ନୂଆଦିଲ୍ଲୀ ୨୯/୧୧: ଅଷ୍ଟେ୍ରଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ସିରିଜ୍ ହାରିଛି । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାରିବା ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବିଶେଷ କରି ଭାରତୀୟ ଟିମ୍ ଯେତେବେଳେ ବିଦେଶରେ ହାରେ ସେତେବେଳେ ସପୋର୍ଟ ଷ୍ଟାଫ୍ଙ୍କୁ ନେଇ ଆଲୋଚନା ଚାଲେ। ତେବେ ଓ୍ବାନ୍ଡେ ସିରିଜ୍ର ଦୁଇଟି ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆ ଓ ହେଡ୍ କୋଚ୍ଙ୍କୁ ଖେଳପ୍ରେମୀ ଟ୍ରୋଲ୍ କରୁଛନ୍ତି। ରବିବାର ଦ୍ବିତୀୟ ମ୍ୟାଚ୍ ହାରିବା ପରେ ଟିମ୍ର ମୁଖ୍ୟ କୋଚ୍ଙ୍କୁ ପଦରୁ ହଟାଇବା ପାଇଁ ସୋସିଆଲ୍ ମିଡିଆରେ ଦାବି ଜୋର ଧରିଛି।
ସିଡନୀରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ୫୧ ରନ୍ରେ ହାରିବା ପରେ ପ୍ୟାନ୍ସ ରବି ଶାସ୍ତ୍ରୀଙ୍କୁ ଟ୍ବିଟ୍ରରେ ଜୋରଦାର ଟ୍ରୋଲ୍ କରିଛନ୍ତି। ସେ କୌଣସି ପ୍ରକାର ରଣନୀତି ପ୍ରସ୍ତୁତ କରିନଥିବା ନେଇ ଅଭିଯୋଗ ଆଣିଛନ୍ତି ଖେଳପ୍ରେମୀ । କିଛି ଫ୍ୟାନ୍ସ ରବି ଶାସ୍ତ୍ରୀଙ୍କ ସ୍ଥାନରେ ଅନିଲ କୁମ୍ବଲେ କିମ୍ବା ରିକି ପଣ୍ଟିଂକୁ ମୁଖ୍ୟ କୋଚ୍ କରିବାକୁ ଦାବି କରିଥିବା ଦେଖିବାକୁ ମିଳିଛି।
ବିଶେଷ କରି ରବି ଶାସ୍ତ୍ରୀଙ୍କ କାର୍ଯ୍ୟ କରିବା ଶୈଳୀ ଭିନ୍ନ। ଅନ୍ୟ ଟିମ୍ର କୋଚ୍ ରଣନୀତି ପ୍ରସ୍ତୁତ କରି ସେହିଭଳି ଖେଳିବାକୁ ନିଜ ପ୍ଲେୟରଙ୍କୁ ପରାମର୍ଶ ଦେଉଥିବା ବେଳେ ଶାସ୍ତ୍ରୀ ଟିମ୍ ଇଣ୍ଡିଆ ଖେଳାଳି ଅନୁଭବୀ ତେଣୁ ନିଜ ଇଚ୍ଛାରେ ଖେଳିବାକୁ ଦିଅନ୍ତି। ଶାସ୍ତ୍ରୀଙ୍କ ମତରେ କୋଚ୍ର ଅର୍ଥ ଖେଳାଳିଙ୍କ ମାନସିକତାକୁ ସକାରତ୍ମକ ରଖିବା । କୋଚ୍ର ମାନେ ନୁହେଁ ଖେଳାଳିଙ୍କୁ ବୋଲିଂ ଓ ବ୍ୟାଟିଂ ଶିଖାଇବା ବୋଲି ରବି ଶାସ୍ତ୍ରୀ କୁହନ୍ତି।
wp:core-embed/twitter {"url":"https://twitter.com/iPankajKhanna/status/1333023170253602816","type":"rich","providerNameSlug":"twitter","className":""} /wp:core-embed/twitter wp:core-embed/twitter {"url":"https://twitter.com/BCCI/status/1333016611972804611","type":"rich","providerNameSlug":"twitter","className":""} /wp:core-embed/twitter wp:core-embed/twitter {"url":"https://twitter.com/Thetoxiccomic1/status/1333022450611744769","type":"rich","providerNameSlug":"twitter","className":""} /wp:core-embed/twitter