ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଜର୍ସିରେ ପରିବର୍ତ୍ତନ

Published By : Prameya-News7 Bureau | January 02, 2023 IST

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ଟିମ୍‌ ଇଣ୍ଡିଆରେ ଜର୍ସିରେ ପରିବର୍ତ୍ତନ। ଫଟୋ ଶେୟାର କରି ସୂଚନା ଦେଲେ ସ୍ପିନର ୟୁଜବେନ୍ଦ୍ର ଚହଲ। ଆସନ୍ତାକାଲି(ଜାନୁଆରେ-୩) ଠାରୁ ଭାରତ-ଶ୍ରୀଲଙ୍କା ମଧ୍ୟର ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ଖେଲାଯିବ। ସିରିଜ୍‌ର ପ୍ରଥମ ମ୍ୟାଚ୍ ମୁମ୍ବାଇରେ ୱାଙ୍ଖଡ଼େ ଫିଲ୍ଡରେ ଖେଳାଯିବ।

ତେବେ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନଙ୍କର ଫଟୋଶୁଟ୍ ହୋଇଛି। ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି ଚହଲ। ଫଟୋରେ ଚହଲଙ୍କ ସହ ଉମ୍ରାନ ମଲ୍ଲୀକ, ଅର୍ଶଦୀପ ସିଂହ ଓ ମୁକେଶ କୁମାର ଓ ଋତୁରାଜ ଗାୟକ୍ୱାଡ଼ ରହିଛନ୍ତି। ଏମାନେ ସମସ୍ତେ ଏକ ନୂଆ ଜର୍ସି ପିନ୍ଧିଥିବାରୁ ଦେଖିବାକୁ ମିଳିଛି।    

ଏହି ସିରିଜ୍‌ରେ ଟିମ୍ ଇଣ୍ଡିଆ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ଯେଉଁଥିରେ ସ୍ପନ୍ସର ନାଁ ବି ଲେଖାଥିବା ଦେଖିବାକୁ ମିଳିବ। ପୂର୍ବରୁ ଜର୍ସିରେ ବିସିସିଆଇ ଲୋଗୋ ସହ ଏମ୍‌ପିଏଲ୍ ସ୍ପୋର୍ଡ୍ସର ନାଁ ଲେଖାଯାଉଥିଲା। ହେଲେ ନୂଆ ଜର୍ସିରେ KILLER ଲେଖାଥିବା ଦେଖିବାକୁ ମିଳିବ। ପୂର୍ବରୁ ଇଣ୍ଡିଆ କିଟ୍‌ ସ୍ପନ୍ସର ଦାୟିତ୍ୱ ଏମ୍‌ପିଏଲ୍ ସ୍ପୋର୍ଡ୍ସର ପାଖରେ ରହିଥିଲା। ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ସ୍ପନ୍ସରସିପ୍‌ ଦାୟିତ୍ୱ ଏହି କମ୍ପାନୀ ପାଖରେ ରହିବାର ଥିଲା। ହେଲେ କମ୍ପାନୀ ଶେଷ ବର୍ଷର ଚୁକ୍ତିକୁ Kewal Kiran Clothing Limit  କମ୍ପାନୀକୁ ଦେଇ ଦେଇଛି। ଏଥିପାଇଁ କମ୍ପାନୀର ଲୋଗୋ ସହ ଜର୍ସିରେ KILLER ଲୋଗୋ ବି ଦେଖିବାକୁ ମିଳିବ।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍-
ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପ୍ଟେନ୍),ସୂର୍ଯ୍ୟ କୁମାର ଯାଦବ(ଉପଅଧିନାୟକ), ଇଶାନ କିଶନ, ଋତୁରାଜ ଗାୟକ୍ୱାର୍ଡ,ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ୟୁଜୱେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଉମରାନ ମଲିକ, ଶିବମ ମାବୀ ଓ ମୁକେଶ କୁମାର।

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଆସନ୍ତାକାଲି ୱାଙ୍ଖଡ଼ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୫ ତାରିଖ ପୁଣେରେ ଓ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ୭ ତାରିଖ ରାଜକୋଟରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.