ମୁମ୍ୱାଇ ୦୨/୦୮: ଦୁନିଆର ସବୁଠୁ ସବୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇ । ରୋଜଗାର କୋଟି କୋଟିରେ । ବିଶ୍ୱ କ୍ରିକେଟ୍ ର ସବୁଠାରୁ ବଡ ଟି-୨୦ ଲିଗ୍ ଆଇପିଏଲ୍ ରୁ ବିସିସିଆଇ ବହୁତ ରୋଜଗାର କରେ । ଏଥି ସହିତ, ବିସିସିଆଇ ପ୍ରତିବର୍ଷ ଟିମ୍ ଇଣ୍ଡିଆ ମ୍ୟାଚ୍ ଟେଲିକାଷ୍ଟରୁ ବହୁ ଅର୍ଥ ଉପାର୍ଜନ କରିଥାଏ । ଏହା ପାଇଁ କିଟ୍ ତିଆରି ପାଇଁ ତଥା ବିଭିନ୍ନ ପ୍ରାୟୋଜକଙ୍କ ମାଧ୍ୟମରେ ।
ଏହା ବ୍ୟତୀତ, ବିସିସିଆଇ ଆଇସିସିର ରାଜ କୋଷରୁ ସର୍ବାଧିକ ପରିମାଣ ମଧ୍ୟ ଆୟ କରିଥାଏ । ଏହାର ଅର୍ଥ କେବଳ ଟଙ୍କା ଏବଂ କେବଳ ଟଙ୍କା । କିନ୍ତୁ ଭାରତୀୟ ବୋର୍ଡର ଏହି ଆୟର ଏକ ଅଂଶ ଛଡ଼ାଇ ନିଆଯାଇପାରେ । ଫଳରେ ଆଗକୁ ସହିପାରେ କୋଟି କୋଟ ଟଙ୍କାର କ୍ଷତି । ଏହାର କାରଣ ହେଉଛି ଭାରତ ସରକାରଙ୍କ ଏକ ଚିଠି। ଆଉ ଚିଠି ଲେଖିବାର କାରଣ ହେଉଛି କ୍ରିକେଟରମାନେ ତମାଖୁ ଓ ମଦର ବିଜ୍ଞାପନ ଉପରେ ରୋକ୍ ।
କାରଣ ଏହାଦ୍ୱାରା ଅନେକ ଲୋକ ପ୍ରଭାବିତ ହେଇଥାନ୍ତି । ତେଣୁ ଏହାକୁ ରୋକିବାକୁ ଏବେ ଅଣ୍ଟା ଭିଡିଛନ୍ତି ସରକାର । ବିସିସିଆଇକୁ ଚିଠି ଲେଖି ସରକାର ଏହାକୁ ରୋକିବାକୁ ଅନୁରୋଧ କରିଥିବାବେଳେ, ବିସିସିଆଇ ମଧ୍ୟ ଏନେଇ ବିଚାର କରୁଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ବିସିସିଆଇ ସହ କଥା ହେଇଛି ।
ଖାସ୍ କରି ମ୍ୟାଚ୍ ସମୟରେ ଷ୍ଟାଡିୟମରେ ତମାଖୁର ବିଜ୍ଞାପନ ଓ କିଛି କ୍ରିକେଟରମାନେ ମଧ୍ୟ କରୁଥିବା ତମାଖୁ ଜାତୀୟ ବିଜ୍ଞାପନ ରୋକିବାକୁ ଏଥିରେ କୁହାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାରା ବିଶ୍ୱରେ କ୍ରିକେଟରମାନଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଆଉ ସେମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି ।
ତେଣୁ ଏହାକୁ ରୋକିବାକୁ ବିସିସିଆଇ ନିର୍ଦ୍ଦେଶ ଜାରି କରିବା ଉଚିତ୍ । ଅନ୍ୟପଟେ ବିସିସିଆଇ ମଧ୍ୟ ଏନେଇ ଚିନ୍ତା କରୁଥିବା ସୂଚନା ମିଳୁଛି । ଖେଳାଳିମାନେ ଏଭଳି ବିଜ୍ଞାପନଠାରୁ ଦୂରରେ ରହିବେ ସେନେଇ ବିସିସିଆଇ ନିୟମ ଆଣିବ ବୋଲି ଜଣାପଡିଛି । ଏହାସହ ଆଇପିଏଲ୍ ସମୟରେ ଷ୍ଟାଡିୟମରେ ନଜର ଆସୁଥିବା ତମାଖୁ ବିଜ୍ଞାପନ ମଧ୍ୟ ଭବିଷ୍ୟତରେ ଆଉ ଦେଖିବାକୁ ମିଳିବନି ବୋଲି ଜଣାପଡିଛି ।