ଅଷ୍ଟ୍ରେଲିଆରେ ପାକିସ୍ତାନ ଟିମ୍‌କୁ ୫-ଷ୍ଟାର, ଭାରତୀୟ ଦଳକୁ ୪-ଷ୍ଟାର ହୋଟେଲ:ଏପରି ଭେଦଭାବ କାହିଁକି ?

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଳୀ୧୯/୧୦: ଚାଲିଛି ଟି୨୦ ଓ୍ୱାର୍ଲ୍ଡ କପ୍ ୨୦୨୨ । ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆା ଅଷ୍ଟ୍ରେଲିଆରେ ପହଞ୍ଚିଛି । କିନ୍ତୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ଯେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ କରାଯାଇଛି ଭେଦଭାବ ।

ବ୍ରିସବେନ୍‌ର ଏକ ୪-ଷ୍ଟାର ହୋଟେଲରେ ରଖାଯାଇଛି । ଯେତେବେଳେ କି ପାକିସ୍ତାନର ଖେଳାଳିଙ୍କୁ ପଞ୍ଚତାରକା ହୋଟେଲରେ ରଖାଯାଇଛି । ଅନ୍ୟପଟେ ଅଷ୍ଟ୍ରେଲିଆର ହୋଷ୍ଟମାନଙ୍କୁ ପଞ୍ଚତାରକା ହୋଟେଲରେ ରଖାଯାଇଛି । ପାକିସ୍ତାନର ଖେଳାଳି ମଧ୍ୟ ଅଷ୍ଟ୍ରେଲିଆ ସହ ସମାନ ହୋଟେଲରେ ରହିଛନ୍ତି । ଭାରତୀୟ ଦଳ ରହୁଥିବା ହୋଟେଲର ନାମ ’ରାଇଡ୍ସ ଫୋରଟିଟ୍ୟୁଡ୍ ଭ୍ୟାଲି’ ରହିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ହେଉଛି ।

wp:html /wp:html

ନିକଟରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ନିକଟରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍ର ଶେଷ ମ୍ୟାଚରେ ଏହି ଅଷ୍ଟ୍ରେଲିଆ ବୋଲର କ୍ୟାପ୍ଟେନ ଜୋସ ବଟଲରଙ୍କୁ ନନ୍-ଷ୍ଟାଇକର ଏଣ୍ଡ୍ରେ ଚେତାବନୀ ଦେଇଥିଲେ । ଏହି ସମୟରେ ସେ କହିଥିଲେ ଯେ ମୁଁ ଦୀପ୍ତି ଶର୍ମା ନୁହେଁ । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।

ପ୍ରକୃତରେ ଭାରତୀୟ ମହିଳା ଦଳର ଦୀପ୍ତି ଶର୍ମା ନନ୍ ଷ୍ଟ୍ରାଇକର୍ ଏଣ୍ଡ୍ ରେ ଇଂଲଣ୍ଡର ବ୍ୟାଟରଙ୍କୁ ରନ୍ ଆଉଟ୍ କରି ଖୁବ୍ ଚର୍ଚ୍ଚାରେ ଥିଲେ । ଅବଶ୍ୟ ୧ ଅକ୍ବୋବର ଠାରୁ ଏହା ବିଶ୍ବ କ୍ରିକେଟ୍‌ରେ ନିୟମ ଲାଗୁ ହୋଇଥିଲା। କିନ୍ତୁ ଯେତେବେଳେ ଦୀପ୍ତି ଏଭଳି କରିଥିଲେ ତ’ କ୍ରିକେଟ୍ ଜଗତ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପକ୍ଷ ଦୀପ୍ତିଙ୍କ ସପକ୍ଷରେ ଥିବାବେଳେ ଅନ୍ୟପକ୍ଷ ଏହାକୁ ବିରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.