ଟିମ୍‌ ଇଣ୍ଡିଆ ସହଜରେ ପହଞ୍ଚିପାରିବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ, କିନ୍ତୁ ଏହି ଟିମ୍‌ଠୁ ରହିଛି ବିପଦ

Published By : Prameya-News7 Bureau | August 11, 2024 IST

ନୂଆଦିଲ୍ଲୀ ୧୧।୦୮: ୧୯ ସେପ୍ଟେମ୍ବରରୁ ଖେଳାଯିବ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ । ଏହାପରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ । ଯଦି ଭାରତ ଏହି ୨ଟି ଯାକ ମ୍ୟାଚ ଜିତେ ତେବେ ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ରାସ୍ତା ହୋଇଯିବ ସହଜ । ଏହାବ୍ୟତୀତ ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ମଜବୁତ କରିବ । କିନ୍ତୁ ଟିମ୍‌ ଇଣ୍ଡିଆ ପାଇଁ ବିପଦ ସାଜିପାରେ ଅଷ୍ଟ୍ରେଲିଆ । କାରଣ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ମଧ୍ୟ ଏକ ସିରିଜ୍ ଖେଳିବାକୁ ପଡିବ।

ଯଦି ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜରେ ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରେ, ତେବେ ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ସହଜରେ ପହଞ୍ଚିପାରିବ । ଯଦି ଏହି ପାଞ୍ଚଟି ମ୍ୟାଚ୍ ଜିତେ ତେବେ ୭୯.୭୬ ପ୍ରତିଶତ ପଏଣ୍ଟ ମିଳିବ ଟିମ୍‌ ଇଣ୍ଡିଆକୁ । କିନ୍ତୁ ଅଷ୍ଟ୍ରେଲିଆ ଟିମ୍‌ ଏକ ବିପଦ ହୋଇପାରେ। କିନ୍ତୁ ଅଷ୍ଟ୍ରେଲିଆ ପାଇଁ ଏହା କରିବା ହେବନି ସହଜ । ଯଦି ଅଷ୍ଟ୍ରେଲିଆ ଭାରତକୁ ୫-୦ରେ ପରାସ୍ତ କରେ ତେବେ ଫାଇନାଲକୁ ଯିବା ବାଟରେ ଏକ ସମସ୍ୟା ହୋଇପାରେ। 

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୨୨ ନଭେମ୍ବରରୁ ପର୍ଥରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ୬ ଡିସେମ୍ବରରୁ ଏଡିଲେଡରେ ଖେଳାଯିବ । ଟିମ୍‌ ଇଣ୍ଡିଆର ତୃତୀୟ ଟେଷ୍ଟ ମ୍ୟାଚ୍‌ ୧୪ ଡିସେମ୍ବରରୁ ବ୍ରିସବେନରେ ଖେଳାଯିବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ୨୬ ଡିସେମ୍ବରରେ ମେଲବୋର୍ଣ୍ଣରେ ଖେଳାଯିବ । ତେବେ ଜାନୁଆରୀ ୩ରୁ ସିଡନୀରେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବ । 

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବ ।  ଏହାର ପ୍ରଥମ ଟେଷ୍ଟ ୧୯ ସେପ୍ଟେମ୍ବରରୁ ରାଞ୍ଚିରେ, ଦ୍ୱିତୀୟ ଟେଷ୍ଟ ୨୭ସେପ୍ଟେମ୍ବରରୁ କାନପୁରରେ ଖେଳାଯିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୬ ଅକ୍ଟୋବରରେ ଧର୍ମଶାଳାରେ ଏବଂ ୯ ଅକ୍ଟୋବରରେ ଦିଲ୍ଲୀରେ ହେବ ମୁକାବିଲା । ଏହି ସିରିଜର ଶେଷ ମ୍ୟାଚ୍ ୧୨ ଅକ୍ଟୋବରରୁ ହାଇଦ୍ରାବାଦରେ ଖେଳାଯିବ । ଏହା ପରେ ଟିମ୍ ଇଣ୍ଡିଆ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ ସିରିଜ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.