Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହକି ବିଶ୍ଵ କପ୍‌ରେ ଖରାପ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଗ୍ରାହାମ ରିଡ୍‌ଙ୍କ ଇସ୍ତଫା, ସଭାପତି ଦିଲୀପ ତିର୍କୀ କହିଲେ…

30/01/2023 at 10:43 PM

ନୂଆଦିଲ୍ଲୀ: ଭୁବନେଶ୍ଵର ଏବଂ ରାଉରକେଲାରେ ଖେଳା ଯାଇଥିବା ପୁରୁଷ ହକି ବିଶ୍ଵ କପ୍ ୨୦୨୩ରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶଜନକ ରହିଛି। ଦଳ କ୍ଵାର୍ଟର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ଦଳକୁ କ୍ଲାସିଫିକେସନ ମ୍ୟାଚ୍ ଜିତି ନବମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଦଳର ଖରାପ ପ୍ରଦର୍ଶନ ପରେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରିଡ୍‌ଙ୍କ ବ୍ୟତୀତ ବିଶ୍ଳେଷକ ପ୍ରଶିକ୍ଷକ ଗ୍ରେଗ୍ କ୍ଲାର୍କ ଏବଂ ମନୋବୈଜ୍ଞାନିକ ପରାମର୍ଶଦାତା ମିଚେଲ୍ ଡେଭିଡ୍ ପେମ୍ବରଟନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତିନି ଜଣଙ୍କ ଇସ୍ତଫା ପତ୍ରକୁ ହକି ଇଣ୍ଡିଆ ସ୍ଵୀକାର କରିଛି।

୫୮ ବର୍ଷୀୟ ରିଡ ଭୁବନେଶ୍ଵରରେ ବିଶ୍ଵକପ୍ ସଂପନ୍ନ ପରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗ୍ରାହାମ ରିଡ୍‌ ଇସ୍ତଫା ପରେ କହିଛନ୍ତି, ମୋତେ ଏବେ ହଟି ଯିବାର ସମୟ ଆସି ଯାଇଛି ଏବଂ  ପରବର୍ତ୍ତୀ ପ୍ରବନ୍ଧକଙ୍କୁ କାମ ପ୍ରଦାନ କରାଯାଉ। ଭାରତୀୟ ଦଳ ଏବଂ ହକି ଇଣ୍ଡିଆ ସହିତ କାମ କରିବା ସମ୍ମାନ ଏବଂ ସୌଭାଗ୍ୟର କଥା। ମୁଁ ଭାରତୀୟ ଦଳ ସହ ଚମତ୍କାର ଯାତ୍ରାର ମଜା ନେଇଛି। ମୁଁ ଦଳକୁ ଶୁଭକାମନା ଜଣାଉଛି।

ଇସ୍ତଫା ପରେ ତିନି ପ୍ରଶିକ୍ଷକ ଆସନ୍ତା ମାସ ଯାଏ ନୋଟିସ୍ ଅବଧିରେ ରହିବେ। ଅଷ୍ଟ୍ରେଲିଆ ତରଫରୁ ହକି ଖେଳିଥିବା ରିଡ୍ ଏବଂ ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ୪୧ ବର୍ଷ ପରେ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା। ଏହା ବ୍ୟତୀତ ଭାରତୀୟ ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଏବଂ ଏଫଆଇଏଚ୍ ପ୍ରୋ ଲିଗ୍‌ ୨୦୨୧-୨୨ରେ ତୃତୀୟ ସ୍ଥାନ ହାସଲ କରିଥିଲା। ରିଡ୍‌ଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ୨୦୧୯ରେ ଏଫଆଇଏଚ୍ ବିଶ୍ଵକପ୍ ସିରିଜ୍‌ ଫାଇନାଲ୍ ଜିତିଥିଲା।

ଏହା ପରେ ଭୁବନେଶ୍ଵରରେ ଅଲିମ୍ପିକ କ୍ଵାଲିଫାୟର ଜିତି ଦଳ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ରିଡ୍‌ଙ୍କ ସମେତ ଅନ୍ୟ ତିନି ପ୍ରଶିକ୍ଷକଙ୍କ ଇସ୍ତଫା ସ୍ଵୀକାର କରି ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ କହିଛନ୍ତି, ଭାରତ ସର୍ବଦା ଗ୍ରାହାମ ରିଡ୍ ଏବଂ ତାଙ୍କ ପ୍ରଶିକ୍ଷକ ଦଳ ପ୍ରତି ଋଣି ହୋଇ ରହିବ।

   Related Posts