ମୁଣ୍ଡରେ ହେଲମେଟ୍, ହାତରେ ବ୍ୟାଟ୍ : ରୋହିତ ଆଉଟ ହେଲା ପରେ ବ୍ୟାଟିଂ କରିବାକୁ ଆସିଲେ ପ୍ରଶଂସକ

Published By : Prameya-News7 Bureau | August 28, 2021 IST

ଲଣ୍ଡନ, ୨୮ ।୦୮ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଛି ଟେଷ୍ଟ୍ ସିରିଜ୍ । ଲର୍ଡସ୍ ଟେଷ୍ଟରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିବା ଦର୍ଶକ ଜାର୍ଭୋ ୬୯ ପୁଣି ଲିଡସ୍ ଟେଷ୍ଟରେ ବି ପଡିଆରେ ପ୍ରବେଶ କରିଛନ୍ତି । ତୃତୀୟ ଟେଷ୍ଟର ତୃତୀୟ ଦିନରେ ଜାର୍ଭୋ ପ୍ୟାଡ୍ ଓ ହେଲମେଟ୍ ପିନ୍ଧି ପଡିଆରେ ପ୍ରବେଶ କରିବାକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଦ୍ୱିତୀୟ ଟେଷ୍ଟରେ ଜାର୍ଭୋ ପଡିଆକୁ ପ୍ରବେଶ କରି ଭାରତୀୟ ଦଳର ଫିଲ୍ଡିଂ ସଜାଡିଥିବା ଭଳି ପ୍ରତିକ୍ରିୟା କରୁଥିଲେ । ଯାହାକୁ ଦେଇ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ନିଜ ହସ ରୋକିପାରି ନଥିଲେ । ସୁରକ୍ଷାକର୍ମୀମାନେ ତାଙ୍କୁ ସେଠାରୁ ବାହାର କରିଥିଲେ । ଶୁକ୍ରବାର ମଧ୍ୟ ରୋହିତ ଶର୍ମା ଆଉଟ ହେଲା ପରେ ଜାର୍ଭୋ ପୁଣି ଷ୍ଟାଡିୟମରେ ପ୍ରବେଶ କରିଥିଲେ । ସେ ହେଲମେଟ୍ ଓ ମାସ୍କ ପିନ୍ଧିଥିଲେ । ହେଲମେଟ୍ ତଳେ ସର୍ଜିକାଲ ମାସ୍କ ସେ ପରିଧାନ କରିଥିଲେ । ଲାଗୁଥିଲା ସେ ବ୍ୟାଟିଂ କରିବାକୁ ଯେପରି ଆସିଛନ୍ତି ।

wp:html /wp:html

ଜାର୍ଭୋ ୬୯ ଜର୍ସି ପିନ୍ଧିଥିବା ଏହି ଦର୍ଶକ ନିଜକୁ କ୍ରିକେଟର ଜଣେ ବଡ ଫ୍ୟାନ୍ ବୋଲି କହିଥାନ୍ତି । ଲର୍ଡସରେ ସେ ଯେତେବେଳେ ଷ୍ଟାଡିୟମରେ ପ୍ରବେଶ କରିଥିଲେ ତାଙ୍କୁ ଦେଖି ଜାଡେଜା ଓ ସିରାଜ ଦେଇଥିବା ପ୍ରତିକ୍ରିୟା ଖୁବ୍ ଭାଇରାଲ ହୋଇଥିଲା ।

ସୂଚନାଯୋଗ୍ୟ, ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଭାରତ ମାତ୍ର ୭୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ପ୍ରଥମ ଇନିଂସରେ ୪୩୨ ରନର ବିଶାଳ ସ୍କୋର କରିଥିଲା । ତୃତୀୟ ଦିନ ଖେଳ ଶେଷ ହେଲା ବେଳକୁ ଭାରତ ୨ ଓ୍ୱିକେଟ୍ ହରାଇ ୨୧୫ରନ୍ କରିଛି । ଚେତେଶ୍ୱର ପୂଜାରା ୧୮୦ ବଲରେ ୯୧ ଓ ବିରାଟ ୯୪ ବଲରେ ୪୫ ରନରେ ବ୍ୟାଟିଂ କରୁଛନ୍ତି । ଖରାପ ଆଲୋକ ପାଇଁ ମ୍ୟାଚର ତୃତୀୟ ଦିନକୁ କିଛି ଓଭର ପୂର୍ବରୁ ସମାପ୍ତ କରିବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.