Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଭାରତୀୟ ଖେଳାଳିଙ୍କୁ ମିଳିଲାନି ରୁମ୍, ବାଧ୍ୟ ହୋଇ ଛାଡିଲେ ପୁରୁଣା ହୋଟେଲ୍

16/02/2023 at 7:48 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଫେବ୍ରଆରୀ ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଦୁଇ ଟିମ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ଏବଂ ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ କାରିଛନ୍ତି । ଏହାରି ଭିତରେ ଭାରତୀୟ ଟିମକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବିବାହ ସିଜିନ୍ ଏବଂ ଜି ୨୦ ଶିଖର ସମ୍ମିଳନୀ ଯୋଗୁଁ ଦିଲ୍ଲୀର ପାଞ୍ଚ ତାରକା ହୋଟଲର ଅଧିକାଂଶ ରୁମ୍ ପୂର୍ବରୁ ବୁକ୍ ହୋଇସାରିଛି । ଏହି କାରଣରୁ ଭାରତୀୟ ଟିମ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ହୋଟେଲ ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହୋଇଛି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଫେବ୍ରୁଆରୀ ୧୭ରୁ ୨୧ ମଧ୍ୟରେ ଖେଳାଯିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୬ ବର୍ଷ ପରେ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଶେଷ ଥର ପାଇଁ ୨୦୧୭ରେ ଏଠାରେ ମ୍ୟାଚ୍ ଖେଳା ଯାଇଥିଲା । ନାଗପୁରରେ ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍ ଇନିଂସ ଏବଂ ୧୩୨ ରନରେ ବିଜୟ ସହ ସିରିଜରେ ୧-୦ରେ ଆଗୁଆ ହୋଇଥିଲା ।

ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ୍ ଟିମ୍ ସାଧାରଣତଃ ଦିଲ୍ଲୀର ତାଜ ପ୍ୟାଲେସ କିମ୍ୱା ଆଇଟିସି ମୌର୍ଯ୍ୟରେ ରହିଥାଏ, କିନ୍ତୁ ଚଳିତ ଥର କଡ଼କଡ଼ଡୁମାରେ ହୋଟେଲ ଲୀଲାରେ ରହିଛି । ସେହିପରି ବିରାଟ କୋହଲି ମଧ୍ୟ ଟିମ୍ ସହ ରହୁ ନାହାନ୍ତି । ଗୁରୁଗ୍ରାମରେ ନିଜ ଘରେ କିଛି ଦିନ ପାଇଁ ନିଜ ପରିବାର ସହ ସମୟ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ।

   Related Posts