ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

୫ ଅଲୋଡା ବ୍ୟାଟର : ରଣଜୀରେ ଦମଦାର୍ ଇନିଂସ କିନ୍ତୁ ମିଳିନି ବଡ ସୁଯୋଗ

11/07/2022 at 12:47 PM

ନୂଆଦିଲ୍ଲୀ, ୧୧।୦୭ :  ପ୍ରତିବର୍ଷ ଭାରତୀୟ ଟିମରେ ନୂଆ ନୂଆ ଦମଦାର୍ ବ୍ୟାଟର୍ ସ୍ଥାନ ପାଇଥାନ୍ତି । ତେବେ ସମସ୍ତେ ଦୀର୍ଘ ଦିନ ଧରି ଦେଶ ପାଇଁ ଖେଳିବାର ସୁଯୋଗ ପାଇନଥାନ୍ତି । ଅନେକ ଖେଳାଳି ଏପରି ଅଛନ୍ତି ଯେଉଁମାନେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳିଲେ ମଧ୍ୟ ଜାତୀୟ ଦଳରେ ସ୍ଥାନ ମିଳେନି । ସେମାନଙ୍କୁ ଦକ୍ଷତା ପ୍ରମାଣିତ କରିବାକୁ ଭରପୁର ସୁଯୋଗ ମିଳେନାହିଁ । ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ସମୟରେ ଏପରି ଅନେକ ଖେଳାଳିଙ୍କୁ ଅଣଦେଖା କରାଯାଇଛି । ଆସନ୍ତୁ ନଜର ପକାଇବା ଏହି ସବୁ ଖେଳାଳିଙ୍କ ଉପରେ ।

ଓ୍ୱାସିମ ଜାଫର

ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ଏକଦା ମେରୁଦଣ୍ଡ ଥିଲେ ଓ୍ୱାସିମ ଜାଫର । ଦଳକୁ ଅନେକ ମୁକାବିଲା ଜିତାଇଛନ୍ତି । କିନ୍ତୁ ୨୦୦୮ରେ ଖରାପ ଫର୍ମ ପାଇଁ ଦାଙ୍କୁ ଆଉ ସୁଯୋଗ ମିଳିନଥିଲା । ବାଦ୍ ପଡିବା ପରେ  ଘରୋଇ ମ୍ୟାଚରେ ସେ ଭଲ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୭୦୦୦ରୁ ଅଧିକ ରନ୍ କରିଛନ୍ତି ।

Wasim Jaffer leaves Twitter in splits with epic meme, picks his choice of  umpire for WTC final between India and NZ | Cricket - Hindustan Times

ଅମୋଲ ଅଜୁମଦାର

ଅମୋଲ ହେଉଛନ୍ତି ରଣଜୀରେ ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର୍ । ସେ ଥରୁଟିଏ ହେଲେ ଭାରତ ପାଇଁ ଖେଳି ନାହାଁନ୍ତି । ତାଙ୍କ ଦମରେ ଦଳ ୭ ଥର ରଣଜୀ ଚାମ୍ପିଅନ ହୋଇଛି  । ୧୯୯୩ରେ ରଣଜୀରେ ପଦାର୍ପଣ କରିଥିବା ଅମୋଲ ହରିୟାଣା ବିପକ୍ଷରେ ପ୍ରଥମ ମ୍ୟାଚରେ ୨୬୦ ରନର ଦମଦାର୍ ପାଳି ଖେଳିଥିଲେ । ସେ ୧୭୧ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ବେଳେ ୪୮.୧୩ ଆଭରେଜରେ ୩୩୩୬୭ ରନ୍ କରିଥିଲେ । ଏଥିରେ ୩୦ଟି ଶତକ ସାମିଲ ଥିଲା ।

Practice sessions have helped the players find their rhythm: Amol Muzumdar  | Cricket News - Times of India

ମହମ୍ମଦ କୈଫ

ମହମ୍ମଦ କୈଫଙ୍କୁ ସମସ୍ତେ ଜାଣିଛନ୍ତି । ୨୦୦୨ ନାଟଓ୍ୱେଷ୍ଟ୍ ଟ୍ରାଇ ସିରିଜରେ ସେ ଦଳକୁ ଚାମ୍ପିଅନ କରାଇଥିଲେ । ଏହାସହ ସେ ଚମତ୍କାର ଫିଲ୍ଜିଂକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ତେବେ ସେ ଦଳ ପାଇଁ ମାତ୍ର ୧୩ଟି ଟେଷ୍ଟ୍ ଖେଳିଛନ୍ତି । ୨୦୦୬ରେ ତାଙ୍କ କ୍ରିକେଟ୍ କ୍ୟାରିଅର ଏକପ୍ରକାର ଶେଷ ହୋଇଯାଇଥିଲା ।  ତେବେ ଏହି ମସିହାରେ ସେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ୩୧୭ ରନ୍ କରିଥିଲେ ।

T20 Ka Khalifa": Mohammad Kaif Says This PBKS Star Should Be In Indian Team  For T20 World Cup | Cricket News

ସୁବ୍ରମଣ୍ୟମ ବଦ୍ରିନାଥ

ଏହି ବ୍ୟାଟର ଭାରତକୁ ଏକଦା ଏକ ରୋମାଞ୍ଚକର ବିଜୟ ଦେଇଥିଲେ । କିନ୍ତୁ ପରେ ଆଉ ତାଙ୍କ ବ୍ୟାଟରୁ ଭଲରନ୍ ବାହାରନଥିଲା । ତାଙ୍କୁ ବଦଳରୁ ବାଦ୍ ହେବାକୁ ପଡିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପଦାର୍ପଣ ମ୍ୟାଚରେ ସେ ୫୬ ରନ୍ କରିଥିଲେ । ତେବେ ରଣଜୀରେ ସେ ୭୮୫୦ ରନ୍ କରିଥିଲେ । ଯାହା କୌଣସି ବ୍ୟାଟରଙ୍କ ଷଷ୍ଠ ସର୍ବାଧିକ ସ୍କୋର ।

I did my best" : Subramaniam Badrinath Opens Up On His Truncated  International Career

ହୃଷିକେଶ କନିତକର

ସେତେଟା ଲୋକପ୍ରିୟ ବ୍ୟାଟର ନହେଲେ ବି ହୃଷିକେଶ ୧୯୯୮ରେ ପାକିସ୍ତାନ ବିପକ୍ଷ ଏକ ମୁକାବିଲାରେ ମ୍ୟାଚ୍ ବିଜୟୀ ଚୌକା ମାରିଥିଲେ । ଫଳରେ ଭାରତ ସିରିଜ୍ ହାତେଇଥିଲା । ପରେ ତାଙ୍କୁ ସେତେଟା ସୁଯୋଗ ମିଳିନଥିଲା । ୧୯୯୭ରେ ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିଥିବା ଏହି ବ୍ୟାଟର ଲଗାତର ଭଲ ଖେଳିବାରେ ବିଫଳ ହୋଇଥିଲେ । ଘରୋଇ ଫର୍ମାଟରେ ୧୦୦୦୦ରୁ ଅଧିକ ରନ୍ କରିଥିବା ଏହି ଖେଳାଳିଙ୍କ ଆଭରେଜ୍ ହେଉଛି ୫୨.୨୬ । ସେ ରଣଜୀରେ ପଞ୍ଚମ ସର୍ବାଧିକ ରନ୍ ସ୍କୋରର୍ ।

   Related Posts