ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁବାଇ ଅଭିମୁଖେ ଭାରତୀୟ ଟିମ୍, ୨୦ରେ ଖେଳିବ ପ୍ରଥମ ମ୍ୟାଚ୍

Published By : Prameya-News7 Bureau | February 15, 2025 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଶନିବାର ଦୁବାଇ ଯାତ୍ରା କରିଛି। ବିସିିସିଆଇର ନିୟମ ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ ଟିମ୍ ଇଣ୍ଡିଆର ସମସ୍ତ ୧୫ ଖେଳାଳି ଆଜି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି।। ଏହି ସମୟରେ ରୋହିତ ଶର୍ମାଙ୍କୁ ବ୍ୟକ୍ତିଗତ କାରରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ଦେଖିବାକୁ ମିଳିଥିଲା।

ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଆଜି ଦୁବାଇ ଯାତ୍ରା କରିଥିବା ଭାରତୀୟ ଦଳରେ ହେଡ୍ କୋଚ୍ ଗମ୍ଭୀର, ଅଧିନାୟକ ରୋହିତ, ବିରାଟ କୋହଲି, ଓ୍ଵାଶିଂଟନ ସୁନ୍ଦର,  କେଏଲ ରାହୁଲ, ଶ୍ରେୟସ ଆୟର,  ଅକ୍ଷର ପଟେଲ, ଦ୍ରୁତ ବୋଲର ଅର୍ଶଦୀପ ସିଂ, ରବୀନ୍ଦ୍ର ଜାଡ଼େଜା, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି, ଋଷଭ ପନ୍ତ, କୁଲଦୀପ ଯାଦବ ଓ ହର୍ଷିତ ରାଣା ବି ସାମିଲ। 

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଫେବୃଆରୀ ୧୯ରେକରାଚିରେ  ଖେଳାଯିବ। ୨୦ ତାରିଖରେ ଭାରତ ବାଂଲାଦେଶ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀ ୨୩ରେ  ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଭାରତ ନିଜର ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। 




ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଶ୍ରେୟସ ଆୟର, ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), କେଏଲ ରାହୁଲ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.