ବେଙ୍ଗାଲୁରୁ ୧୯।୧: ଅଷ୍ଟ୍ରେଲିଆ ବନାମ ଇଣ୍ଡିଆ ୩ ଟିକିଆ ୱାନଡେ ସିରିଜର ଚୂଡାନ୍ତ ମ୍ୟାଚ୍ ରବିବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରିଥିବା ବେଳେ ସ୍ମିଥଙ୍କ ଲଢୁଆ ୧୩୧ ରନ ବଳରେ ୯ ୱିକେଟ୍ ହରାଇ କରିଛି ୨୮୬ ରନ୍। ଟିମ୍ ଇଣ୍ଡିଆ ବୋଲର ମହମ୍ମଦ ଶାମୀ ସର୍ବାଧିକ ୪ଟି ୱିକେଟ୍ ପାଇଥିବା ବେଳେ ସାଇନି ଗୋଟିଏ, ଯାଦବ ଗୋଟିଏ ଓ ଜାଡେଜା ୨ଟି ୱିକେଟ୍ ପାଇଛନ୍ତି।
ଚୂଡାନ୍ତ ମ୍ୟାଚ୍ରେ ମାତ୍ର ୩ ରନ କରି ସାଇନିଙ୍କ ବଲରେ ଆଉଟ୍ ହେବା ପରେ ଦଳର ମଜଭୁତି ଦୋହଲି ଯାଇଥିଲା। ଷ୍ଟାର୍କ ଓ କୁମିନ୍ସ ଶୁନ୍ୟରେ ଆଉଟ୍ ହୋଇଥିବା ବେଳେ ଜମ୍ପା ଓ ହେଜେଲଉଡ୍ ଗୋଟିଏ ଗୋଟିଏ ରନ କରି ଖାତା ଖୋଲିଛନ୍ତି।
ସେହିପରି ଟର୍ଣ୍ଣର ଓ ଫିଞ୍ଚ ଟିମ୍ ଲାଗି ସେଭଳି ଉଲ୍ଲେଖନୀୟ ଯୋଗଦାନ କରିପାରିନାହାନ୍ତି। ଲାବୁସଚାଗ୍ନେଙ୍କ ଅର୍ଦ୍ଧଶତକ ଓ କାରେଙ୍କ ୩୫ ରନ ସ୍କୋରବୋର୍ଡ ଲାଗି ବେଶ ସହାୟକ ହୋଇଛି। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆର ସ୍କୋରକୁ ଅନୁଧାବନ କରି ଏବେ ଷ୍ଟାଡିୟମକୁ ଓହ୍ଲାଇଥିବା ବେଳେ ଓପ୍ନିଂ ଜୋଡି ଆର.ଜି. ଶର୍ମା ଓ କେ.ଏଲ. ରାହୁଲ ଏବେ କ୍ରିଜ୍ରେ ଅଛନ୍ତି।