ନୂଆଦିଲ୍ଲୀ: ଟେଷ୍ଟ ଫର୍ମାଟ୍ରେ ଗତ ୨୫ ବର୍ଷରେ ଭାରତୀୟ ଟେଷ୍ଟ ଦଳର ଛବି ସଂପୂର୍ଣ୍ଣ ବଦଳି ଯାଇଛି। ଇଂଲଣ୍ଡ ବିପକ୍ଷରେ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ରେ ଭାରତ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି। ଯଦି ଭାରତୀୟ ଦଳ ଧର୍ମଶାଳାରେ ବିଜୟ ହାସଲ କରିବାରେ ସଫଳ ହୁଏ ତେବେ ଟେଷ୍ଟ କ୍ରିକେଟରେ ଏହା ଭାରତର ୧୭୮ତମ ବିଜୟ ହେବ। ଆଉ ଭାରତର ଏହା ୫୭୮ ତମ ଟେଷ୍ଟ ମୁକାବିଲା ହେବାକୁ ଯାଉଛି।
wp:heading {"level":4}Also read- ଭାଙ୍ଗିଲା ୭୮ ବର୍ଷ ତଳର ରେକର୍ଡ, ୧୦ ଏବଂ ୧୧ ନମ୍ବରରେ ବ୍ୟାଟିଂ କରି ମାରିଲେ ଶତକ
/wp:headingଉଲ୍ଲେଖନୀୟ ଟେଷ୍ଟ ଫର୍ମାଟ୍ରେ ଭାରତୀୟ ଦଳର ଉନ୍ନତ ପ୍ରଦର୍ଶନ ୨୦୦୦ ମସିହା ପରଠୁ ଆରମ୍ଭ ହୋଇଛି। ୨୦୦୦ ମସିହା ପର୍ଯ୍ୟନ୍ତ ଭାରତୀୟ ଦଳର ଟେଷ୍ଟରେ ରେକର୍ଡ ବହୁତ ଖରାପ ଥିଲା। ଦଳ ୨୦୦୦ ମସିହା ପର୍ଯ୍ୟନ୍ତ ୨୦୦ ଟେଷ୍ଟ ମ୍ୟାଚ୍ ଖେଳି ୧୧୨ଟିରେ ପରାସ୍ତ ହୋଇଥିଲା ଏବଂ ମାତ୍ର ୬୧ଟିରେ ବିଜୟ ହାସଲ କରିଥିଲା। ମାତ୍ର ପରଠୁ ଭାରତୀୟ ଟେଷ୍ଟ ଦଳର ପ୍ରଦର୍ଶନରେ ଆମୂଳଚୂଳ ପରିବର୍ତ୍ତନ ଘଟିଥିଲା। ଦଳର ପ୍ରଦର୍ଶନ ଉର୍ଦ୍ଧ୍ଵଗାମୀ ହେବାରେ ଲାଗିଥିଲା। ଏବେ ଭାରତୀୟ ଦଳ ୧୭୭ଟି ଟେଷ୍ଟ ଜିତି ସାରିଥିବା ବେଳେ ୧୭୮ରେ ପରାଜିତ ହୋଇଛି। ୨୨୨ଟି ମ୍ୟାଚ୍ ଡ୍ର ରହିଛି। ଏହି ରେକର୍ଡରୁ ଆପଣମାନେ ଜାଣି ପାରୁଥିବେ ଗତ ୨୫ ବର୍ଷରେ ଭାରତୀୟ ଦଳର ପ୍ରଦର୍ଶନରେ କେମିତି ସୁଧାର ଆସିଛି।
wp:heading୧୨ ବର୍ଷ ହେବ ଘରେ ହାରି ନାହିଁ ଟିମ୍ ଇଣ୍ଡିିଆ
/wp:headingକେବଳ ଏତିକି ନୁହେଁ ଭାରତୀୟ ଦଳ ୨୦୧୨ ମସିହା ପରଠୁ କୌଣସି ଟେଷ୍ଟ ସିରିଜ୍ ହାରି ନାହିଁ। ଦଳ ୨୦୧୨ରେ ଶେଷ ଥର ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହାରିଥିଲା। ମାତ୍ର ଏହା ପରଠୁ ଦଳ ଟେଷ୍ଟ ସିରିଜ୍ରେ ଅପରାଜୟ ରହିଛି। ଏହି ସମୟରେ ଦଳ ଦୁଇ ଥର ଅଷ୍ଟ୍ରେଲିଆ ପରି ଦଳକୁ ତାରି ଘରେ ମାତ୍ ଦେଇଛି।ସେହିପରି ଲଂଲଣ୍ଡ ବିପକ୍ଷରେ ଜାରି ଟେଷ୍ଟ ସିରିଜ୍ରେ ଅନେକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ବି ଭାରତୀୟ ଦଳର ବିଜୟ ରଥ କାଏମ ରହିଛି।