'କର ବା ମର' ସ୍ଥିତିରେ ଭାରତ, ସିରିଜରେ ତିଷ୍ଠିବାକୁ ହେଲେ ଦ୍ୱିତୀୟ ଦିନିକିଆ ଜିତିବା ଜରୁରୀ

Published By : Prameya-News7 Bureau | November 28, 2020 IST

ସିଡନୀ,୨୮/୧୧:  ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜକୁ ଜୀବିତ ରଖିବା ପାଇଁ ଭାରତକୁ ଦ୍ୱିତୀୟ ଦିନିକିଆ ଜିତିବାକୁ ପଡିବ । ଅର୍ଥାତ ବିରାଟ ବାହିନୀ ଏବେ କର ବା ମର ସ୍ଥିତିରେ ଅଛି । ପ୍ରଥମ ଦିନିକିଆରେ ଭାରତ ୬୬ ରନରେ ପରାସ୍ତ ହୋଇଛି । ଅଷ୍ଟ୍ରେଲୀୟ ଖେଳାଳି ଯେପରି ଭାବେ ଭାରତୀୟ ଦଳର ଦୂର୍ବଳତାର ଫାଇଦା ନେଲେ ତାହା ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ମ୍ୟାଚ୍ ପରେ ବିରାଟ କୋହଲି କହିଥିଲେ ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଠିକ୍ ଲାଗିଲେ ସେ ବୋଲିଂ କରିବେ । ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । କିନ୍ତୁ ଭାରତକୁ ଆହୁରି ଶକ୍ତିଶାଳୀ ବୋଲର ଆବଶ୍ୟକ । କାରଣ ପାଣ୍ଡ୍ୟା ଏବେ ବୋଲିଂ କରିପାରୁ ନାହାଁନ୍ତି । ପିଠିରେ ହୋଇଥିବା ଅସ୍ତ୍ରୋପଚାର ପରେ ସେ କେବଳ ବ୍ୟାଟିଂ କରୁଛନ୍ତି । ଦଳ ଅଲରାଉଣ୍ଡରଙ୍କୁ ଆବଶ୍ୟକ କରୁଛି । ପ୍ରଥମ ଦିନିକିଆରେ ଦଳରେ ବୋଲରଙ୍କ ଅଭାବ ପରିଲକ୍ଷିତ ହୋଇଥିଲା । କେବଳ ଚହଲ ଓ ନବଦୀପ ସୈନୀ ୨୦ ଓଭରରେ ୧୭୨ ରନ୍ ବ୍ୟୟ କରିଥିଲେ ।

ପ୍ରଥମ ଦିନିକିଆରେ ଚହଲ ଆହତ ହୋଇଥିଲେ । ସେ ନିଜ ସ୍କେଲ୍ ପୁରା କରିବା ପରେ ଷ୍ଟାଡିୟମ ଛାଡିଥିଲେ । ତାଙ୍କ ବଦଳରେ ନଟରାଜନଙ୍କୁ ସ୍ଥାନ ମିଳିପାରେ । ସେହିପରି କୁଳଦୀପ ଯାଦବ ଓ ଶର୍ଦ୍ଦୁଳ ଠାକୁରଙ୍କ ଭଳି ବିକଳ୍ପ ଖେଳାଳି ରହିଛନ୍ତି । ମ୍ୟାଚରେ ଭାରତୀୟ ଖେଳାଳି ଖରାପ ସଟ୍ ଖେଳି ଆଉଟ ହୋଇଥିଲେ । ଶ୍ରେୟସ ଆୟାର ଯେଉଁ ସଟ୍ ଖେଳିଥିଲେ ତାହା ଆବଶ୍ୟକ ନଥିଲା । ଏବେ ବିରାଟଙ୍କ ରଣନୀତି ଉପରେ ସବୁ ନିର୍ଭର କରିବ ।  

ସେହିପରି ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ମାର୍କସ ଷ୍ଟୋଇନ୍ସ ମଧ୍ୟ ଆହତ ହୋଇଛନ୍ତି । ଆଶନ୍ତା ମ୍ୟାଚରେ ଗ୍ରୀନ୍ ପଦାର୍ପଣ  କରିପାରିନ୍ତି ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.