କାନପୁରରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରି ଭାଙ୍ଗିଲା ଇଂଲଣ୍ଡର ରେକର୍ଡ

Published By : Prameya-News7 Bureau | September 30, 2024 IST

କାନପୁର: ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସରେ ବିସ୍ଫୋରକ ବ୍ୟାଟିଂ  କରିଛି। କ୍ରିଜକୁ ଆସିବା ମାତ୍ରେ ଚୌକା ଓ ଛକା ବର୍ଷା କରିଛନ୍ତି ବ୍ୟାଟର। ଆଉ ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଦଳ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରି ରେକର୍ଡ କରିଛି। ଭାରତୀୟ ଦଳ ୨୦୨୪ରେ ଏ ପର୍ଯ୍ୟନ୍ତ ୯୦ ଛକା ମାରି ସାରିଛି। 

ଏହା ପୂର୍ବରୁ ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ବର୍ଷରେ ଅଧିକ ଛକା ମାରିବାର ରେକର୍ଡ ଇଂଲଣ୍ଡ ନାମରେ ଥିଲା। ଇଂଲଣ୍ଡର ଖେଳାଳି ମିଶି ୨୦୨୨ରେ ମୋଟ୍ ୮୯ ଛକା ମାରି କୀର୍ତ୍ତିମାନ ରଚିଥିଲେ। କିନ୍ତୁ ଏବେ ଭାରତୀୟ ଦଳ  ୯୦ ଛକା ମାରି ଏହ ରେକର୍ଡ ନିଜ ନାମରେ କରିଛି। ସବୁଠୁ ବଡ଼ କଥା ଭାରତୀୟ ଖେଳାଳି ଏହି କୀର୍ତ୍ତିମାନ ମାତ୍ର ୧୪ ଇନିଂସରେ ହାସଲ କରିଛି।

Also read: ରୋହିତ୍-ଜୈସ୍ୱାଲ, ଗିଲ୍ ଭାଙ୍ଗିଲେ ନିଜ ପୁରୁଣା ରେକର୍ଡ, ଭାରତ ନାଁରେ ଟେଷ୍ଟରେ ଦ୍ରୁତ ୧୦୦ ରନ୍ ହାସଲ ରେକର୍ଡ

ବିଶେଷ କରି ଚଳିତ ବର୍ଷ ରୋହିତ ଶର୍ମା, ଋଷଭ ପନ୍ତ ଓ ଯଶସ୍ଵୀ ଜୟସ୍ଵାଲ ଅଧିକ ଛକା ମାରିଛନ୍ତି। ଇଂଲଣ୍ଡ ପୂର୍ବରୁ ୨୦୨୧ରେ ଭାରତ ୮୭ ଛକା ମାରିଥିଲା। ଇଂଲଣ୍ଡ ଦଳ ଉପରେ ନଜର ପକାଇଲେ ବାଜବଲ୍‌ର ମାନସିକତା କାରଣରୁ ଇଂଲଣ୍ଡର ଖେଳାଳି ଦ୍ରୁତ ବ୍ୟାଟିଂ କରନ୍ତି। ମାତ୍ର ଭାରତ ଦେଖାଇ ଦେଇଛି ଯେ, ବାସ୍ତବରେ ବାଜବଲ୍‌ କ୍ରିକେଟ୍‌ କିଏ ଖେଳୁଛି। 

୨୦୨୪ରେ ଭାରତ ୯୦ ଛକା ମାରି ଐତିହାସିକ ରେକର୍ଡ ନିଜ ନାମରେ କରିଛି। ଏହି ତାଲିକାରେ ୬୦ ଛକା ସହ ଇଂଲଣ୍ଡ ଦ୍ଵିତୀୟ ଓ ନ୍ୟୁଜିଲାଣ୍ଡ ୫୧ ଛକା ମାରି ତୃତୀୟ ସ୍ଥାନରେ ରହିଛି। ତେବେ ଚଳିତ ବର୍ଷ ଭାରତକୁ ଆହୁରି ୮ ଟେଷ୍ଟ ଖେଳିବା ବାକି ରହିଛି। ଆଉ ଏହି ଛକା ସଂଖ୍ୟା ୧୦୦ ଅତିକ୍ରମ କରିପାରେ। 

ଭାରତ- ୯୦ ଛକା

ଇଂଲଣ୍ଡ- ୬୦ ଛକା

ନ୍ୟୁଜିଲାଣ୍ଡ- ୫୧ ଛକା 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.