oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ, ନାଗପୁରରେ କେବେ ବି ଚାଲିନି ରୋହିତ ଏବଂ କୋହଲିଙ୍କ ବ୍ୟାଟ୍

22/09/2022 at 7:55 PM

ନାଗପୁର: ଆସନ୍ତାକାଲି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ଵିତୀୟ ମୁକାବିଲା ଖେଳାଯିବ।ଏହି ମ୍ୟାଚ୍ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ମୋହାଲିରେ ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆରେ ନାଗପୁରରେ କର ବା ମର ପରିସ୍ଥିତିର ସାମ୍ନା କରିବ। ମ୍ୟାଚ୍ ହାରିଲେ ଦଳ ଘରୋଇ ମାଟିରେ ସିରିଜ୍ ହାରିବ। ଏହି ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ କିଛିଟା ଚିନ୍ତାର ବିଷୟ ରହିଛି।

ଭାରତୀୟ ଅଧିନାୟକ ରୋହିତ ଶର୍ମା ବହୁ ସମୟରୁ ବଡ ଇନିଂସର ସନ୍ଧାନରେ ଅଛନ୍ତି। ଗତ କିଛି ମ୍ୟାଚ୍‌ରେ ସ ଭଲ ଆରମ୍ଭ କରୁଥିଲେ ହେଁ ଏହାକୁ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି। ମୋହାଲିରେ ହିଟ୍ ମ୍ୟାଚ୍‌ କେବଳ ୧୧ ରନ କରି ଆଉଟ୍ ହୋଇଥିଲେ। ଏବେ ନାଗପୁରରେ ତାଙ୍କର ବ୍ୟାଟିଂ ରେକର୍ଡ ନିରାଶଜନକ ରହିଛି। ଏହି ମଇଦାନରେ ରୋହିତ ତିନୋଟି ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳି ମାତ୍ର ୧୦ ରନ କରିଛନ୍ତି। ଷ୍ଟ୍ରାଇକ୍ ରେଟ୍ ୫୮.୮୨ ରହିଛି।

ନାଗପୁରରେ ରୋହିତଙ୍କ ୩ଟି ଇନିଂସର ଅବସ୍ଥା

୨୦୦୯ ବନାମ ଶ୍ରୀଲଙ୍କା- ୪ ବଲ୍‌ ୩ ରନ(ରନ ଆଉଟ୍)

୨୦୧୬ ବନାମ ନ୍ୟୁଜିଲାଣ୍ଡ- ୭ ବଲ୍ ୫ ରନ(ଷ୍ଟମ୍ପିଂ)

୨୦୧୯ ବନାମ ବାଂଲାଦେଶ- ୬ ବ୍ଲ ୨ ରନ(ବୋଲ୍ଡ)

କୋହଲି ବି କରିଛନ୍ତି ନିରାଶ

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ଏହି ପଡିଆରେ ନୈରାଶ୍ୟଜନକ ରହିଛି। କିଙ୍ଗ କୋହଲି ଏହି ମଇଦାନରେ ୨ଟି ମ୍ୟାଚ୍‌ରେ ୨୨ ହାରରେ ୪୪ ରନ କରିଛନ୍ତି। ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୭ଟି ବଲ୍‌ରୁ ୨୩ ରନ କରିଥିଲେ। ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ୧୫ ବଲ୍‌ରୁ ୨୧ ରନ କରି ପାଭିଲିୟନ ଫେରିଥିଲେ। ଆସନ୍ତାକାଲି ମୁକାବିଲାରେ ରୋହିତ ଏବଂ କୋହଲିଙ୍କୁ ବଡ ଇନିଂସ ଖେଳିବାକୁ ପଡିବ।

ଏସିଆ କପରେ ବିରାଟ କୋହଲି ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ। ପାକିସ୍ତାନର ମହମ୍ମଦ ରିଜଓ୍ଵାନଙ୍କ ପରେ ସବୁଠୁ ଅଧିକ ରନ କରିଥିଲେ। କୋହଲି ୫ଟି ଇନିଂସରେ ୯୨ ହାରରେ ୧୪୭.୫୯ ଷ୍ଟ୍ରାଇକ୍‌ ରେଟ୍‌ରେ ୨୭୬ ରନ କରିଥିଲେ। ଆଫଗାନିସ୍ତାନ ବିପକ୍ଷରେ ବିରାଟ ପ୍ରାୟ ୩ ବର୍ଷ ପରେ ୭୧ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ।

   Related Posts