ବିଶ୍ୱକପ୍‌, ଏସିଆ କପ୍‌, ଅଷ୍ଟ୍ରେଲିଆ ସିରିଜ୍‌ ; ଜାଣନ୍ତୁ ଟିମ୍ ଇଣ୍ଡିଆର ୨୦୨୩ ଖେଳସୂଚୀ…

Published By : Prameya-News7 Bureau | January 01, 2023 IST

ମୁମ୍ବାଇ ୦୧।୦୧ : ସରିଛି ୨୦୨୨ । ଆରମ୍ଭ ହେଲା ୨୦୨୩ । ଚଳିତ ବର୍ଷ ବହୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ ଭାରତୀୟ ଟିମ୍‌ । କ୍ରିକେଟ୍‌ ଫ୍ୟାନ୍ସଙ୍କ ପାଇଁ ଏହି ବର୍ଷଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୨୦୨୩ରେ ହେବାକୁ ଥିବା ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟରେ କ୍ରିକେଟ୍‌ ବିଶ୍ୱକପ୍‌-୨୦୨୩ ରହିଛି ।

୨୦୨୩, ଜାନୁଆରୀରେ ଭାରତୀୟ ଟିମ୍‌ ପ୍ରଥମେ ଶ୍ରୀଲଙ୍କା ଗସ୍ତ କରିବ । ଏହାପରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସାଉଥ ଆଫ୍ରିକା, ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ ସହିତ ମୁକାବିଲ ରହିଛି । ବଡ଼ ବଡ଼ ଟିମ୍‌ ସହିତ ମୁହାମୁହିଁ ହେବ ଭାରତୀୟ ଦଳ । ଏସବୁ ମଧ୍ୟରେ କେତେକ ଘରୋଇ ସିରିଜ୍‌ ଓ ବିଦେଶୀ ଗସ୍ତ ରହିଛି । ତେବେ ଆସନ୍ତୁ ଜାଣିବା ୨୦୨୩ରେ ଥିବା ଟିମ୍‌ ଇଣ୍ଡିଆର ଖେଳସୂଚୀ…

ଭାରତୀୟ ଟିମ୍‌ର ଶ୍ରୀଲଙ୍କା ଗସ୍ତ (ଜାନୁଆରୀ)-

ପ୍ରଥମ ଟି-୨୦ : ୩ ଜାନୁଆରୀ, ମୁମ୍ବାଇ

ଦ୍ୱିତୀୟ ଟି-୨୦ : ୫ ଜାନୁଆରୀ, ପୁଣେ

ତୃତୀୟ ଟି-୨୦ : ୭ ଜାନୁଆରୀ, ରାଜକୋଟ

ପ୍ରଥମ ଦିନିକିଆ : ୧୦ ଜାନୁଆରୀ, ଗୁଆହାଟୀ

ଦ୍ୱିତୀୟ ଦିନିକିଆ : ୧୨ ଜାନୁଆରୀ, କୋଲକାତା

ତୃତୀୟ ଦିନିକିଆ : ୧୫ ଜାନୁଆରୀ, ଥିରୁଅନନ୍ତପୁରମ୍‌

ନ୍ୟୁଜିଲାଣ୍ଡର ଭାରତ ଗସ୍ତ (ଜାନୁଆରୀ-ଫେବୃଆରୀ)

ପ୍ରଥମ ଦିନିକିଆ : ୧୮ ଜାନୁଆରୀ, ହାଇଦ୍ରାବଦ୍‌

ଦ୍ୱିତୀୟ ଦିନିକିଆ : ୨୧ ଜାନୁଆରୀ, ରାୟପୁର

ତୃତୀୟ ଦିନିକିଆ : ୨୪ ଜାନୁଆରୀ , ଇନ୍ଦୋର

ପ୍ରଥମ ଟି-୨୦ : ୨୭ ଜାନୁଆରୀ, ରାଞ୍ଚି

ଦ୍ୱିତୀୟ ଟି-୨୦ : ୨୯ ଜାନୁଆରୀ, ଲକ୍ଷ୍ନୌ

ତୃତୀୟ ଟି-୨୦ : ୧ ଫେବୃଆରୀ , ଅହମଦାବାଦ୍‌

ଅଷ୍ଟ୍ରେଲିଆର ଭାରତ ଗସ୍ତ ( ଫେବୃଆରୀ-ମାର୍ଚ୍ଚ)

ପ୍ରଥମ ଟେଷ୍ଟ : ୯ରୁ ୧୩ ଫେବୃଆରୀ, ନାଗପୁର

ଦ୍ୱିତୀୟ ଟେଷ୍ଟ : ୧୭ରୁ ୨୧ ଫେବୃଆରୀ , ଦିଲ୍ଲୀ

ତୃତୀୟ ଟେଷ୍ଟ : ୧ରୁ ୫ ମାର୍ଚ୍ଚ, ଧର୍ମଶାଳା

ଚତୁର୍ଥ ଟେଷ୍ଟ : ୯ରୁ ୧୩ ମାର୍ଚ୍ଚ,  ଅହମଦାବାଦ

ପ୍ରଥମ ଦିନିକିଆ :  ୧୭ ମାର୍ଚ୍ଚ, ମୁମ୍ବାଇ

ଦ୍ୱିତୀୟ ଦିନିକିଆ : ୧୯ ମାର୍ଚ୍ଚ, ବିଶାଖାପାଟଣା

ତୃତୀୟ ଦିନିକିଆ : ୨୨ ମାର୍ଚ୍ଚ, ଚେନ୍ନାଇ

ଆଇପିଏଲ୍‌ (ଅପ୍ରେଲ-ମଇରେ ହେବା ସମ୍ଭାବନା)

ଭାରତର ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତ (ଜୁଲାଇ-ଅଗଷ୍ଟ)

୨ଟି ଟେଷ୍ଟ, ୩ଟି ଦିନିକିଆ, ୩ଟି ଟି ମ୍ୟାଚ୍‌ (ଖେଳସୂଚୀ ଜାରି ହୋଇନାହିଁ)

ଏସିଆ କପ୍‌ (ସେପ୍ଟେମ୍ବର)

ସ୍ଥାନ ଓ ତାରିଖର ଘୋଷଣା ହେବ

ଅଷ୍ଟ୍ରେଲିଆର ଭାରତ ଗସ୍ତ (ସେପ୍ଟେମ୍ବର)

୩ଟି ଦିନିକିଆ ( ଖେଳସୂଚୀ ଜାରି ହୋଇନାହିଁ )

ଦିନିକିଆ ବିଶ୍ୱକପ୍‌ ( ୧୦ ଅକ୍ଟୋବରରୁ ୨୬ ନଭେମ୍ବର ଯାଏଁ )

ବିଶ୍ୱକପ୍‌ ଭାରତରେ ହେବ,  ଏଥିରେ ୪୮ଟି ମ୍ୟାଚ୍‌ ଖେଳାଯିବ (ସ୍ଥାନ, ତାରିଖ ଜାରି ହୋଇନାହିଁ)

ଅଷ୍ଟ୍ରେଲିଆର ଭାରତ ଗସ୍ତ (ନଭେମ୍ବର-ଡିସେମ୍ବର)

୫ଟି ଟି-୨୦ ମ୍ୟାଚ୍‌ (ସ୍ଥାନ, ତାରିଖ ଘୋଷଣା ହୋଇନାହିଁ )

ଭାରତର ସାଉଥ ଆଫ୍ରିକା ଗସ୍ତ (ଡିସେମ୍ବର-ଜାନୁଆରୀ ୨୦୨୪)

୨ଟି ଟେଷ୍ଟ, ୩ଟି ଦିନିକିଆ, ୩ଟି ଟି-୨୦ ମ୍ୟାଚ୍‌ (ଖେଳସୂଚୀ ଜାରି ହୋଇନାହିଁ )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.