ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ, ପ୍ରଥମ ଥର କମାଲ କଲେ ଟପ୍-୫ ବ୍ୟାଟର

Published By : Prameya-News7 Bureau | November 12, 2023 IST

ବେଙ୍ଗାଲୁରୁ: ବିଶ୍ଵକପର ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଭାରତୀୟ ଟପ୍ ଅର୍ଡର ଇତିହାସ ରଚିଛନ୍ତି। ପ୍ରଥମ ଥର ଭାରତୀୟ ଦଳର ଶୀର୍ଷ ପାଞ୍ଚ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଜିର ମୁକାବିଲାରେ ଭାରତୀୟ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍‌ଙ୍କ ବ୍ୟତୀତ ବିରାଟ କୋହଲି, ଶ୍ରେୟସ ଆୟର ଓ କେଏଲ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଭାରତୀୟ ବ୍ୟାଟରମାନେ ଦିନିକିଆ ଇତିହାସରେ ପ୍ରଥମ ଥର ଏମିତି ଉପଲବ୍ଧି ହାସଲ କରିଛନ୍ତି। ରୋହିତ ଶର୍ମା ୫୪ ବଲ୍‌ରୁ  ୬୧ ରନ, ଶୁଭମନ ଗିଲ୍ ୩୨ ବଲ୍‌ରୁ ୫୧ ରନ ଓ ବିରାଟ କୋହଲି ୫୬ ବଲ୍‌ରୁ ୫୧ ରନର ଇନିଂସ ଖେଳିଛନ୍ତି। ଏହା ପରେ ଶ୍ରେୟସ ଆୟର ଓ କେଏଲ ରାହୁଲ ମଧ୍ୟ ଅର୍ଦ୍ଧଶତକ ପୂରଣ କରିବା ସହ ଶତକ ହାସଲ କରିଛନ୍ତି। ବିଶ୍ଵକପର ୪୮ ବର୍ଷ ଇତିହାସରେ ଭାରତୀୟ ଦଳର ଶୀର୍ଷ ୫ ବ୍ୟାଟର ଅର୍ଦ୍ଧଶତକ ପୂରା କରିପାରିଛନ୍ତି ।

wp:heading {"level":4}

Also read- ପିଚ୍‌ରେ ନମାଜ, ଫିଲିସ୍ତିନକୁ ଶତକ ସମର୍ପଣ, ହୋଟେଲ୍‌ରେ ବିରିୟାନୀ…ବିଶ୍ୱକପ୍‌ରେ ଖେଳଠୁ ଅଧିକ ବିବାଦରେ ରହିଛି ପାକିସ୍ତାନୀ ଟିମ୍

/wp:heading

ଏପରିକି ବିଶ୍ଵକପ ଇତିହାସରେ କୌଣସି ଦଳର ଶୀର୍ଷ-୫ ବ୍ୟାଟର ଅର୍ଦ୍ଧଶତକ ପୂରା କରିଛନ୍ତି । ବିଶ୍ଵକପର ପ୍ରଥମ ସଂସ୍କରଣ ୧୯୭୫ରେ ଆୟୋଜନ  ହୋଇଥିଲା। ତେବେ ଏହା ପୂର୍ବରୁ ଦିନିକିଆ ଇତିହାସରେ ଏଭଳି ରେକର୍ଡ ଦୁଇ ଥର ହୋଇଥିଲ। କିନ୍ତୁ ବିଶ୍ଵକପ୍ ଇତିହାସରେ ଏହା ପ୍ରଥମ । ଦିନିକିଆ ଇତିହାସରେ ଅଷ୍ଟ୍ରେଲିଆ ଟିମ୍ ଭାରତ ବିପକ୍ଷରେ ଏହି ରେକର୍ଡ କରିଥିଲା ।

୨୦୧୩ରେ ଅଷ୍ଟ୍ରେଲିଆର ଟପ୍-୫ ବ୍ୟାଟର ୫୦ ରନ ପୂରା କରିଥିଲେ । ଏହା ପରେ ୨୦୨୦ରେ ପୁଣି ଥରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଏହି ରେକର୍ଡ କରିଥିଲା । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଦିନିକିଆ ମୁକାବିଲା ସିଡନୀରେ ହୋଇଥିଲା । ଆଉ ଏବେ ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତ ଏହି ରେକର୍ଡ ନିଜ ନାଁରେ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.