ବିଶ୍ୱର ସର୍ବଶ୍ରେଷ୍ଠ କୋଚଙ୍କ ମଧ୍ୟରୁ ଜଣେ । ସେ ଆଇପିଏଳରେ ସନରାଇଜର୍ସ ହାଇଦ୍ରାବାଦର କୋଚ୍ ରହିସାରିଛନ୍ତି । ସେ ହାଇଦ୍ରାବାଦକୁ ୨୦୧୬ରେ ଆଇପିଏଲ ଚାମ୍ପିଅନ ହୋଇଥିଲେ ।

ମହେଲା ଜୟବର୍ଧନେ

ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ୍ ମହେଲା ଜୟବର୍ଧନେ ଆଜି କାଲି କୋଚିଂ ଦେଉଛନ୍ତି । ସେ ଇଂଲଣ୍ଡ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ମଧ୍ୟ ରହି ସାରିଛନ୍ତି । ଆଇପିଏଲର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ମଧ୍ୟ ଜୟବର୍ଧନେ ନେଇଥିଲେ ।

ମାଇକ ହାସନ

ନ୍ୟୁଜିଲାଣ୍ଡର ଏହି ଖେଳାଳିଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସେ ଭାରତୀୟ ଦଳର କୋଚ ପାଇଁ ସବୁଠାରୁ ଅଧିକ ଦାବିଦାର ଅଟନ୍ତି । ନ୍ୟୁଜିଲାଣ୍ଡ ଦଳରେ ସେ ଏକ ପ୍ରକାର ବିପ୍ଳବ ଆଣିଥିଲେ ।ସେ ଏବେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଡାଇରେକ୍ଟର ଅଫ ଅପରେସନ୍ସ ରହିଛନ୍ତି ।

ଭିଭିଏସ ଲକ୍ଷ୍ଣଣ

ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ଭିଭିଏସ ଲକ୍ଷ୍ଣଣ ପାଖରେ ଅଭିଜ୍ଞତା ଅଧିକ ରହିଛି । ସେ ଆଇପିଏଳରେ ସନରାଇଜର୍ସ ହାଇଦ୍ରାବଦ ଟିମକୁ ପରାମର୍ଶ ଦିଅନ୍ତି । ସେ ବିଶ୍ୱ କ୍ରିକେଟରେ ମଧ୍ୟ ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତାଙ୍କୁ ଭେରି ଭେରି ସ୍ପେଶାଲ ମଧ୍ୟ କୁହାଯାଏ ।

ରାହୁଲ ଦ୍ରାବିଡ

ଦ୍ରାବିଡ ଭାରତୀୟ ଦଳର କୋଚ୍ ହେବା ରେସରେ ସବୁଠାରୁ ଆଗରେ ଅଛନ୍ତି ।ଅବସର ନେବା ପରେ ସେ ଲଗାତର ଯୁବ ଖେଳାଳିଙ୍କ ପାଇଁ କାମ କରୁଛନ୍ତି । ସେ ଅଣ୍ଡର-୧୯ ଖେଳାଳିଙ୍କୁ କୋଚିଂ ଦେଉଥିଲେ । ସେ ନ୍ୟାଶନାଲ କ୍ରିକେଟ ଏକାଡେମୀର ଡାଇରେକ୍ଟର ମଧ୍ୟ ରହିଥିଲେ । ଶ୍ରୀଲଙ୍କା ବିପକ୍ଷରେ ନିକଟରେ ଶେଷ ହୋଇଥିବା ଦିନିକିଆ ଓ ଟି୨୦ ସିରିଜରେ ତାଙ୍କୁ କୋଚ୍ ଦାୟିତ୍ୱ ଦିଆଯାଇଥିଲା ।

   Related Posts