ନୂଆଦିଲ୍ଲୀ ୨୮/୧୧: ଅଷ୍ଟେ୍ରିଲିଆ ବିପକ୍ଷ ଓ୍ବାନ୍ଡେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍ରେ ଅଲରାଉଣ୍ଡର ସଂଖ୍ୟା କମ୍ ବୋଲି ଚର୍ଚ୍ଚା ହେଉଥିଲା। ସିରିଜ୍ର ପ୍ରଥମ ମ୍ୟାଚ୍ ଭାରତ ହାରିବା ପରେ ଖୋଦ ଅଧିନାୟକ ବିରାଟ କୋହଲି ମଧ୍ୟ ଏହି କଥାକୁ ସ୍ବୀକାର କରିଥିଲେ।
ଏବେ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ମଧ୍ୟ ବଡ଼ ବୟାନ ଦେଇଛନ୍ତି। ଅଧା ଫିଟ୍ ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ନମିଳିବା ପର୍ଯ୍ୟନ୍ତ ଭାରତୀୟ ଟିମ୍ରେ ସନ୍ତୁଳନ ରକ୍ଷା ହେବା ମୁସକିଲ୍। କାହିଁକି ନା ପାଣ୍ଡ୍ୟାଙ୍କ ବିକଳ୍ପ ବିଜୟ ଶଙ୍କରଙ୍କ ବୋଲିଂ ଏତେ ପ୍ରଭାଶାଳୀ ନୁହେଁ ବୋଲି ଗମ୍ଭୀର କହିଛନ୍ତି।
{"id":65557,"sizeSlug":"large"}
ଅଲ୍ରାଉଣ୍ଡରେ ଭୂମିକାରେ ସାମିଲ୍ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟ୍ସମ୍ୟାନ୍ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଜଣେ ବୋଲର ଭାବେ ସେ ଏତେଟା ଫିଟ୍ ନୁହଁନ୍ତି ବୋଲି ସେ କହିଛନ୍ତି। ଦୁଇ ଥର ବିଶ୍ବ କପ୍ ଜିତିଥିବା ଭାରତର ନାୟକ ଭାବେ ପରିଚିତ ଗମ୍ଭୀର ଇଏସ୍ପିଏନ କ୍ରିକ୍ଇନ୍ଫୋକୁ କହିଛନ୍ତି, ‘ପୂର୍ବ ବିଶ୍ବକପ୍ରୁ ଟିମ୍ରେ ସନ୍ତୁଳନ ସମସ୍ୟା ଦେଖିବାକୁ ମିଳୁଛି। ହାର୍ଦ୍ଦିକ ବୋଲିଂ କରିପାରୁ ନାହାନ୍ତି ଯଦି ଷଷ୍ଠ ବୋଲର କିଏ। ଯଦି ବିଜୟ ଶଙ୍କର ପାଣ୍ଡ୍ୟାଙ୍କ ବିକଳ୍ପ ତେବେ ପଞ୍ଚମ କିମ୍ବା ଷଷ୍ଠ ନମ୍ବରରେ ସେ ଏତେ ପ୍ରଭାବଶାଳୀ ନୁହଁନ୍ତି। ସେ କଣ ୭-୮ ଓଭର ବୋଲିଂ କରିପାରିବେ। ମୋତେ ଲାଗୁନି ସେ ଏମିତି କରିପାରିବେ।’
ତେବେ ରୋହିତ ଶର୍ମାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଟିମ୍କୁ ଫେରିଲେ ବି ଏହି ସମସ୍ୟା ସମାଧାନ ହେବ ନାହିଁ ବୋଲି ଗମ୍ଭୀର କହିଛନ୍ତି। ମନୀଷ ପାଣ୍ଡେଙ୍କୁ ସାମିଲ କରିବା ଉପରେ ଚର୍ଚ୍ଚା କରାଯାଇପାରେ। ଶୀର୍ଷ ୬ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ କେହି ବି ବୋଲି କରିପାରିବେ ନାହିଁ ବୋଲି ଗୌତମ ଗମ୍ଭୀର କହିଛନ୍ତି।