ଫାଇନାଲରେ ଭାରିପଡୁଛି କଙ୍ଗାରୁ ଟିମ୍‌, ୩ ମାସରେ ଭାଙ୍ଗିଲାଣି ୨ ଥର ବିଶ୍ୱକପ୍‌ ଜିତିବା ସ୍ୱପ୍ନ...

Published By : Prameya-News7 Bureau | February 12, 2024 IST

ମୁମ୍ବାଇ ୧୨।୦୨ : ପ୍ରଥମେ ୧୯ ନଭେମ୍ବର ୨୦୨୩, ଆଉ ଏବେ ୧୧ ଫେବୃଆରୀ ୨୦୨୪ । ଏହି ଦୁଇଟି ତାରିଖକୁ କୌଣସି ଭାରତୀୟ ଫ୍ୟାନ୍ସ କେବେବି ଭୁଲିବେନାହିଁ । କାହିଁକି ନା ଏହି ଦୁଇ ତାରିଖ ଦିନ ଭାରତୀୟ ହୃଦୟ ଭାଙ୍ଗି ଚୁରମାର ହୋଇଥିଲା । ଆଉ ଭାରତୀୟ ଫ୍ୟାନ୍ସଙ୍କ  ହୃଦୟ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି କଙ୍ଗାରୁ ଟିମ୍‌ । ଦୁଇ ଥର ଯାକ ଭାରତ ବିଶ୍ୱକପ୍‌ ଜିତିବାର ସପ୍ନ ଧୂଳିସାତ୍‌ ହୋଇଛି । ୩ ମାସ ମଧ୍ୟରେ ଦୁଇ ଥର ଅଷ୍ଟ୍ରେଲିଆ ଟିମ୍‌ ଭାରତୀୟ ଦଳକୁ ହରାଇ ବିଶ୍ୱ ଚମ୍ପିଆନ୍‌ ହୋଇଛି ।

wp:embed {"url":"https://www.prameyanews7.com/australia-won-by-6-wkts-and-become-6th-time-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/australia-won-by-6-wkts-and-become-6th-time-world-cup/
/wp:embed

ଖବର ଅନୁଯାୟୀ, ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଦମ୍‌ଦାର ଫର୍ମରେ ଥିଲା ଟିମ୍‌ ଇଣ୍ଡିଆ । ଲିଗ୍‌ ଓ ସେମିକୁ ମିଶାଇ ଟିମ୍‌ ଇଣ୍ଡିଆ ମୋଟ ୧୦ଟି ଯାକ ମ୍ୟାଚ୍‌ ଜିତି ଫାଇନାଲରେ ଏଣ୍ଟ୍ରି କରିଥିଲା । ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ଟିମ୍‌ ଭାରତୀୟ ଦଳକୁ ହରାଇ ଚମ୍ପିଆନ ହୋଇଥିଲା । ଆଉ ଭାଙ୍ଗିଥିଲା କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ।

wp:embed {"url":"https://www.prameyanews7.com/india-didnt-bat-well-enough-dont-want-to-make-pitch-excuse-says-rohit-sharma/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-didnt-bat-well-enough-dont-want-to-make-pitch-excuse-says-rohit-sharma/
/wp:embed

ସେହିପରି ୨୦୨୪ରେ ଖେଳାଯାଉଥିଲା ଜୁନିୟର ଦିନିକିଆ ବିଶ୍ୱକପ୍‌ । ଏଥିରେ ବି ଦମ୍‌ଦାର ଫର୍ମରେ ଥିଲା ଟିମ୍‌ ଇଣ୍ଡିଆ । ଲିଗ୍‌ ଓ ସେମିର ସମସ୍ତ ମ୍ୟାଚ୍‌ ଜିତି ଫାଇନାଲରେ ଦଳ କରିଥିଲା ପ୍ରବେଶ । ହେଲେ ଫାଇନାଲରେ ବି ହେଲା ସମାନ ଅବସ୍ଥା । ଯୁବ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ୟଙ୍ଗ ଇଣ୍ଡିଆ । ଆଉ ଷଷ୍ଠ ଥର ପାଇଁ ଭାରତୀୟ ଦଳର ଟାଇଟଲ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି ।  କଙ୍ଗାରୁ ଟିମ୍‌ ଚତୁର୍ଥ ଥର ପାଇଁ ହୋଇଛି ବିଶ୍ୱ ଚମ୍ପିଅନ୍‌ ।

wp:embed {"url":"https://www.prameyanews7.com/australia-u19-won-by-79-runs-against-india-and-won-4th-u-19-world-cup-title/","type":"wp-embed","providerNameSlug":"prameya-news-7"}
https://www.prameyanews7.com/australia-u19-won-by-79-runs-against-india-and-won-4th-u-19-world-cup-title/
/wp:embed

ତେବେ ଏହି ଜୁନିୟର ବିଶ୍ୱକପ୍‌ରେ ଦମ୍‌ଦାର ଥିବା ବ୍ୟାଟିଂ ଲାଇନ୍‌ଅପ୍‌ ଫାଇନାଲରେ ଫେଲ୍‌ ମାରିଥିଲା । ଆଉ ମାତ୍ର ୨୫୪ ରନ୍‌ ଟାର୍ଗେଟକୁ କରିପାରିନଥିଲେ ହାସଲ । ଯାହାଫଳରେ ଟିମ୍‌ ଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ୭୯ ରନ୍‌ ବିଜୟୀ ହୋଇଛି କଙ୍ଗାରୁ ଟିମ୍‌ ।

wp:embed {"url":"https://www.prameyanews7.com/india-to-soon-launch-gps-based-toll-collection/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-to-soon-launch-gps-based-toll-collection/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.