Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଦ. ଆଫ୍ରିକା ବିପକ୍ଷ ଦିନିକିଆ ଲାଗି ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ ପାଣ୍ଡ୍ୟା, ଶିଖର ଓ ଭୁବି

8/03/2020 at 3:28 PM

ମୁମ୍ବାଇ ୦୮।୦୩-  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ମାର୍ଚ୍ଚ ୧୨ରୁ ଆରମ୍ଭ ହେଉଥିବା ଏହି ଶୃଙ୍ଖଳାରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧାଓ୍ଵନ ଓ ଭୁବନେଶ୍ଵର କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିସିସିଆଇ ରବିବାର ୧୫ ଜଣିଆ ଦଳ ଘୋଷଣା କରିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ବିରାଟ କୋହଲି ଦଳର ନେତୃତ୍ଵ ନେବେ। ଆହତଜନିତ ସମସ୍ୟା କାରଣରୁ ତାରକା ଓପନର ରୋହିତ ଶର୍ମା ଦଳକୁ ଫେରି ପାରି ନାହାନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମୁକାବିଲାରେ ତାଙ୍କ ଗୋଡର ମାଂସପେଶୀ ଟାଣି ଧରିଥିଲା। ଏହି କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଉଭୟ ଦିନିକିଆ ଓ ଟେଷ୍ଟ ଶୃଙ୍ଖଳାରୁ ବାହାର ହୋଇ ଯାଇଥିଲେ।

ଅନ୍ୟପଟେ ୨୬ ବର୍ଷୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ତାଙ୍କୁ ଡିଓ୍ଵାଇ ପାଟିଲ  ଟି-୨୦ କପରେ ଖେଳିଥିବା ଦୁଇଟି ବିସ୍ଫୋରକ ଶତକୀୟ ଇନିଂସର ପୁରସ୍କାର ମିଳିଛି। ପାଣ୍ଡ୍ୟାଙ୍କୁ ପାଞ୍ଚ ମାସ ପୂର୍ବେ ଅଣ୍ଟାରେ ଆଘାତ ଲାଗିଥିଲା। ଏହା ପରେ ଲଣ୍ଡନରେ ସେ ନିଜର ସର୍ଜରୀ କରାଇଥିଲେ।

୩୪ ବର୍ଷୀୟ ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ ମଧ୍ୟ ଦଳକୁ ଫେରିଛନ୍ତି। ଜାନୁଆରୀ ୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ସେ ଆହତ ହୋଇଥିଲେ। ସେହି ମ୍ୟାଚରେ ଶିଖର ଧାଓ୍ଵନଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ଧାଓ୍ଵନଙ୍କ ବ୍ୟତୀତ ଭୁବେନଶ୍ଵର କୁମାର ମଧ୍ୟ ଡିଓ୍ଵାଇ ପାଟିଲ ଟି ୨୦ କପରେ ମଇଦାନକୁ ଓହ୍ଲାଇଥିଲେ।

୧୫ ଜଣିଆ ଭାରତୀୟ ଦଳ

ଶିଖର ଧାଓ୍ଵନ, ପୃଥ୍ଵୀ ସ, ବିରାଟ କୋହଲି(ଅଧିନାୟକ), କେଏଲ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା,  ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ନବଦୀପ ସାଇନି, କୁଲଦୀପ ଯାଦବ, ଶୁଭମାନ ଗିଲ।

ଦିନିକିଆ ଶୃଙ୍ଖଳାର କାର୍ଯ୍ୟସୂଚୀ

ପ୍ରଥମ ଦିନିକିଆ- ମାର୍ଚ୍ଚ ୧୨, ଧର୍ମଶାଳା

ଦ୍ଵିତୀୟ ଦିନିକିଆ- ମାର୍ଚ୍ଚ ୧୫, ଲକ୍ଷ୍ନୌ

ତୃତୀୟ ଦିନିକିଆ- ମାର୍ଚ୍ଚ ୧୮, କୋଲକାତା  

   Related Posts